ଓଡିଶା

odisha

ଏପ୍ରିଲ 30ରୁ ରାଜ୍ୟବ୍ୟାପୀ ଲଘୁଚାପଜନିତ ବର୍ଷା

By

Published : Apr 27, 2020, 11:19 PM IST

ଆଗାମୀ ୨୯ ତାରିଖରେ ଝଡ ବର୍ଷା କମିବ ଓ ୩୦ ତାରିଖରୁ ଲଘୁଚାପଜନିତ ବର୍ଷା ଜୋର ଧରିବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଅଧିକ ପଢନ୍ତୁ...

ଏପ୍ରିଲ 30ରୁ ରାଜ୍ୟବ୍ୟାପୀ ଲଘୁଚାପଜନିତ ବର୍ଷା
ଏପ୍ରିଲ 30ରୁ ରାଜ୍ୟବ୍ୟାପୀ ଲଘୁଚାପଜନିତ ବର୍ଷା

ଭୁବନେଶ୍ବର: ଆସନ୍ତା ଏପ୍ରିଲ ୩୦ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ହେବ ବର୍ଷା । ଆଗାମୀ ୨୮ ଯାଏଁ ସକ୍ରିୟ ରହିବ କାଳବୈଶାଖୀ । ଏହାସହ ବିଭିନ୍ନ ସ୍ଥାନରେ ଝଡ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏପ୍ରିଲ 30ରୁ ରାଜ୍ୟବ୍ୟାପୀ ଲଘୁଚାପଜନିତ ବର୍ଷା
ଏପ୍ରିଲ 30ରୁ ରାଜ୍ୟବ୍ୟାପୀ ଲଘୁଚାପଜନିତ ବର୍ଷା
ଏପ୍ରିଲ 30ରୁ ରାଜ୍ୟବ୍ୟାପୀ ଲଘୁଚାପଜନିତ ବର୍ଷା

ଏନେଇ ଅରେଞ୍ଜ ଓ ୟେଲୋ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ବଲାଙ୍ଗୀର, ସୋନପୁର, ସମ୍ବଲପୁର, ବୌଦ୍ଧ, ଦେବଗଡ, ଅନୁଗୋଳ, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା, କନ୍ଧମାଳ, ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ହେବ । ଏହାସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ।

ସେହିପରି ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ, ଭଦ୍ରକ, ଯାଜପୁର, କଟକ ଓ କନ୍ଧମାଳ ଜିଲ୍ଲାରେ କୁଆପଥର ବୃଷ୍ଟି ସହ ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ୱାର୍ନିଙ୍ଗ ଜାରି କରିଛି ପାଣିପାଗ କେନ୍ଦ୍ର । ଅବଶିଷ୍ଟ ଜିଲ୍ଲାଗୁଡିକରେ ବିଜୁଳି, ଘଡଘଡି ସହ ବର୍ଷା ହେବ ଓ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ୟେଲୋ ୱାର୍ନିଙ୍ଗ ଜାରି ହୋଇଛି ।

ଆଗାମୀ ୨୯ ତାରିଖରେ ଝଡ ବର୍ଷା କମିବ ଓ ୩୦ ତାରିଖରୁ ଲଘୁଚାପଜନିତ ବର୍ଷା ଜୋର ଧରିବ । ଗତ ୨୪ ଘଣ୍ଟାରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାଗୁଡିକରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି । କୋରାପୁଟ ଜିଲ୍ଲାରେ ସର୍ବାଧିକ ୬୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତାପମାତ୍ରା ସ୍ବାଭାବିକ ଠାରୁ କମ ରହିଛି । ମାଲକାନଗିରି ଓ ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଛି । ତେବେ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details