ଓଡିଶା

odisha

Share Market: ସେୟାର ମାର୍କେଟ କାରବାର ମାନ୍ଦା, କ୍ଷତିରେ ଚାଲିଛି ସେନସେକ୍ସର 29ଟି ସେୟାର

By

Published : Aug 14, 2023, 5:04 PM IST

ବିଏସଇ ସୂଚକାଙ୍କ ସେନସେକ୍ସରେ 321.32 ପଏଣ୍ଟ ହ୍ରାସ । କ୍ଷତିରେ କାରବାର କରୁଛି ସେନସେକ୍ସର 29ଟି ସେୟାର । ଅଧିକ ପଢ଼ନ୍ତୁ

କାରବାର ମାନ୍ଦା
କାରବାର ମାନ୍ଦା

ମୁମ୍ବାଇ:କାରବାର ଆରମ୍ଭରୁ ବଜାର ହ୍ରାସ । ସୋମବାର ଭାରତୀୟ ସେୟାର ବଜାରର ପ୍ରାରମ୍ଭିକ ବାଣିଜ୍ୟ କାରବାରରେ ହ୍ରାସ ଦେଖିବାକୁ ମିଳିଛି । 30 ସେୟାର ଆଧାରିତ ବିଏସଇ ସୂଚକାଙ୍କ ସେନସେକ୍ସରେ 321.32 ପଏଣ୍ଟ ଆର୍ଥାତ 0.49 ପ୍ରତିଶତ ହ୍ରାସ ପାଇ 65001.33 ପଏଣ୍ଟରେ କାରବାର କରିଛି । ସେହିପରି 50 ସେୟାର ଆଧାରିତ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟ ମଧ୍ୟ ତଳମୁହାଁ ରହିଛି । ନିଫ୍ଟରେ 124.20 ପଏଣ୍ଟ ଅର୍ଥାତ 0.64 ପ୍ରତିଶତ ହ୍ରାସ ପାଇଁ 19304.10 ପଏଣ୍ଟରେ ପହଞ୍ଚିଛି ।

ତେବେ ସେନସେକ୍ସର 30 ସେୟାର ମଧ୍ୟରୁ କେବଳ ଗୋଟିଏ ସେୟାର,ଏନଟିପିସି ସବୁଜ ନିସାନ ଉପରେ କାରବାର ଆରମ୍ଭ କରିବା ସହ ଲାଭରେ ରହିଛି । ସେହିପରି ଅନ୍ୟ 29ଟି ସେୟାର ଲାଲ ଚିହ୍ନ ତଳେ ରହି କ୍ଷତି ସହିଛନ୍ତି । ଅନ୍ୟପକ୍ଷେ ନିଫ୍ଟର 50 ସେୟାର ମଧ୍ୟରୁ ମାତ୍ର 3ଟି ସେୟାର ଲାଭରେ କାରବାର କରୁଥିବା ବେଳେ ଅନ୍ୟ 46ଟି ସେୟାର ଗୁଡ଼ିକରେ ହ୍ରାସ ଘଟିଥିବାର ଦେଖିବାକୁ ମିଳିଛି । ତେବେ କେବଳ ଗୋଟିଏ ସେୟାରରେ କୌଣସି ଲାଭ କିମ୍ବା କ୍ଷତି ହେଖିବାକୁ ମିଳିନାହିଁ।

ଏହା ମଧ୍ୟ ପଢ଼ନ୍ତୁ...Repo Rate: ୬.୫ ପ୍ରତିଶତରେ ରେପୋ ରେଟ୍ ଅପରିବର୍ତ୍ତିତ

ପ୍ରକାଶ ଥାଉ କି, ଆସନ୍ତାକାଲି ମଙ୍ଗଳବାର ସ୍ବାଧୀନତା ଦିବସ ଉପଲକ୍ଷେ ସେୟାର ବଜାର ବନ୍ଦ ରହିବ। ଏଥିପାଇଁ ସେନସେକ୍ସ ଏବଂ ନିଫ୍ଟ ସହ ଜଡିତ କୌଣସି କାରବାର ହେବନାହିଁ। ଏହି ସପ୍ତାହରେ କେବଳ ଚାରି ଦିନ ଷ୍ଟକ ମାର୍କେଟରେ ବାଣିଜ୍ୟ କାରବାର ହେବ। ତେବେ ବୁଧବାର ଷ୍ଟକ ମାର୍କେଟ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇ କାରବାର ଆରମ୍ଭ ହେବ।

ତେବେ ସୋମବାର ପ୍ରାରମ୍ଭିକ କାରବାରରେ ଆମେରିକା ଡଲାର ତୁଳନାରେ ଭାରତୀୟ ଟଙ୍କାରେ 25 ପଇସା ହ୍ରାସ ପାଇ 83.07ରେ ପହଞ୍ଚିଛି। ତେବେ ଘରୋଇ ସେୟାର ବଜାରରେ ନକରାତ୍ମକ ପ୍ରଭାବ ଏବଂ ଅଶୋଧିତ ତୈଳ ଦର ବୃଦ୍ଧି କାରଣରୁ ଟଙ୍କାର ମୂଲ୍ୟରେ ହ୍ରାସ ଘଟିଥିବା ନେଇ ଆକଳନ କରାଯୈଉଛି।

ସୋମବାର ଇଣ୍ଟରବ୍ୟାଙ୍କ ବୈଦେଶିକ ମୁଦ୍ରା ବିନିମୟ ବଜାରରେ ଟଙ୍କା 83.04ରେ ଆରମ୍ଭ ହୋଇ ପ୍ରତି ଡଲାର ପିଛି 83.07ରେ ପହଞ୍ଚି ଥିଲା, ଯାହା ପୂର୍ବ ତୁଳନାରେ 25 ପଇସା ହ୍ରାସ ପାଇଥିଲା । ତେବେ ପୂର୍ବରୁ ଶୁକ୍ରବାର ଭାରତୀୟ ଟଙ୍କା ଆମେରିକା ଡଲାର ତଳନାରେ 82.82 ରେ ବନ୍ଦ ହୋଇଥିଲା । ଏହା ମଧ୍ୟରେ 6ଟି ପ୍ରମୁଖ ମୁଦ୍ରା ତୁଳନାରେ ଆମେରିକା ଡଲାରର ସୂଚକାଙ୍କ 0.17 ପ୍ରତିଶତ ବୃଦ୍ଧି ହୋଇ 103.01ରେ ପହଞ୍ଚିଛି।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details