ଓଡିଶା

odisha

ଗାନ୍ଧୀ ପରିବାରର ପରାମର୍ଶ ନେବାରେ କୌଣସି ଲଜ୍ଜା ନାହିଁ: ଖାଡଗେ

By

Published : Oct 16, 2022, 6:57 PM IST

ନିର୍ବାଚନ ପୂର୍ବରୁ ଖାଡଗେଙ୍କ ବୟାନ । କହିଲେ ଯଦି ଅଧ୍ୟକ୍ଷ ନିର୍ବାଚିତ ହୁଅନ୍ତି, ତେବେ କୌଣସି ଦଳୀୟ ବ୍ୟାପାରରେ ଗାନ୍ଧୀ ପରିବାରର ପରାମର୍ଶ ନେବାରେ ନାହିଁ ଲଜ୍ଜା (Mallikarjun Kharge statement on aicc president)। ଦଳ ପାଇଁ ଗାନ୍ଧୀ ପରିବାର ସଂଘର୍ଷ କରିଛି । ଆସନ୍ତାକାଲି ଭୋଟିଂ । ଅଧିକ ପଢନ୍ତୁ

ଗାନ୍ଧୀ ପରିବାରର ପରାମର୍ଶ ନେବାରେ କୌଣସି ଲଜ୍ଜା ନାହିଁ : ଖାଡଗେ
ଗାନ୍ଧୀ ପରିବାରର ପରାମର୍ଶ ନେବାରେ କୌଣସି ଲଜ୍ଜା ନାହିଁ : ଖାଡଗେ

ବେଙ୍ଗାଲୁରୁ:କୌଣସି ଦଳୀୟ ବ୍ୟାପାରରେ ଗାନ୍ଧୀ ପରିବାରର ପରାମର୍ଶ କିମ୍ବା ସମର୍ଥନ ନେବାରେ କୌଣସି ଲଜ୍ଜା ନାହିଁ । ଯଦି ସେ ଦଳର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୁଅନ୍ତି ତେବେ ସେପରି କରିବାରେ କୌଣସି ଲଜ୍ଜା ଅନୁଭବ କରିବେ ନାହିଂ ବୋଲି ମଧ୍ୟ କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଅଧ୍ୟକ୍ଷ ପ୍ରାର୍ଥୀ ମଲ୍ଲିକାର୍ଜୁନ ଖାଡଗେ (Mallikarjun Kharge statement on aicc president)। ଦଳ ପାଇଁ ସେମାନଙ୍କର ସଂଘର୍ଷ ରହିଛି, ଦଳକୁ ସୁଦୃଢ କରିବାରେ ସେମାନଙ୍କର ଅବଦାନ ମଧ୍ୟ ରହିଛି । ତେଣୁ କୌଣସି ଦଳୀୟ ବ୍ୟାପାରରେ ଗାନ୍ଧୀ ପରିବାରର ପରାମର୍ଶ କିମ୍ବା ସମର୍ଥନ ଲେଡିବାରେ ସେ କେବେ ଲଜ୍ଜା ଅନୁଭବ କରିବେ ନାହିଁ ବୋଲି ଖାଡଗେ କହିଛନ୍ତି ।


ଆସନ୍ତାକାଲି ଏହି ନିର୍ବାଚନର ମତଦାନ ହେବାକୁ ଥିବା ବେଳେ ଏହି ବରିଷ୍ଠ ନେତାଙ୍କ ବିପକ୍ଷରେ ରହିଛନ୍ତି ଦଳର ଅନ୍ୟଜଣେ ବରିଷ୍ଠ ନେତା ଶଶୀ ଥରୁର । ତେବେ ମଲ୍ଲିକାର୍ଜୁନଙ୍କୁ ଗାନ୍ଧୀ ପରିବାର ଅନୁଗତ ନେତା ଭାବେ ମଧ୍ୟ ବିବେଚନା କରାଯାଏ । ପ୍ରଥମ କରି 24 ବର୍ଷ ପରେ ଦଳକୁ ଜଣେ ଅଣ ଗାନ୍ଧୀ ନେତାଙ୍କୁ ନେତୃତ୍ବ ମିଳିବାକୁ ଯାଉଥିବା ବେଳେ ଗାନ୍ଧୀ ପରିବାର ହାତରେ ପରୋକ୍ଷ ନେତୃତ୍ବ ରହିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଆଜି ବେଙ୍ଗାଲୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସମ୍ପର୍କିତ ପ୍ରଶ୍ନର ଏପରି ଉତ୍ତର ରଖିଛନ୍ତି ନିର୍ବାଚନୀ ପ୍ରତିଦ୍ବନ୍ଦ୍ବିତାରେ ଆଗରେ ଥିବା ବରିଷ୍ଠ ନେତା ଖାଡଗେ ।

