ଓଡିଶା

odisha

ଆଜି ରାଜ୍ୟରୁ ସୁସ୍ଥ ହେଲେ 309 କୋରୋନା ଆକ୍ରାନ୍ତ

By

Published : Nov 13, 2021, 7:56 PM IST

ରାଜ୍ୟରୁ ଆଜି ଦିନକରେ 309 କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 34ହଜାର 300ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଆଜି ରାଜ୍ୟରୁ ସୁସ୍ଥ ହେଲେ 309 କୋରୋନା ଆକ୍ରାନ୍ତ
ଆଜି ରାଜ୍ୟରୁ ସୁସ୍ଥ ହେଲେ 309 କୋରୋନା ଆକ୍ରାନ୍ତ

ଭୁବନେଶ୍ବର:ମହାମାରୀ କୋରୋନାରୁ ଆଜି (ଶନିବାର) ରାଜ୍ୟରେ 309 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 181 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 34ହଜାର 300ଜଣ ସୁସ୍ଥ ହୋଇଛନ୍ତି ।


ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୧୯, ପୁରୀରୁ ୧, ଯାଜପୁରରୁ ୧୫, ମୟୂରଭଞ୍ଜରୁ ୨, ଗଞ୍ଜାମରୁ ୧, ଜଗତସିଂହପୁରରୁ ୫, ଗଜପତିରୁ ୭, ସମ୍ବଲପୁରରୁ ୮, ସୋନପୁରରୁ ୩, କେନ୍ଦ୍ରାପଡାରୁ ୪, ବାଲେଶ୍ବରରୁ ୫, ଝାରସୁଗୁଡାରୁ ୪, ସୁନ୍ଦରଗଡରୁ ୩, ରାୟଗଡାରୁ ୫ ଓ ଷ୍ଟେଟପୁଲରୁ ୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details