ଓଡିଶା

odisha

ଏମ୍.କେ.ସି.ଜି ମେଡିକାଲର ଭିତ୍ତିଭୂମିକୁ ନେଇ ଆଲୋଚନା

By

Published : Oct 16, 2019, 3:08 AM IST

ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲର ଭିତ୍ତିଭୂମି ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏମ୍.କେ.ସି.ଜି ମେଡିକାଲର ଭିତ୍ତିଭୂମିକୁ ନେଇ ଆଲୋଚନା

ବ୍ରହ୍ମପୁର: ଦକ୍ଷିଣ ଓଡିଶାବାସୀ ସ୍ବାସ୍ଥ୍ୟ ସେବା ପାଇଁ ନିର୍ଭର କରୁଥିବା ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲର ଭିତ୍ତିଭୂମି ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସ୍ଥାନୀୟ ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମେଡିକାଲର ଅଧ୍ୟକ୍ଷ, ଅଧିକ୍ଷକଙ୍କ ସମେତ ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀ ସାମିଲ ହୋଇଥିଲେ । ଏଥିରେ ମୁଖ୍ୟତଃ ଏଲ୍.ଏଣ୍ଡ.ଟି ପକ୍ଷରୁ ନିର୍ମିତ ହୋଇଥିବା କୋଠା ଗୁଡିକୁ କିଭଳି ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ସେ ନେଇ ଆଲୋଚନା କରାଯିବା ସହ କୋଠା ଗୁଡିକର ଫାୟର କ୍ଲିୟରନେସ, ନୋ ପାର୍କିଂ ବ୍ୟବସ୍ଥାର କାର୍ଯ୍ୟକାରୀ ନେଇ ଆଲୋଚନା ହୋଇଥିଲା ।

ଏମ୍.କେ.ସି.ଜି ମେଡିକାଲର ଭିତ୍ତିଭୂମିକୁ ନେଇ ଆଲୋଚନା

ଏହି ବୈଠକରେ ଏମ୍.କେ.ସି.ଜି ମେଡିକାଲର ଅଧ୍ୟକ୍ଷ ପ୍ରଫେସର ରାଧାମାଧବ ତ୍ରୀପାଠୀ, ଏମ୍.କେ.ସି.ଜି ଅଧିକ୍ଷକ ପ୍ରଫେସର ଚରଣ ପଣ୍ଡା, ମେଡିକାଲର ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକଙ୍କ ସମେତ ବହୁ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ ।

ଅନ୍ୟପଟେ ଗତ କିଛିଦିନ ତଳେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ସମେତ ବ୍ରହ୍ମପୁର ସାଂସଦ ଓ ବିଧାୟକ ଏବଂ ଜିଲ୍ଲାପ୍ରଶାସନର ଅଧିକାରୀଙ୍କ ଉପସ୍ଥିତିରେ ମଧ୍ୟ ଏକ ଆଲୋଚନା କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details