ଓଡିଶା

odisha

ଆତଙ୍କୀ ଆକ୍ରମଣ ଆଶଙ୍କା ! ହାଇ ଆଲର୍ଟ ଜାରି

By

Published : Aug 11, 2019, 12:45 AM IST

Updated : Aug 11, 2019, 2:24 AM IST

ସାମୁଦ୍ରିକ ପଥ ଦେଇ ରାଜ୍ୟରେ ପଶି ପାରନ୍ତି ଆତଙ୍କୀ । ଏନେଇ ସାମୁଦ୍ରିକ ତଟରେ ଜାରି ହେଲା ହାଇଆଲର୍ଟ । କୋଷ୍ଟ ଗାର୍ଡ ପକ୍ଷରୁ ୭ଟି ଉପକୂଳବର୍ତ୍ତୀ ଜିଲ୍ଲାର ଏସପିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଡିଜାଇନ ଫଟୋ

ଭୁବନେଶ୍ବର: ସମୁଦ୍ର ପଥ ଦେଇ ଓଡିଶାରେ ହୋଇପାରେ ଆତଙ୍କୀ ଆକ୍ରମଣ । ଏନେଇ ସାମୁଦ୍ରିକ ତଟରେ ଜାରି ହେଲା ହାଇ ଆଲର୍ଟ । କୋଷ୍ଟଗାର୍ଡ ପକ୍ଷରୁ 7ଟି ଉପକୂଳବର୍ତ୍ତୀ ଜିଲ୍ଲାର ଏସପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ 18ଟି ସାମୁଦ୍ରିକ ଥାନାରେ କଡା ଆଲର୍ଟ ରହିବାକୁ ସର୍ତକ କରାଇଛନ୍ତି କୋଷ୍ଟ ଗାର୍ଡ ଏଡିଜି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏଥିସହ ତଟବର୍ତ୍ତି ଅଞ୍ଚଳରେ ପାଟ୍ରୋଲିଂ କଡାକଡି ସହ ମତ୍ସ୍ୟଜୀବୀ ସମ୍ପ୍ରଦାୟ ରହୁଥିବା ଅଞ୍ଚଳରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସମୁଦ୍ର ପଥ ଦେଇ ଆତଙ୍କୀ ଆକ୍ରମଣ ନେଇ ଭାରତରେ ଅନୁପ୍ରବେଶ ନେଇ ଗତ କିଛି ଦିନ ତଳେ ଖବର ମିଳିଥିଲା । ତେଣୁ ଯେପରି କୌଣସି ଅଘଟଣ ନ ଘଟେ ସେଥିପାଇଁ ହାଇ ଆଲର୍ଟ ଜାରି ହୋଇଥିବା କହିଛନ୍ତି କୋଷ୍ଟ ଗାର୍ଡ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Aug 11, 2019, 2:24 AM IST

ABOUT THE AUTHOR

...view details