ଓଡିଶା

odisha

PFI ଅଫିସିଆଲ ଆକାଉଣ୍ଟକୁ ବନ୍ଦ କଲା ଟ୍ବିଟର

By

Published : Sep 29, 2022, 11:18 AM IST

PFIକୁ 5 ବର୍ଷ ପାଇଁ କେନ୍ଦ୍ର ସରକାର ବ୍ୟାନ କରିବା ସଂଗଠନର ଅଫିସିଆଲ ଆକାଉଣ୍ଟକୁ ବନ୍ଦ କଲା ଟ୍ବିଟର (Twitter withholds PFIs official account)। ଫେସବୁକ ସମେତ ଅନ୍ୟ କିଛି ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟ ସଂଗଠନର ଆକାଉଣ୍ଟ ଅଚଳ କରିଥିବା ସୂଚନା । ଅଧିକ ପଢନ୍ତୁ

PFI ଅଫିସିଆଲ ଆକାଉଣ୍ଟକୁ ବନ୍ଦ କଲା ଟ୍ବିଟର
PFI ଅଫିସିଆଲ ଆକାଉଣ୍ଟକୁ ବନ୍ଦ କଲା ଟ୍ବିଟର

ନୂଆଦିଲ୍ଲୀ: ଗତକାଲି ଇସଲାମିକ ସଂଗଠନ ପିଏଫଆଇ (PFI)କୁ 5 ବର୍ଷ ପାଇଁ କେନ୍ଦ୍ର ସରକାର ବ୍ୟାନ କରିବା ପରେ ଆଜି ସଂଗଠନର ଅଫିସିଆଲ ଆକାଉଣ୍ଟକୁ ଅଚଳ କରିଛି ମାଇକ୍ରୋ ବ୍ଲଗିଂ ସଂସ୍ଥା ଟ୍ବିଟର (Twitter withholds PFIs official account)। କେବଳ ସଂଗଠନର ଅଫିସିଆଲ ଆକାଉଣ୍ଟ ନୁହେଁ ବରଂ ଏକାଧିକ କାର୍ଯ୍ୟକର୍ତ୍ତାଙ୍କ ଆକାଉଣ୍ଟକୁ ମଧ୍ୟ ଟ୍ବିଟର ଅଚଳ କରିଛି । ଟ୍ବିଟର ସମେତ ଫେସବୁକ ଫେଜ, ଇନଷ୍ଟାଗ୍ରାମରେ ମଧ୍ୟ ସଂସ୍ଥାର କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ସଞ୍ଚାଳିତ ହେଉଥିବା ଆକାଉଣ୍ଟ ଅଚଳ ହୋଇଯାଇଥିବା ସୂଚନା ମିଳିଛି ।

ସଂଗଠନର ମୁଖ୍ୟ ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ପ୍ରାୟ 80 ହଜାର ଅନୁସରଣକାରୀ ରହିଥିଲେ । ସେହିପରି ସଂସ୍ଥାର ମୁଖ୍ୟ ଓମା ସଲମଙ୍କର ମଧ୍ୟ ପ୍ରାୟ 50 ହଜାର ଫଲୋର୍ସ ଥିଲେ । ସଂଗଠନର ସାଧାରଣ ସମ୍ପାଦକ ଆନିସ ଅହମ୍ମଦଙ୍କର ମଧ୍ୟ ପ୍ରାୟ 80 ହଜାର ଫଲୋର୍ସ ରହିଥିଲେ । ଏ ସମସ୍ତଙ୍କ ଆକାଉଣ୍ଟ ଅଚଳ ହୋଇଯାଇଛି । ଗତକାଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ 5 ବର୍ଷ ପାଇଁ ସଂଗଠନକୁ ନିଷେଧ ଘୋଷଣା କରିଥିଲେ । କାର୍ଯ୍ୟାନୁଷ୍ଠାନକୁ 24 ଘଣ୍ଟା ନପୂରଣରୁ ସୋସିଆଲ ମିଡିଆ ସଂସ୍ଥାଗୁଡିକ ମଧ୍ୟ ନିଜ ଜନନୀତି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: PFIକୁ 5 ବର୍ଷ ପାଇଁ ବ୍ୟାନ୍‌ କଲେ କେନ୍ଦ୍ର ସରକାର

