ଓଡିଶା

odisha

ଭଦ୍ରକରେ ଚାଲିଛି ମା' ଦୁର୍ଗାଙ୍କ ନବମୀ ପୂଜା

By

Published : Oct 14, 2021, 8:11 PM IST

ଭଦ୍ରକ ଜିଲ୍ଲାର ଏକାଧିକ ପୂଜା ମଣ୍ଡପରେ ଚାଲିଛି ମା' ଦୁର୍ଗାଙ୍କ ନବମୀ ପୂଜା । କୋଭିଡ କଟକଣା ମଧ୍ୟରେ ଦର୍ଶନ କରୁଛନ୍ତି ସୀମିତ ସଂଖ୍ୟକ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ...

ଭଦ୍ରକରେ ଚାଲିଛି ମା' ଦୁର୍ଗାଙ୍କ ନବମୀ ପୂଜା
ଭଦ୍ରକରେ ଚାଲିଛି ମା' ଦୁର୍ଗାଙ୍କ ନବମୀ ପୂଜା

ଭଦ୍ରକ:ଆଜି ଜଗତଜନନୀ ମା' ଦୁର୍ଗାଙ୍କ ନବମୀ ପୂଜା। କୋରୋନା କଟକଣା ମଧ୍ୟରେ ଭଦ୍ରକର ବିଭିନ୍ନ ମଣ୍ଡପରେ ମାଙ୍କ ପୂଜାନୀତି ଜାରି ରହିଛି। କୋରୋନା କଟକଣା ମଧ୍ୟରେ ସୀମିତ ସଂଖ୍ୟକ ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ ମଧ୍ୟ କରିଛନ୍ତି। କୋଭିଡ ସଂକ୍ରମଣ ପାଇଁ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରାଯିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ପୂଜା କମିଟିମାନେ ପୂଜା ଆୟୋଜନ କରିଛନ୍ତି ।

ଭଦ୍ରକରେ ଚାଲିଛି ମା' ଦୁର୍ଗାଙ୍କ ନବମୀ ପୂଜା

ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ସର୍ବପୁରାତନ ପୀଠ ଭାବେ ପୀରହାଟ ବାରବାଟିଆ ଦୁର୍ଗାପୂଜାର ବେଶ ପ୍ରସିଦ୍ଧି ରହିଛି । 15 ପିଢି ଧରି ଏଠାରେ ମା’ଙ୍କ ଶାରଦୀୟ ପୂଜା ବେଶ ଧୁମଧାମରେ ପାଳିତ ହୋଇଆସୁଛି । ସବୁଠୁ ନିଆରା ପରମ୍ପରା ଭାବେ ଏଠାରେ ହଜାର ହଜାର ସଂଖ୍ୟାରେ ଆଟିକା ଭୋଗ ଲାଗିବାର ବିଧି ଏହି ପୀଠକୁ ଅନ୍ୟପୀଠ ଠାରୁ ଭିନ୍ନତା ଦେଇଛି ।

ସେହିପରି କୋହ୍ଲ ପଞ୍ଚାୟତ ଅଧୀନ ପତିସାହିର ଦୁର୍ଗା ପୂଜାର ମଧ୍ୟ ଭିନ୍ନ ଐତିହାସିକ ପରମ୍ପରା ରହିଛି । 2ଶହ ବର୍ଷ ଧରି ସାର୍ବଜନୀନ ଭାବେ ପୂଜା ପାଳନ କରାଯାଉଛି। ଏହା ପୂର୍ବରୁ ପତି ବଂଶଜ ପକ୍ଷରୁ ଏହି ପୂଜା ପାଳନ ହୋଇ ଆସୁଥିଲା । ଏଠାରେ ଷଷ୍ଠୀ ତିଥିରେ ବେଲବରଣୀ ଠାରୁ ପୂଜାରମ୍ଭ ହୋଇ ମା’ଙ୍କୁ ଆବାହନ, ନେତ୍ର ପ୍ରଦାନ, କଖାରୁ ବଳି, ଆଳତୀ ଓ ଚଣ୍ଡି ପାଠ କରାଯାଏ । ସେହିପରି ମା’ଙ୍କ ନିକଟରେ ଯାହା ମାନସିକ ରଖିଲେ ପୂରଣ ହୁଏ ବୋଲି ବିଶ୍ବାସ ରହିଥିବାରୁ ଶ୍ରଦ୍ଧାଳୁମାନେ ଦୂରଦୂରାନ୍ତରୁ ଏଠାକୁ ମା’ଙ୍କ ଉପାସନା ପାଇଁ ଧାଇଁ ଆସିଥାନ୍ତି । ଏହି ପୀଠରେ ଅନ୍ୟତମ ସ୍ବତନ୍ତ୍ରତା ମଧ୍ୟରେ ଦୁର୍ଗା ପୂଜା ବ୍ୟତୀତ ପ୍ରତିଦିନ ଚଣ୍ଡି ପାଠ କରାଯିବାର ମଧ୍ୟ ପରମ୍ପରା ରହିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details