ଓଡିଶା

odisha

ସ୍ୱାସ୍ଥ୍ୟ ବିଭାଗର ସତର୍କ ଘଣ୍ଟି, ପ୍ରିକସନ୍ ଡୋଜ ନେଇନଥିଲେ ତୁରନ୍ତ ନିଅନ୍ତୁ

By

Published : Sep 3, 2022, 10:18 PM IST

ଆସନ୍ତା ୩୦ ତାରିଖ ଶେଷ ହେବ ମାଗଣା ଟିକା ପ୍ରଦାନ । ଏହା ପୂର୍ବରୁ ରାଜ୍ୟବାସୀଙ୍କୁ ସମସ୍ତ ଡୋଜ ନେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ

director of family welfare bijay panigrahi alert for vaccination
୩୦ରେ ଶେଷ ହେବ ମାଗଣା ଟିକା ପ୍ରଦାନ, ପ୍ରିକସନ ଡୋଜ ନେବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ବର: ଟିକା ପାଇଁ ବାଜିଲା ସ୍ବାସ୍ଥ୍ୟ ବିଭାଗର ସତର୍କ ଘଣ୍ଟି। ସେପ୍ଟେମ୍ବର 30ରେ ସରୁଛି ମାଗଣା ଟିକାର ଅବଧି। ତୁରନ୍ତ ଟିକା ନେବାକୁ ସ୍ବାସ୍ଥ୍ୟ ବିଭାଗ ସମସ୍ତଙ୍କୁ ଅପିଲ କରିଛି । ମାଗଣା ଟିକାର ଅବଧି ଆଉ ମାତ୍ର 27 ଦିନ ଥିବାରୁ ଯେଉଁମାନେ ପ୍ରଥମ, ଦ୍ବିତୀୟ ଡୋଜ ଏବଂ ବୁଷ୍ଟର ଡୋଜ ନେଇ ନାହିଁନ୍ତି, ତୁରନ୍ତ ନେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

୩୦ରେ ଶେଷ ହେବ ମାଗଣା ଟିକା ପ୍ରଦାନ

ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି (director of family welfare bijay panigrahi), " ବର୍ତ୍ତମାନ ସୁଦ୍ଧା ରାଜ୍ୟର 75 ଭାଗ ଲୋକ ପ୍ରିକସନ ଡୋଜ (precautions dose) ନେଇ ନାହାନ୍ତି । ଅର୍ଥାତ 2 କୋଟି 40 ଲକ୍ଷ ଲୋକ ନେଇ ନାହାନ୍ତି । ରାଜ୍ୟରେ 80 ଲକ୍ଷ 90 ହଜାର 386 ଜଣ ପ୍ରିକସନ ଡୋଜ ନେଇଛନ୍ତି । 23 ଲକ୍ଷ 32 ହଜାର ଲୋକ ଦ୍ବିତୀୟ ଡୋଜ ନେଇ ନାହାନ୍ତି । ଖୋର୍ଦ୍ଧା, କଟକ, ଜଗତସିଂହପୁର, ଅନୁଗୁଳ, ପୁରୀ, ସୁନ୍ଦରଗଡ ଜିଲ୍ଲାରେ ଟିକା ନେବା ପାଇଁ ଲୋକେ ଆଗ୍ରହ ଦେଖାଉନାହାନ୍ତି ।" ସେ ଆହୁରି ମଧ୍ୟ କହିଛନ୍ତି, ଜୁଲାଇ ୧୫ରୁ ୧୮ରୁ ୫୯ ବର୍ଷ ନାଗରିକଙ୍କୁ ମାଗଣାରେ ଟିକା ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ୧୮ରୁ ୫୯ ବର୍ଷ ମଧ୍ୟରେ ୯୫ ଲକ୍ଷ ୯୧ ହଜାର ଟିକା ନେଇଛନ୍ତି । ତେଣୁ ସେପ୍ଟେମ୍ବର ୩୦ ପୂର୍ବରୁ ସମସ୍ତେ ଟିକା ନେବା ଅତ୍ୟନ୍ତ ଆବଶ୍ୟକ ରହିଛି ।"

ଏହା ମଧ୍ୟ ପଢ଼ନ୍ତୁ:ଚିନ୍ତା ବଢ଼ାଉଛି ଡେଙ୍ଗୁ, ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ

ଅନ୍ୟପଟେ ପୂର୍ବରୁ ନବ ବିବାହିତଙ୍କୁ 'ନବ ଦମ୍ପତି କିଟ' ଉପହାର ଦେବାପାଇଁ କୁହାଯାଇଥିଲା । ବର୍ତ୍ତମାନ ଆଉ ଏକ ପଦକ୍ଷେପ ନିଆଯାଇଛି ଶାଶୁ ବହୁ ସମ୍ମିଳନୀ। ଯେଉଁଥିରେ ସ୍ବାସ୍ଥ୍ୟ ଏବଂ ସୁସ୍ଥତା ସେଣ୍ଟରରେ (health and wellness center) ବର୍ଷକୁ ଥରେ ଏହି ସମ୍ମିଳନୀ ଡକାଯିବ। ଶାଶୁ ବହୁଙ୍କୁ ଡାକି ପରିବାର ନିୟୋଜନ ସମ୍ପର୍କରେ ସଚେତନ କରାଯିବ। ପରିବାର ନିୟୋଜନ ବିଷୟରେ ଏକ ପ୍ରତିଯୋଗିତା ହେବ। ଯେଉଁମାନେ ପରିବାର ନିୟୋଜନ ବିଷୟରେ ସଠିକ ଉତ୍ତର ଦେବେ ସେମାନଙ୍କୁ ସରକାରଙ୍କ ତରଫରୁ ଉପହାର ଦିଆଯିବ। ଏହି ସମ୍ମିଳନୀ ଅତିଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details