ଓଡିଶା

odisha

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 451 କୋରାେନା ଆକ୍ରାନ୍ତ

By

Published : Oct 20, 2021, 8:47 PM IST

ରାଜ୍ୟରୁ ଆଜି ଦିନକରେ 451 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 23 ହଜାର 849ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 451 କୋରାେନା ଆକ୍ରାନ୍ତ
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 451 କୋରାେନା ଆକ୍ରାନ୍ତ

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ବୁଧବାର) ରାଜ୍ୟରେ 451 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାର 216 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 23 ହଜାର 849 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୩୩, ପୁରୀରୁ ୧୨, ଯାଜପୁରରୁ ୧୨, ମୟୂରଭଞ୍ଜରୁ ୨୩, ଗଞ୍ଜାମରୁ ୩, କେନ୍ଦୁଝରରୁ ୪, ନୟାଗଡ଼ରୁ ୬, ଜଗତସିଂହପୁରରୁ ୪, ସମ୍ବଲପୁରରୁ ୧୯, କୋରାପୁଟରୁ ୧୯, ନୂଆପଡାରୁ ୨, ବାଲେଶ୍ବରରୁ ୧୯, ଭଦ୍ରକରୁ ୩, ଅନୁଗୋଳରୁ ୩, ସୁନ୍ଦରଗଡରୁ ୧୦, ବରଗଡରୁ ୧, ରାୟଗଡାରୁ ୧ ଓ ଷ୍ଟେଟପୁଲରୁ ୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details