ଏହା ମଧ୍ୟ ପଢନ୍ତୁ:-congress president poll: ଆସନ୍ତାକାଲି ଭୋଟିଂ, 24 ବର୍ଷ ପରେ ଦଳକୁ ମିଳିବ ଅଣଗାନ୍ଧୀ ନେତୃତ୍ବ

ଯଦି ସେ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୁଅନ୍ତି, ତେବେ ସେ କୌଣସି ଦଳୀୟ ନିଷ୍ପତ୍ତି ପାଇଁ ଗାନ୍ଧୀ ପରିବାରର ପରାମର୍ଶ ଚାହିଁବେ କି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଖାଡଗେ କହିଛନ୍ତି, ‘‘ଗାନ୍ଧୀ ପରିବାର ଦଳ ପାଇଁ ସଂଘର୍ଷ କରିଛି । ସୋନିଆ ଗାନ୍ଧୀ ଜାତୀୟ କଂଗ୍ରେସର ଅଧ୍ୟକ୍ଷା ଭାବେ ଦୀର୍ଘ ବର୍ଷ ରହିଛନ୍ତି । ସେହିପରି ରାହୁଲ ଗାନ୍ଧୀ ମଧ୍ୟ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି । ଦଳକୁ ସୁଦୃଢ କରିବାରେ ସେମାନଙ୍କର ବଡ ଭୂମିକା ରହିଛି । ଯଦି ମୁଁ ପାର୍ଟିର ମୁଖ୍ୟ ବା ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଉଛନ୍ତି, ତେବେ କୌଣସି ପ୍ରସଙ୍ଗରେ ଯଦି ଗାନ୍ଧୀ ପରିବାର ପରାମର୍ଶ କିମ୍ବା ସହଯୋଗର ଆବଶ୍ୟକ ପଡେ ତେବେ ସେ ଲଜ୍ଜାବୋଧ କରିବି ନାହିଁ । ’’

ଆସନ୍ତାକାଲି 22 ବର୍ଷ ପରେ ପୁଣି ଥରେ ଦଳରେ ଅଧ୍ୟକ୍ଷ ନିର୍ବାଚନ ହେବାକୁ ଯାଉଛି । ଏଥର ମୋଟ 9,000 କଂଗ୍ରେସ ସଦସ୍ୟ ଓ ପ୍ରଦେଶ କଂଗ୍ରେସ ସଦସ୍ୟ ଭୋଟ ଦେଇ ଦଳର ହାଇକମାଣ୍ଡ ବାଛିବାକୁ ଯାଉଛନ୍ତି । ଗାନ୍ଧୀ ପରିବାର ପକ୍ଷରୁ କେହି ପ୍ରତିଦ୍ବନ୍ଦ୍ବିତା କରୁନଥିବା ବେଳେ ବରିଷ୍ଠ ନେତା ତଥା ରାଜ୍ୟସଭାରେ ଦଳର ଫ୍ଲୋର ଲିଡର ମଲ୍ଲିକାର୍ଜୁନ ଖାଡଗେ ଓ ଅନ୍ୟତମ ବରିଷ୍ଠ ନେତା ଶଶୀ ଥରୁରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବାକୁ ଯାଉଛି । ତେବେ ଖାଡଗେ ଗାନ୍ଧୀ ପରିବାରର ବେସ ନିକଟବର୍ତ୍ତୀ ହୋଇଥିବା ବେଳେ ଶଶୀ ଥରରୁ ଜି-23 ନେତା ଭାବେ ମଧ୍ୟ ପରିଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details