ଓଡିଶା

odisha

ଝାରସୁଗୁଡ଼ା ବିମାନବନ୍ଦରରୁ ତିନି ପ୍ରମୁଖ ସହରକୁ ବିମାନ ସେବା ଆରମ୍ଭ: ପିଏମଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

By

Published : May 1, 2021, 8:31 PM IST

ସ୍ପାଇସଜେଟ୍ ପକ୍ଷରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଦେଶର ତିନି ପ୍ରମୁଖ ସହରକୁ ବିମାନ ଚଳାଚଳ ଆରମ୍ଭ ହୋଇଛି । ଓଡ଼ିଶାର ବିକାଶ ତଥା ଅଭିବୃଦ୍ଧି ପାଇଁ ବିମାନ ସଂଯୋଗକୁ ସର୍ବଦା ଗୁରୁତ୍ବ ଦେଉଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦି ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ...

ଝାରସୁଗୁଡ଼ା ବିମାନବନ୍ଦରରୁ ତିନି ପ୍ରମୁଖ ସହରକୁ ବିମାନ ସେବା ଆରମ୍ଭ
ଝାରସୁଗୁଡ଼ା ବିମାନବନ୍ଦରରୁ ତିନି ପ୍ରମୁଖ ସହରକୁ ବିମାନ ସେବା ଆରମ୍ଭ

ଭୁବନେଶ୍ବର: ସ୍ପାଇସଜେଟ୍ ପକ୍ଷରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଦେଶର ତିନି ପ୍ରମୁଖ ସହରକୁ ବିମାନ ଚଳାଚଳ ଆରମ୍ଭ ହୋଇଛି । ପାଟନା, ଗୌହାଟି ଏବଂ ଅମୃତସରକୁ ବିମାନ ସେବା ଆରମ୍ଭ ହେବା ଫଳରେ ପଶ୍ଚିମ ଓଡ଼ିଶାର ଲୋକମାନେ ଅଧିକ ଉପକୃତ ହେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଝାରସୁଗୁଡ଼ା ବିମାନବନ୍ଦରରୁ ତିନି ପ୍ରମୁଖ ସହରକୁ ବିମାନ ସେବା ଆରମ୍ଭ

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଶନିବାର ଠାରୁ ସ୍ପାଇସଜେଟ୍ ବିମାନ ସେବା ବିହାରର ପାଟଣା, ଆସାମର ଗୌହାଟି ଏବଂ ପଞ୍ଜାବର ଅମୃତସରକୁ ଆରମ୍ଭ ହେବା ସ୍ୱାଗତଯୋଗ୍ୟ । ଝାରସୁଗୁଡ଼ାରୁ ଦେଶର ଏହି ତିନି ପ୍ରମୁଖ ସହରଗୁଡିକୁ ପ୍ରତିଦିନ ବିମାନ ଚଳାଚଳ ହେବା ଦ୍ବାରା ପଶ୍ଚିମ ଓଡ଼ିଶାରେ ବସବାସ କରିଥିବା ଲୋକମାନେ ଅଧିକ ଉପକୃତ ହେବେ । ଓଡ଼ିଶାର ବିକାଶ ତଥା ଅଭିବୃଦ୍ଧି ପାଇଁ ବିମାନ ସଂଯୋଗକୁ ସର୍ବଦା ଗୁରୁତ୍ବ ଦେଉଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହାସହ ଓଡ଼ିଶାର ଲୋକମାନଙ୍କ ପାଇଁ ଏହି ଅତିରିକ୍ତ ବିମାନ ସେବା ଆରମ୍ଭ କରିଥିବାରୁ ସ୍ପାଇସଜେଟକୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details