ଓଡିଶା

odisha

UP Assembly Poll: ଆଉ ଜଣେ ମନ୍ତ୍ରୀଙ୍କ ଇସ୍ତଫା, ଯୋଗୀ କ୍ୟାବିନେଟ ଛାଡିଲେ ଦାରା ସିଂ ଚୌହାନ

By

Published : Jan 12, 2022, 4:14 PM IST

ନିର୍ବାଚନ ପୂର୍ବରୁ ବଦଳୁଛି ଉତ୍ତର ପ୍ରଦେଶର ରାଜନୈତିକ ସମୀକରଣ । ପୁଣି ଶାସକ ବିଜେପିକୁ ଝଟକା । ଦଳ ଛାଡିଲେ ଆଉ ଜଣେ କ୍ୟାବିନେଟ ମନ୍ତ୍ରୀ । ଗତକାଲି ମଧ୍ୟ ଦଳ ଛାଡି SP ଦଳରେ ସାମିଲ ହୋଇଥିଲେ ଜଣେ ମନ୍ତ୍ରୀ । ଅଧିକ ପଢନ୍ତୁ

ଉତ୍ତର ପ୍ରଦେଶରେ ଆଉ ଜଣେ ମନ୍ତ୍ରୀଙ୍କ ଇସ୍ତଫା, ଯୋଗୀ କ୍ୟାବିନେଟ ଛାଡିଲେ ଦାରା ସିଂ ଚୌହାନ
ଉତ୍ତର ପ୍ରଦେଶରେ ଆଉ ଜଣେ ମନ୍ତ୍ରୀଙ୍କ ଇସ୍ତଫା, ଯୋଗୀ କ୍ୟାବିନେଟ ଛାଡିଲେ ଦାରା ସିଂ ଚୌହାନଉତ୍ତର ପ୍ରଦେଶରେ ଆଉ ଜଣେ ମନ୍ତ୍ରୀଙ୍କ ଇସ୍ତଫା, ଯୋଗୀ କ୍ୟାବିନେଟ ଛାଡିଲେ ଦାରା ସିଂ ଚୌହାନଉତ୍ତର ପ୍ରଦେଶରେ ଆଉ ଜଣେ ମନ୍ତ୍ରୀଙ୍କ ଇସ୍ତଫା, ଯୋଗୀ କ୍ୟାବିନେଟ ଛାଡିଲେ ଦାରା ସିଂ ଚୌହାନଉତ୍ତର ପ୍ରଦେଶରେ ଆଉ ଜଣେ ମନ୍ତ୍ରୀଙ୍କ ଇସ୍ତଫା, ଯୋଗୀ କ୍ୟାବିନେଟ ଛାଡିଲେ ଦାରା ସିଂ ଚୌହାନ

ଲକ୍ଷ୍ନୌ:ଉତ୍ତର ପ୍ରଦେଶ ନିର୍ବାଚନକୁ ଏକ ମାସରୁ କମ ସମୟ ଥିବାବେଳେ ଶାସକ ବିଜେପି ଶିବିର ଛାଡିବାରେ ଲାଗିଛନ୍ତି ଜଣେ ପରେ ଜଣେ ମନ୍ତ୍ରୀ । ଯୋଗୀ କ୍ୟାବିନେଟର ମନ୍ତ୍ରୀ ଥିବା ଦାରା ସିଂ ଚୌହାନ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି । ଗତକାଲି (ମଙ୍ଗଳବାର) ଅନ୍ୟ ଜଣେ କ୍ୟାବିନେଟ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଇସ୍ତଫା ଦେବା ପରେ ଆଜି ଦାରା ମଧ୍ୟ ଇସ୍ତଫା ଦେଇଛନ୍ତି ।

ଉତ୍ତର ପ୍ରଦେଶରେ ଆଉ ଜଣେ ମନ୍ତ୍ରୀଙ୍କ ଇସ୍ତଫା, ଯୋଗୀ କ୍ୟାବିନେଟ ଛାଡିଲେ ଦାରା ସିଂ ଚୌହାନ

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ଦୁଇ କ୍ୟାବିନେଟ ମନ୍ତ୍ରୀ ମୌର୍ଯ୍ୟ ଏବଂ ଚୌହାନଙ୍କ ବ୍ୟତୀତ ବିଧାୟକ ଅବତାର ସିଂ ଭଦାନା ମଧ୍ୟ ଦଳ ଛାଡି ଆଜି (ବୁଧବାର) ଜୟନ୍ତ ଚୌଧୁରୀଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ଲୋକ ଦଳ (RLD) ରେ ଯୋଗ ଦେଇଛନ୍ତି। ସେହିପରି ଅନ୍ୟ କିଛି ବିଜେପି ବିଧାୟକ ମଧ୍ୟ ଯୋଗୀ ଶିବିର ଛାଡି ଅଖିଳେଶଙ୍କ ଦଳରେ ସାମିଲ ହେବା ନେଇ ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details