ଓଡିଶା

odisha

'ହର କି ପୌରି ଘାଟରେ ସାମାଜିକ ଦୂରତା ବଜାୟ କଷ୍ଟସାଧ୍ୟ’

By

Published : Apr 12, 2021, 9:52 AM IST

ଉତ୍ତରାଖଣ୍ଡର ହର କି ପୌରି ଘାଟରେ ସାମାଜିକ ଦୂରତା ବଜାୟ ରଖିବା କଷ୍ଟକର ହୋଇପଡି଼ଛି ବୋଲି ଆଇଜି ସଞ୍ଜୟ ଗୁଞ୍ଜ୍ୟଲ କହିଛନ୍ତି । ଅଧିକ ପଢନ୍ତୁ...

'ହର କି ପୌରି ଘାଟରେ ସାମାଜିକ ଦୂରତା ବଜାୟ ରଖିବା କଷ୍ଟକର'
'ହର କି ପୌରି ଘାଟରେ ସାମାଜିକ ଦୂରତା ବଜାୟ ରଖିବା କଷ୍ଟକର'

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ହରିଦ୍ବାର ହର କି ପୌରି ଘାଟରେ ପ୍ରସିଦ୍ଧ କୁମ୍ଭମେଳା ଆରମ୍ଭ ହୋଇଛି । ଏଠାରେ ଦ୍ବିତୀୟ ଶାହି ସ୍ନାନ ପାଇଁ ବହୁ ଭକ୍ତମାନେ ଏକାଠି ହୋଇ ବୁଡ଼ ପକାଉଥିବା ଦେଖିବାକୁ ମିଳିଛି । କୋଭିଡ଼ କଟକଣା ମଧ୍ୟରେ କୁମ୍ଭମେଳା ଅନୁଷ୍ଠିତ ହେଉଥିଲେ ମଧ୍ୟ ଏଠାରେ ସାମାଜିକ ଦୂରତା ଅବଲମ୍ବନ କରିବା ଏକ କଷ୍ଟକର ବ୍ୟାପାର ବୋଲି କୁମ୍ଭମେଳା ଆଇଜି ସଞ୍ଜୟ ଗୁଞ୍ଜ୍ୟଲ କହିଛନ୍ତି ।

'ହର କି ପୌରି ଘାଟରେ ସାମାଜିକ ଦୂରତା ବଜାୟ ରଖିବା କଷ୍ଟକର'

କୁମ୍ଭମେଳା ପାଇଁ ଅଧିକାଂଶ ସଂଖ୍ୟାରେ ଭକ୍ତ ଏକଜୁଟ ହୋଇଥିବାରୁ ବାସ୍ତବରେ ପରସ୍ପର ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ସମ୍ଭବପର ହେଉନାହିଁ ବୋଲି ଆଇଜି କହିଛନ୍ତି । ଏହା ସତ୍ତ୍ବେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଭକ୍ତମାନଙ୍କୁ ବାଧ୍ୟ କଲେ ଏକ ଭାଗଦୌଡ଼ ଭଳି ପରିସ୍ଥିତି ଉପୁଜିବ ବୋଲି ଗୁଞ୍ଜ୍ୟଲ କହିଛନ୍ତି । ଏଥିଲାଗି ଲୋକମାନଙ୍କୁ ଏହି ନିୟମ ମାନିବା ପାଇଁ ବାଧ୍ୟ କରାନଯାଇ କେବଳ ସତର୍କ କରାଯାଉଛି ବୋଲି ସେ କହିଛନ୍ତି ।

କୁମ୍ଭମେଳାର ଦ୍ବିତୀୟ ଶାହି ସ୍ନାନ ପାଇଁ ହରିଦ୍ବାର ହର କି ପୌରି ଘାଟରେ ସୋମବାର ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତମାନେ ବୁଡ଼ ପକାଇଛନ୍ତି । ସାଧାରଣ ଲୋକଙ୍କୁ ସକାଳ 7ଟା ପର୍ଯ୍ୟନ୍ତ ବୁଡ଼ ପକାଯିବା ପାଇଁ ଅନୁମତି ଦିଆଯାଇଥିଲା । ଏହାପରେ ସାଧୁସନ୍ଥଙ୍କୁ ସ୍ନାନ ପାଇଁ ଅନୁମତି ଦିଆଯାଇଛି । ମାର୍ଚ୍ଚ 11 ତାରିଖରେ ଶିବରାତ୍ରିରେ ପ୍ରଥମ ପର୍ଯ୍ୟାୟ ସ୍ନାନ ଶେଷ ହୋଇଥିବା ବେଳେ ଦ୍ବିତୀୟ ସ୍ନାନ ଆଜି(ସୋମବାର) ଓ ଏପ୍ରିଲ 14 ତାରିଖରେ ଅନୁଷ୍ଠିତ ହେବ ।

ତେବେ ଗତ 24 ଘଣ୍ଟା ମଧ୍ୟରେ ଉତ୍ତରାଖଣ୍ଡରେ ନୂଆ 1333 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 8 ହଜାର 812ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 7 ହଜାର 323ଟି ସକ୍ରିୟ ମାମଲା ରହିଛି ।

ABOUT THE AUTHOR

...view details