ଓଡିଶା

odisha

ସରକାରୀ ଡାକ୍ତର ପଦବୀରେ ଅଣଓଡିଆଙ୍କୁ ନିଯୁକ୍ତି, ବିରୋଧ କଲା MKCG ଡାକ୍ତର ସଂଘ

By

Published : Mar 13, 2021, 10:08 AM IST

Updated : Mar 13, 2021, 1:11 PM IST

ଏମକେସିଜି ମେଡିକାଲର ଜୁନିୟର ଡାକ୍ତରୀ ଛାତ୍ର, ଅଣ୍ଡର ଗ୍ରାଜୁଏଟ୍ ଡାକ୍ତର ସଙ୍ଘ ଓ ହାଉସ ସର୍ଜନ ସଙ୍ଘ ପକ୍ଷରୁ ଏ ନେଇ ଏମ୍.କେ.ସି.ଜିର ମୁଖ୍ୟ ପ୍ରଶାସନିକ ଭବନ ସମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ। ଅଧିକ ପଢନ୍ତୁ...

ସରକାରୀ ଡାକ୍ତର ପଦବୀରେ ଅଣଓଡିଆଙ୍କୁ ନିଯୁକ୍ତି, ବିରୋଧ କଲା MKCG ଡାକ୍ତର ସଂଙ୍ଘ
ସରକାରୀ ଡାକ୍ତର ପଦବୀରେ ଅଣଓଡିଆଙ୍କୁ ନିଯୁକ୍ତି, ବିରୋଧ କଲା MKCG ଡାକ୍ତର ସଂଙ୍ଘ

ବ୍ରହ୍ମପୁର: ସରକାରୀ ଡାକ୍ତର ପଦବୀରେ ଅଣଓଡିଆଙ୍କ ନିଯୁକ୍ତିକୁ ଦୃଢ ବିରୋଧ କରିଛନ୍ତି ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲର ଡାକ୍ତର ସଂଘ । ଏମକେସିଜି ମେଡିକାଲର ଜୁନିୟର ଡାକ୍ତରୀ ଛାତ୍ର , ଅଣ୍ଡର ଗ୍ରାଜୁଏଟ୍ ଡାକ୍ତର ସଙ୍ଘ ଓ ହାଉସ ସର୍ଜନ ସଙ୍ଘ ପକ୍ଷରୁ ଏ ନେଇ ଏମ୍.କେ.ସି.ଜି ର ମୁଖ୍ୟ ପ୍ରଶାସନିକ ଭବନ ସମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଥିଲା ।

ସରକାରୀ ଡାକ୍ତର ପଦବୀରେ ଅଣଓଡିଆଙ୍କୁ ନିଯୁକ୍ତି, ବିରୋଧ କଲା MKCG ଡାକ୍ତର ସଂଘ

ତେବେ ବାହାର ରାଜ୍ୟର ଡାକ୍ତରଙ୍କୁ ଓଡିଶା ପବ୍ଲିକ ସର୍ଭିସ କମିଶନ(ଓପିଏସସି) ପରୀକ୍ଷାରେ ସୁଯୋଗ ଦେବାକୁ ବିରୋଧ କରି ଏଭଳି ବିକ୍ଷୋଭ କରାଯାଇଥିଲା । ରାଜ୍ୟ ସରକାରଙ୍କ ଡ଼ାକ୍ତର ନିଯୁକ୍ତି ଆସିଥିବା ବିଜ୍ଞପ୍ତି ନେଇ ରାଜ୍ୟର ଡ଼ାକ୍ତର ମାନେ ସେମାନଙ୍କ ଅସମ୍ମତି ପ୍ରକାଶ କରିଛନ୍ତି ।

ସରକାରୀ ଡାକ୍ତର ପଦବୀରେ ଅଣଓଡିଆଙ୍କୁ ନିଯୁକ୍ତି, ବିରୋଧ କଲା MKCG ଡାକ୍ତର ସଂଙ୍ଘ

ନୂତନ ବିଜ୍ଞପ୍ତି ଅନୁସାରେ ଅଣଓଡ଼ିଆ ଡାକ୍ତର ମାନେ ଓପିଏସ୍ ସି ପରୀକ୍ଷା ମାଧ୍ୟମରେ ରାଜ୍ୟରେ ନିଯୁକ୍ତି ଦେଇପାରିବେ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଏମ୍.କେ.ସି.ଜି ମେଡିକାଲ ସଂଘ ସାରା ରାଜ୍ୟର ଡାକ୍ତରୀ ସଂଘ ସହିତ ଆଲୋଚନା କରିଥିବା ବେଳେ ଏ ନେଇ ଆଗାମୀ ଦିନରେ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି କୁହାଯାଇଛି ।

ରାଜ୍ୟରେ ସରକାରୀ ଡାକ୍ତରୀ ପଦବୀ ସୀମିତ ଥିବା ବେଳେ ବହୁ ଏମବିବିଏସ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି । ସରକାରଙ୍କ ନୂତନ ପି.ଏଚ୍.ସି ଏବଂ ସି.ଏଚ୍.ସି ସୃଷ୍ଟି କରୁନଥିବା ବେଳେ ରାଜ୍ୟରେ କୋରୋନା ସମୟରେ ଡାକ୍ତର ଅଭାବ ଦେଖାଦଉଛି । ସରକାର ନିଜର କଥାକୁ ଲୁଚାଇବା ପାଇଁ ସରକାର ଡାକ୍ତର ନିଯୁକ୍ତି ନାମରେ ବାହାର ରାଜ୍ୟର ଡାକ୍ତର ମାନଙ୍କୁ ଓଡିଶା ପବ୍ଲିକ ସର୍ଭିସ କମିଶନ ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ବ୍ୟବସ୍ଥା କରିଛନ୍ତି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Mar 13, 2021, 1:11 PM IST

ABOUT THE AUTHOR

...view details