ଓଡିଶା

odisha

ଇଟିଭି ଭାରତକୁ ଦୂତିଙ୍କ ପ୍ରତିକ୍ରିୟା: 'ରାଜନୀତି ମୋ ସ୍ବପ୍ନ, ପେସା ନୁହେଁ'

By

Published : Sep 23, 2019, 9:06 PM IST

Updated : Sep 23, 2019, 9:28 PM IST

'ରାଜନୀତି ଏଣ୍ଟ୍ରି' ଟ୍ବିଟକୁ ନେଇ ‘ଇଟିଭି ଭାରତ’ରେ ପ୍ରତିକ୍ରିୟା ରଖିଛନ୍ତି ଦୌଡରାଣୀ ଦୂତି ଚାନ୍ଦ ।

ଫଟୋ ସୌଜନ୍ୟ- ଇଟିଭି ଭାରତ

ଭୁବନେଶ୍ବର: 'ରାଜନୀତି ଏଣ୍ଟ୍ରି' ଟ୍ବିଟକୁ ନେଇ ଇଟିଭି ଭାରତରେ ପ୍ରତିକ୍ରିୟା ରଖିଛନ୍ତି ଦୌଡରାଣୀ ଦୂତି ଚାନ୍ଦ । ଦୂତି କହିଛନ୍ତି, 'ରାଜନୀତି କରିବା ମୋ ସ୍ବପ୍ନ, ପେସା ନୁହେଁ । ଏ କଥା ମୁଁ ଏବେ ନୁହେଁ 2016 ମସିହାରୁ କହିଆସୁଛି । '

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଉଲ୍ଲେଖଥାଉ କି, ଆଜି (ସୋମବାର) ଏକ ଟ୍ବିଟ କରି ରାଜନୀତିରେ ଯୋଗ ଦେବାକୁ ଇଚ୍ଛୁକ ବୋଲି ଦୂତି ପ୍ରକାଶ କରିଥିଲେ । ଏହି ଟ୍ବିଟ ପରେ କ୍ରୀଡା ଓ ରାଜନୀତି ଜଗତରେ ହଟଚମଟ୍‌ ସୃଷ୍ଟି ହୋଇଛି । ଦୂତିଙ୍କ ଏହି ଆଶାକୁ କିଛି କ୍ରୀଡାପ୍ରେମୀ ନାକଚ କରିଥିବା ବେଳେ ଅନ୍ୟକିଛି ଦୂତିଙ୍କ ରାଜନୈତିକ ମିଶ୍ରଣକୁ ନେଇ ତର୍କ କରୁଛନ୍ତି । ଯଦିଓ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତିଙ୍କର ପ୍ରିୟ ନେତା ବୋଲି ବହୁବାର ସେ କୁହନ୍ତି । ମାତ୍ର କେଉଁ କ୍ୟାମ୍ପରେ ଯୋଗଦେବେ, ଏ କଥା ସେ ସ୍ପଷ୍ଟ କରି ନାହାଁନ୍ତି ।

ତେବେ ଦୂତି ପ୍ରତିକ୍ରିୟାରେ ଆହୁରି କହିଛନ୍ତି, ତାଙ୍କ ମା’ ପଞ୍ଚାୟତ ନିର୍ବଚନରେ ସରପଞ୍ଚ ପ୍ରାର୍ଥୀ ରହିସାରିଛନ୍ତି । ତାଙ୍କର କିଛି ସ୍ବପ୍ନ ଅଧୁରା ରହିଯାଇଛି । ଆଉ ତାଙ୍କର ମା'ଙ୍କ ଅଧୁରା ସ୍ବପ୍ନକୁ ସେ ପୁରଣ କରିବେ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Sep 23, 2019, 9:28 PM IST

ABOUT THE AUTHOR

...view details