ଓଡିଶା

odisha

ପୁଣି ଲଭ ସେକ୍ସ ଧୋକା: ଯୁବକଙ୍କ ନାଁରେ ସଙ୍ଗିନ ଅଭିଯୋଗ ଆଣିଲେ ଯୁବତୀ

By

Published : Dec 3, 2019, 8:51 PM IST

ବର୍ଷେ ତଳେ ମୋବାଇଲ ଷ୍ଟୋରରେ ଦେଖା ହୋଇଥିଲା ଯୁବକଙ୍କ ସହ । ପରେ ଯୁବକ ପ୍ରେମ କରିବା ସହ ପ୍ରତାରଣା କରିଥିଲେ । ଅଧିକ ପଢନ୍ତୁ..

ଲଭ ସେକ୍ସ ଧୋକା, ଯୁବକଙ୍କ ନାଁରେ ସଙ୍ଗିନ ଅଭିଯୋଗ ଆଣିଲେ ଯୁବତୀ
ଲଭ ସେକ୍ସ ଧୋକା, ଯୁବକଙ୍କ ନାଁରେ ସଙ୍ଗିନ ଅଭିଯୋଗ ଆଣିଲେ ଯୁବତୀ

ଭୁବନେଶ୍ବର: ପ୍ରଥମେ ଫ୍ରେଣ୍ଡସିପ୍ ପରେ ଲଭ୍‌ । ଆଉ ତାପରେ ପରେ ଧୋକା । ଏକ ବର୍ଷ ତଳେ ମୋବାଇଲ ଷ୍ଟୋରରେ ଦେଖା ହୋଇଥିଲା ଯୁବକଙ୍କ ସହ । ପରବର୍ତ୍ତି ମୁହୂର୍ତ୍ତରେ ପ୍ରେମ ପରେ ଧୋକା ଦେଇଗଲା ଯୁବକ । ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଯୁବତୀ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ କରିଛନ୍ତି ଯୁବତୀ ।

ଲଭ ସେକ୍ସ ଧୋକା, ଯୁବକଙ୍କ ନାଁରେ ସଙ୍ଗିନ ଅଭିଯୋଗ ଆଣିଲେ ଯୁବତୀ

ଯୁବତୀ ଜଣଙ୍କ ଘର କଲିକୋତାରେ । ସେ ଦୀର୍ଘ ବର୍ଷ ଧରି ତାଙ୍କ ମାଆଙ୍କ ସହ ଭୁବନେଶ୍ବର ଲଷ୍ମୀସାଗର ଅଞ୍ଚଳରେ ରହିଆସୁଛନ୍ତି । ଯୁବତୀ ଜଣଙ୍କ ଏକ ପ୍ରାଇଭେଟ ସଂସ୍ଥାରେ କାର୍ଯ୍ୟରତ । ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ଯୁବକଙ୍କ ସହ ପ୍ରଥମ ଦେଖା ପରେ ଦୁଇ ଜଣଙ୍କ ମଧ୍ୟରେ ଫ୍ରେଣ୍ଡସିପ ହୋଇଥିଲା । ଏମିତି କିଛି ଦିନ ପରେ ଦୁଇ ଜଣଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । ବିବାହର ପ୍ରଲୋଭନ ଦେଖାଇ ଯୁବକ ଯୁବତୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି ।

ଏହାସହ ପୁରୀର ଏକ ମନ୍ଦିରରେ ଦୁଇ ଜଣ ବିବାହ କରିଛନ୍ତି ବୋଲି ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି । ତେବେ ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ କିଛି ଟଙ୍କା ମାଗିଥିଲେ ଯୁବକଙ୍କ ପରିବାର । ହେଲେ ଯୁବତୀ ଜଣଙ୍କ ମନା କରିବାରୁ ଯୁବତୀଙ୍କୁ ଯୁବକଙ୍କ ପରିବାର ର୍ଦୁବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି । ଯାହାଫଳରେ ଏକ ବର୍ଷ ସମ୍ପର୍କକୁ ଧୋକା ଦେଇ ଯୁବକ ଅନ୍ୟତ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ଯୁବତୀ କହିଛନ୍ତି । ଏତତ୍ ବ୍ୟତିତ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଉଥିବା କହିଛନ୍ତି ଯୁବତୀ ।

ଏହାକୁ ନେଇ ସେ 28 ଜୁନ 2019ରେ ମହିଳା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ବାଧ୍ୟ ହୋଇ ଯୁବତୀ ଜଣଙ୍କ 25 ଜୁଲାଇ 2019ରେ ମହିଳା କମିଶନଙ୍କ ନିକଟରେ ଆଭିଯୋଗ କରିଥିଲେ ।

ତେବେ ଯୁବତୀ ଜଣଙ୍କ ବାରମ୍ବାର ନ୍ୟାୟ ପାଇଁ ଦୀର୍ଘ ମାସ ଧରି ଦୌଡୁଛନ୍ତି ହେଲେ ନ୍ୟାୟ ମିଳିପାରିନାହୁଁ । ଆସନ୍ତା ମାସ 7 ତାରିଖରେ ମହିଳା କମିଶନଙ୍କ ନିକଟରେ ହାଜର ହେବାକୁ ଚିଠି ଆସିଥିବା କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details