ଓଡିଶା

odisha

Share Market Update: ସେନସେକ୍ସ ଓ ନିଫ୍ଟରେ ବୃଦ୍ଧି, ଟଙ୍କା ତୁଳନାରେ ବଢ଼ିଲା ଡଲାର ମୂଲ୍ୟ

By ETV Bharat Odisha Team

Published : Sep 4, 2023, 5:28 PM IST

ସେୟାର ବଜାରର ପ୍ରରମ୍ଭିକ କାରବାରରେ ସକରାତ୍ମକ ପ୍ରଭାବ। ସେନସେକ୍ସ ଓ ନିଫ୍ଟ କାରବାରରେ ବୃଦ୍ଧି। ଅଧିକ ପଢ଼ନ୍ତୁ

ସେୟାର ବଜାର
ସେୟାର ବଜାର

ମୁମ୍ବାଇ: ସୋମବାର ସେୟାର ବଜାରର ପ୍ରରମ୍ଭିକ କାରବାରରେ ସକରାତ୍ମକ ପ୍ରଭାବ ଦେଖିବାକୁ ମିଲିଛି। ବିଦେଶୀ ଫଣ୍ଡ ପ୍ରଭାବରେ ଘରୋଇ ବଜାର କାରବାର ଅଭିବୃଦ୍ଧି ଘଟିଛି। 30 ସେୟାର ଆଧାରିତ ବିଏସଇ ସୂଚକାଙ୍କ ସେନସେକ୍ସ ପ୍ରାରମ୍ଭିକ କାରବାରରେ 240.98 ପଏଣ୍ଟ ଅର୍ଥାତ 0.37ପ୍ରତିଶତ ବୃଦ୍ଧି ଘଟି 65628.14 ପଏଣ୍ଟରେ ପହଞ୍ଚିଛି। ସେହିପରି 50 ସେୟାର ଆଧାରିତ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟରେ ମଧ୍ୟ ବୃଦ୍ଧି ଘଟିଥିବାର ଦେଖିବାକୁ ମିଳିଛି। ନିଫ୍ଟିରେ 93.50 ପଏଣ୍ଟ ଅର୍ଥାତ0.48 ପ୍ରତିଶତ ବଢ଼ି 19528.80 ପଏଣ୍ଟରେ ପହଞ୍ଚିଛି।

ତେବେ ବିଏସଇ ସେନସେକ୍ସରେ ଟାଟା ଷ୍ଟିଲ, ଜିଏସଡବ୍ଲ୍ୟୁ ଷ୍ଟିଲ, ଅଲ୍ଟ୍ରାଟେକ, ଲାର୍ସେନ ଆଣ୍ଡ ଟ୍ୟୁବ୍ରୋ, ମାରୁତି, ଏଚସିଏଲ ଟେକ୍ନୋଲୋଜି, ବିପ୍ରୋ ଏବଂ ଟେକ ମହିନ୍ଦ୍ରାର ସେୟାର ଗୁଡ଼ିକ ଲାଭରେ କାରବାର କରିଛି। ସେହିପରି ICICI ବ୍ୟାଙ୍କ୍‌, ନେସ୍ଲେ, ଏସିୟାନ ପେଣ୍ଟ୍‌ସ ଏବଂ ପାଓ୍ବାର ଗ୍ରୀଡ଼୍‌ର ସେୟାର ଗୁଡ଼ିକ କ୍ଷତିରେ କାରବାର କରିଛି। ଅନ୍ୟପକ୍ଷେ ଏସିୟା ବଜାରରେ ଦକ୍ଷିଣ କୋରିଆର କୋସ୍ପି, ଜାପାନର ନିକ୍କି, ହଂକଂର ହ୍ୟାଙ୍ଗ୍‌ସେଙ୍ଗ ଏବଂ ଚୀନର ସଙ୍ଘାଇ କମ୍ପୋଜିଟର ଲାଭରେ ରହିଛନ୍ତି। ତେବେ ଆମେରିକା ବଜାର ପୂର୍ବ କାରବାରରେ ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିଥିଲା।

ଏହା ମଧ୍ୟ ପଢ଼ନ୍ତୁ...Rice Price: ଭାରତରୁ ଚାଉଳ ରପ୍ତାନୀ ବନ୍ଦ ପରେ ବିଶ୍ୱରେ ପ୍ରଭାବ, 15 ବର୍ଷର ରେକର୍ଡ ଭାଙ୍ଗିଲା ଚାଉଳ ଦର

ସୋମବାର ପ୍ରାରମ୍ଭିକ କାରବାରରେ ଭାରତୀୟ ଟଙ୍କା ଆମେରିକା ଡଲାର ତୁଳନାରେ 15 ପଇସା ହ୍ରାସ ହୋଇ ପ୍ରତି ଡଲାର ପିଛା 82.72 ରେ ପହଞ୍ଚି ଥିଲା। ଆମେରିକା ମୁଦ୍ରାର ମୂଲ୍ୟ ବୃଦ୍ଧି ଏବଂ ଅଶୋଧିତ ତୈଳ ଦର ବଢିବାର ପ୍ରଭାବ ଘରୋଇ ମୁଦ୍ରା ଉପରେ ପଡ଼ୁଛି। ତେବେ ଇଣ୍ଟରବ୍ୟାଙ୍କ ବିଦେଶି ମୁଦ୍ରା ବଜାରରେ ଟଙ୍କା 82.71ରେ କାରବାର ଆରମ୍ଭ ହୋଇଥିଲା। ଏହାପରେ ଏଥିରେ ବୃଦ୍ଧି ପାଇ ଭାରତୀୟ ଟଙ୍କା ପ୍ରତି ଡଲାର ପିଛା 82.77ରେ ପହଞ୍ଚିଥିଲା। ତେବେ ଏହା ପୂର୍ବ କାରବାର ତୁଳନାରେ 15 ପଇସା ହ୍ରାସ ଘଟିଥିଲା।

ଏହା ମଧ୍ୟ ପଢ଼ନ୍ତୁ...Market Capitalization: ଆଦାନୀ ଗ୍ରୁପର 12675 କୋଟି ଟଙ୍କା ବୃଦ୍ଧି

ତେବେ ଶୁକ୍ରବାର ସେୟାର ବଜାର କାରବାରରେ ଭାରତୀୟ ଟଙ୍କା ଆମେରିକା ଡଲାର ତୁଳନାରେ 82.62ରେ ବନ୍ଦ ହୋଇଥିଲା। ଏହା ମଧ୍ୟରେ 6 ପ୍ରମୁଖ ମୁଦ୍ରା ତୁଲନାରେ ଆମେରିକା ଡଲାରର ସ୍ଥିତି ସୂଚାଉଥିବା ଡଲାର ସୂଚକାଙ୍କ 0.06 ହ୍ରାସ ପାଇବା ସହ 104.17ରେ ପହଞ୍ଚିଛି। ତେବେ ବିଶ୍ବ ତୈଳ ମାନକ ଅଶୋଧିତ ତୈଳରେ 0.01 ପ୍ରତିଶତ ବୃଦ୍ଧି ପାଇବା ସହ ପ୍ରତି ବ୍ୟାରେଲ ପିଛା 88.56 ଡଲାର ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details