ଭୁବନେଶ୍ବର:ସଇତାନ ସାଜିଲା ମଣିଷ । ହରାଇଲା ସାଧାରଣ ମାନବିକତା । କ୍ରୂର ସାଜି 4 କୁକୁର ଛୁଆଙ୍କ ଉପରେ ଚଢାଇଲା ଗାଡ଼ି । ଫଳରେ କୁକୁର ଛୁଆଙ୍କ ମୃତ୍ୟୁ ଘଟିଛି । ଏଭଳି ନିନ୍ଦନୀୟ ଘଟଣା ରାଜଧାନୀର ମଞ୍ଚେଶ୍ବର ସତ୍ୟବିହାର କଲୋନିରେ ସୋମବାର ଅପରାହ୍ନ ସମୟରେ ଘଟିଛି ।
ସତ୍ୟବିହାର ଅଞ୍ଚଳର ରାସ୍ତାରେ ଶୋଇଥିବା ଏହି 4ଟି କୁକୁର ଛୁଆଙ୍କ ଉପରେ ସ୍ବିଫ୍ଟ ଡିଜାୟାର ଚାରି ଚକିଆ ଗାଡି ଚଢିଥିଲା । ତେବେ ଡ୍ରାଇଭର ଜଣକ ଜାଣିଶୁଣି ଏଭଳି କାଣ୍ଡ ଘଟାଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଛୁଆଗୁଡିକଙ୍କ ମୃତ୍ୟୁ ପରେ ମା' କୁକୁର ମୃତଦେହକୁ ଜଗି କାନ୍ଦୁଥିବାର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା । ମୃତ ଛୁଆଙ୍କୁ ରାସ୍ତା ଉପରୁ ନେବା ସମୟରେ ମା' କୁକୁରଟି କାମୁଡିବାକୁ ଗୋଡାଇଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ।