ଓଡିଶା

odisha

ବିଜେପିର ବଡ଼ ନେତା ପ୍ରଭାତ ଜେନା ବିଜେଡିରେ ସାମିଲ

By

Published : Feb 4, 2022, 9:55 PM IST

ବିଜେଡିରେ ସାମିଲ ହେଲେ ବିଜେପି ନେତା । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଭଦ୍ରକ ଜିଲ୍ଲା ବିଜେପିର ଟାଣୁଆ ନେତା ପ୍ରଭାତ ଜେନା ବିଜେଡିରେ ସାମିଲ ହୋଇଛନ୍ତି। ଅଧିକ ପଢନ୍ତୁ

bhadrak-bjp-leader-join-bjd
ବିଜେପିର ବଡ଼ ନେତା ପ୍ରଭାତ ଜେନା ବିଜେଡିରେ ସାମିଲ

ଭୁବନେଶ୍ବର: ବିଜେଡିରେ ସାମିଲ ହେଲେ ବିଜେପି ନେତା। ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଛନ୍ତି। ଭଦ୍ରକ ଜିଲ୍ଲା ବିଜେପିର ବଡ଼ ନେତା ପ୍ରଭାତ ଜେନା ବିଜେଡିରେ ସାମିଲ ହୋଇଛନ୍ତି।

ଭଦ୍ରକ ବିଜେପିର ଆଗ ଧାଡ଼ିର ଶତାଧିକ ନେତା ଓ କର୍ମୀ ବିଜେଡ଼ି ଯୋଗ ଦେଲେ। ବିଜେପିର କାର୍ଯ୍ୟଶୈଳୀରେ ଅସନ୍ତୋଷ ପ୍ରକାଶ କରି ସେମାନେ ବିଜେଡିରେ ଯୋଗ ଦେଇଛନ୍ତି। ଦୀର୍ଘ ଦିନ ଧରି ଦଳରେ କାମ କରିଆସୁଥିବା କାର୍ଯ୍ୟକର୍ତ୍ତା ମାନଙ୍କୁ ଅବହେଳା କରାଯାଉଥିବାରୁ ସେମାନେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ଶୂନ ହୋଇଯିବ ବିଜେପି, ବିଜେପି ଏବେ ନିମ୍ନଗାମୀ । ଏଭଳି କହିଛନ୍ତି ବିଜୁ ଜନତା ଦଳରେ ସାମିଲ ହୋଇଥିବା ଭଦ୍ରକ ଜିଲ୍ଲା ବିଜେପିର ବଡ଼ ନେତା ପ୍ରଭାତ ଜେନା ।

ବିଜେପି ଦିନକୁ ଦିନ ନିମ୍ନଗାମୀ ହେଉଛି । ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ଶୂନ ହେବାକୁ ବସିଛି । ବିଜେପି ଛାଡି ବିଜେଡି ଯୋଗ ଦେଇଥିବା ନେତା ପ୍ରଭାତ କୁମାର ଜେନା ଏହା କହିଛନ୍ତି । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ପ୍ରମୁଖ ମିଶ୍ରଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ,ଇଟିଭି ଭାରତ

ABOUT THE AUTHOR

...view details