ଓଡିଶା

odisha

ଟୁଇନ ସିଟିରେ ପ୍ରବଳ ବର୍ଷା, ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

By

Published : Oct 15, 2020, 12:34 PM IST

ଟୁଇନ ସିଟିରେ ପ୍ରବଳ ବର୍ଷା ନେଇ ୱାର୍ନିଙ୍ଗ ଜାରି କରିବା ସହ ସୁରକ୍ଷା ଦୃଷ୍ଟିରୁ ଜନସାଧାରଣଙ୍କୁ ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।

ଟୁଇନ ସିଟିରେ ପ୍ରବଳ ବର୍ଷା ଚେତାବନୀ
ଟୁଇନ ସିଟିରେ ପ୍ରବଳ ବର୍ଷା ଚେତାବନୀ

ଭୁବନେଶ୍ବର: ଆଜି ଟୁଇନ ସିଟିରେ ପ୍ରବଳ ବର୍ଷା ନେଇ ୱାର୍ନିଙ୍ଗ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭୁବନେଶ୍ବର ଓ କଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଫଟୋ ସୌଜନ୍ୟ: ଟ୍ବିଟର@mcbbsr

ଏହାର ପ୍ରଭାବରେ ରାସ୍ତାଘାଟ ସ୍ପଷ୍ଟ ଦେଖାନଯିବା ସହ ଜଳବନ୍ଦୀ ସମସ୍ୟା ଉପୁଜିପାରେ ବୋଲି ସତର୍କ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ସୁରକ୍ଷା ଦୃଷ୍ଟିରୁ ଜନସାଧାରଣଙ୍କୁ ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।

ଅନ୍ୟପଟେ ଭୁବନେଶ୍ବରରେ ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ଜାରି ରହିଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details