କୌଣସି ଦେଶରେ ଯେକୌଣସି ସଂଗଠନ ଅବୈଧ କିମ୍ବା ନିଷେଧ ଘୋଷଣା ହେବା ପରେ ସମ୍ପୃକ୍ତ ସଂସ୍ଥା ଦ୍ବାରା କାର୍ଯ୍ୟକ୍ଷମ ଥିବା ସୋସିଆଲ ମିଡିଆ ଆକାଉଣ୍ଟକୁ ହଟାଇ ଦେଇଥାନ୍ତି ସମ୍ପୃକ୍ତ କମ୍ପାନୀ । କିଛି ସ୍ଥାନରେ କିଛି ଆପତ୍ତିଜନକ କାର୍ଯ୍ୟ ପାଇଁ କିଛି ଆକାଉଣ୍ଟକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ସମ୍ପୃକ୍ତ କମ୍ପାନୀଙ୍କୁ ମଧ୍ୟ କହି ପାରନ୍ତି । ତେବେ ପ୍ରାୟ ଏକ ସପ୍ତାହ ଧରି ପିଏଫଆଇର ବିଭିନ୍ନ ଠିକଣା ଆଡ୍ଡା, ଶାଖା କାର୍ଯ୍ୟାଳୟରେ ଚଢାଉ କରିଥିଲା ଏକାଧିକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଏବେ ସୁଦ୍ଧା ପ୍ରାୟ 200 ପିଏଫଆଇ ସଦସ୍ୟଙ୍କୁ ଅଟକ ରଖିଛି ପୋଲିସ ।

ଗତକାଲି ଅପରାଧିକ କାର୍ଯ୍ୟକଳାପ ତଥା ଆତଙ୍କବାଦୀ ସଂଗଠନ ସହ ଲିଙ୍କ ପ୍ରମାଣ ମିଳିବା ପରେ ସଂଗଠନକୁ 5 ବର୍ଷ ପାଇଁ ବ୍ୟାନ ଘୋଷଣା କରିଥିଲା ଗୃହ ମନ୍ତ୍ରଣାଳୟ (PFI ban by center)। ପିଏଫଆଇ ସମେତ ଅନ୍ୟ 9 ସହଯୋଗୀ ସଂଗଠନ ଉପରେ ମଧ୍ୟ ବ୍ୟାନ ଲଗାଇଥିଲା କେନ୍ଦ୍ର । ପୂର୍ବରୁ ସଂଗଠନର ଏକାଧିକ କାର୍ଯ୍ୟକର୍ତ୍ତା ଦେଶ ବିରୋଧୀ କାର୍ଯ୍ୟକଳାପ ତଥା ଟେରର ଫଣ୍ଡିଂ ମାମଲାରେ ଗିରଫ ହୋଇସାରିଛନ୍ତି । ଗତ ସପ୍ତାହରୁ ମଧ୍ୟ ସଂଗଠନର ବିଭିନ୍ନ ଶାଖା ଓ ଆଡ୍ଡା ଉପରେ ଦେଶବ୍ୟାପୀ ଚଢାଉ କରିଥିଲେ ମିଳିତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (Nationwide action against PFI)। ବର୍ତ୍ତମାନ ସୁଦ୍ଧା ପ୍ରାୟ 2 ଶହ କର୍ମକର୍ତ୍ତାଙ୍କୁ ଗିରଫ କରିସାରିଛି କେନ୍ଦ୍ରୀୟ ସସ୍ଥା ।



ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details