ଓଡିଶା

odisha

କଳା ଟଙ୍କାରେ ସରକାରୀ ବାବୁଙ୍କ ସମ୍ପତ୍ତିର ପାହାଡ, ବାଜ୍ୟାପ୍ତ କଲା ED

By

Published : Apr 14, 2022, 9:16 AM IST

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜବତ ହୋଇଥିବା ଦୁଇ ସରକାରୀ ବାବୁଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ଅର୍ଥନୈତିକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ଅଧିକ ପଢନ୍ତୁ

କଳା ଟଙ୍କାରେ ସରକାରୀ ବାବୁଙ୍କ ସମ୍ପତ୍ତିର ପାହାଡ, ବାଜ୍ୟାପ୍ତ କଲା ED
କଳା ଟଙ୍କାରେ ସରକାରୀ ବାବୁଙ୍କ ସମ୍ପତ୍ତିର ପାହାଡ, ବାଜ୍ୟାପ୍ତ କଲା ED

ଭୁବନେଶ୍ବର: ଦୁଇ ସରକାରୀ ବାବୁଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ଅର୍ଥନୈତିକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ଓଡିଶା ଫରେଷ୍ଟ କର୍ପୋରେସନର ପୂର୍ବତନ ଡିଭିନାଲ ମାନେଜର ମହେଶ୍ବର ପ୍ରଧାନଙ୍କ ୨.୦୪କୋଟି ଟଙ୍କାର ସମ୍ପତ୍ତି ଓ ଇଷ୍ଟ କୋଷ୍ଟ ରେଲୱେର ସିନିୟର ଟ୍ରାଭେଲି ଇନସ୍ପେକ୍ଟର ରବି ନାରାୟଣ ରଥଙ୍କ ୧.୬୪କୋଟି ବାଜ୍ୟାପ୍ତ କରିଛି ଅର୍ଥନୈତିକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

୨୦୨୦ ଜାନୁଆରୀ ୨୧ତାରିଖରେ ମହେଶ୍ବର ପ୍ରଧାନଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ରେଡ କରାଯାଇଥିଲା । ରେଡ ବେଳେ ୨.୦୪କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା । ତେବେ ସେହି ସବୁ ଆୟ ଟଙ୍କାକୁ ପ୍ରିଭେନସନ ଅଫ ମନି ଲଣ୍ଡରି ଆକ୍ଟ ଆଧାରରେ ବାଜ୍ୟାପ୍ତ କରିଛି ଇଡି । ସେହିପରି ରବି ନାରାୟଣ ରଥ ୨୦୨୧ ଫେବୃଆରୀ ୨ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସିବିଆଇ ହାତର ଧରାପଡିଥିଲେ । ତାଙ୍କ ଠାରୁ ୧କୋଟି ୮୦ଲକ୍ଷର ସମ୍ପତ୍ତି ଠାବ ହୋଇଥିବା ବେଳେ ସେଥି ମଧ୍ୟରେ ୧.୬୪ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଛି ଅର୍ଥନୈତିକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details