ଓଡିଶା

odisha

ଲଗାଣ ବର୍ଷା, ବିପଦ ସଙ୍କେତ ଉପରେ ଜଳକା ନଦୀ ଜଳସ୍ତର

By

Published : Sep 12, 2021, 6:00 PM IST

ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ବଢୁଛି ବିଭିନ୍ନ ନଦୀ ଜଳସ୍ତର । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଟପିବା ପରେ ଆତଙ୍କିତ ନଦୀ କୂଳିଆ ଲୋକେ । ଅଧିକ ପଢନ୍ତୁ...

ଲଗାଣ ବର୍ଷା, ବିପଦ ସଙ୍କେତ ଉପରେ ଜଳକା ନଦୀ
ଲଗାଣ ବର୍ଷା, ବିପଦ ସଙ୍କେତ ଉପରେ ଜଳକା ନଦୀ

ବାଲେଶ୍ବର: ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ। ନଦୀର ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ବର୍ତ୍ତମାନ ଏହା ୫.୭୦ ମିଟରରେ ପ୍ରବାହିତ ହେଉଛି ।ଫଳରେ ନଦୀ କୂଳିଆ ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହେବାରେ ଲାଗିଛି ।

ଲଗାଣ ବର୍ଷା, ବିପଦ ସଙ୍କେତ ଟପିଲା ଜଳକା ନଦୀ

ଉପର ମୁଣ୍ଡରେ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା ମଧ୍ୟ କରାଯାଉଛି। ଗତ ୩ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବୃଦ୍ଦି ପାଇବାରେ ଲାଗିଛି। ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିବା ପରେ ନଦୀ କୂଳିଆ ଲୋକଙ୍କ ମନରେ ଛନକା ପଶିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details