ଓଡିଶା

odisha

Republic Day2023: କର୍ତ୍ତବ୍ୟପଥରେ ବିଶ୍ୱ ଦେଖିଲା ଦେଶର ସମୃଦ୍ଧ ସାଂସ୍କୃତିକ ବିବିଧତା ମଧ୍ୟରେ ଏକତା

By

Published : Jan 26, 2023, 9:30 PM IST

ପରେଡରେ ଭାରତୀୟ ସ୍ଥଳସେନା, ବାୟୁସେନା ଓ ନୌସେନା ସେମାନଙ୍କର ରଣକୌଶଳ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିଥିଲେ । ଭାରତୀୟ ସେନାର ମହିଳା ଅଧିକାରୀ ମଧ୍ୟ ଚିତ୍ତାକର୍ଷକ ଷ୍ଟଣ୍ଟ ପ୍ରଦର୍ଶନ କରିବା ସହ କଣ୍ଟିଜେଣ୍ଟର ନେତୃତ୍ବ ନେଇଥିଲେ । ଭାରତୀୟ ନାରୀଶକ୍ତିର ପରାକ୍ରମ ଦେଖିଛି ବିଶ୍ବ । ଏତତ ବ୍ୟତୀତ ପରେଡରେ ଆତ୍ମନିର୍ଭର ଭାରତ, ଭବିଷ୍ୟତ ଭାରତ, ଭାରତର ଉପଲବ୍ଧି ପ୍ରଦର୍ଶିତ ହୋଇଛି । ଅଧିକ ପଢନ୍ତୁ

Etv Bharatକର୍ତ୍ତବ୍ୟପଥରେ ବିଶ୍ବ ଦେଖିଲା ଦେଶର ସମୃଦ୍ଧି ସାଂସ୍କୃତିକ ବିବିଧତା ମଧ୍ଯରେ ଏକତା
Etv Bharatକର୍ତ୍ତବ୍ୟପଥରେ ବିଶ୍ବ ଦେଖିଲା ଦେଶର ସମୃଦ୍ଧି ସାଂସ୍କୃତିକ ବିବିଧତା ମଧ୍ଯରେ ଏକତା

କର୍ତ୍ତବ୍ୟପଥରେ ବିଶ୍ବ ଦେଖିଲା ଦେଶର ସମୃଦ୍ଧି ସାଂସ୍କୃତିକ ବିବିଧତା ମଧ୍ଯରେ ଏକତା

ନୂଆଦିଲ୍ଲୀ: ଦେଶ ପାଳନ କରିଛି ଗୌରବମୟ 74ତମ ସାଧାରଣତନ୍ତ୍ର ଦିବସ । କାଶ୍ମୀର ଠାରୁ କନ୍ୟା କୁମାରୀ କଚ୍ଛ ଠାରୁ କୋହିମା ପର୍ଯ୍ୟନ୍ତ ସବୁଠି ଉଡିଛି ତ୍ରିରଙ୍ଗା । ସାରା ଦେଶରେ ପ୍ରକମ୍ପିତ ହୋଇଛି ଭାରତମାତା କି ଜୟ । ଦେଶର ବିବିଧତା ମଧ୍ୟରେ ଏକତାରେ କମ୍ପିଲା କର୍ତ୍ତବ୍ୟପଥ । ପ୍ରଥମ ଥର ପାଇଁ ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ଅନୁଷ୍ଠିତ ହୋଇଛି । ସାଧାରଣତନ୍ତ୍ର ଦିବସକୁ ନେଇ ଉତ୍ସବମୁଖର ହୋଇଛି ଦେଶ । କର୍ତ୍ତବ୍ୟପଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତକା ଉତ୍ତୋଳନ କରିଛନ୍ତି । ଏହାପରେ ଆରମ୍ଭ ହୋଇଥିଲା ଚିତ୍ତାକର୍ଷକ ପରେଡ । ପ୍ରଥମେ ନର୍ଥ ଇଷ୍ଟ ରାଜ୍ୟ ଗୁଡିକର ପ୍ରଜ୍ଞାପନ ମେଢ କର୍ତ୍ତବ୍ୟପଥରେ ଆଗକୁ ବଢିଥିଲା । ପରେ ଗୋଟିଏ ପରେ ଗୋଟିଏ ହୋଇ ମୋଟ 16 ଟି ରାଜ୍ୟର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା । ପରେଡରେ ପ୍ରଦର୍ଶିତ ହୋଇଛି ଭାରତର ସମୃଦ୍ଧି ସାଂସ୍କୃତିକ ବିବିଧତା ମଧ୍ଯରେ ଏକତା ।

ପୂର୍ବାହ୍ନ 10ଟା 30ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଇଜିପ୍ଟ ରାଷ୍ଟ୍ରପତି ଅବ୍ଦୁଲ ଫତ୍ତାହ ଅଲ-ସିସି କର୍ତ୍ତବ୍ୟପଥରେ ପହଞ୍ଚିଥିଲେ । ଏହାପରେ ରାଷ୍ଟ୍ରପତିଙ୍କୁ 21 ତୋପ ସଲାମି ଦିଆଯାଇଥିଲା । ପରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତି । ଭାରତୀୟ ସେନାର ତିନି ବାହିନୀ ଯବାନ, ଇଜିପ୍ଟ ସେନାର ଗୋଟିଏ ପ୍ଲାଟୁନ, ଦିଲ୍ଲୀ ପୋଲିସ, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ ସ୍କୁଲ କଲେଜ ଛାତ୍ରଛାତ୍ରୀ ପରେଡରେ ସାମିଲ ହୋଇଥିଲେ ।

ଜାତୀୟ ପତାକା ଉତ୍ତୋଳନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀ ଯାଇ ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କର୍ତ୍ତବ୍ୟପଥରେ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସ ସମାରୋହ ଅନୁଷ୍ଠିତ ହୋଇଛି । ପ୍ରଥମ ଥର ପାଇଁ ପତାକା ଉତ୍ତୋଳନ କରିଛନ୍ତି ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚଳିତ ବର୍ଷ ପରେଡରେ 45 ହଜାର ଦର୍ଶକ ସାମାଲି ହୋଇଥିଲେ । ଭର୍ଟିକାଲ ପ୍ଲାଟଫର୍ମରେ ବସିବାର ବ୍ୟବସ୍ଥା ହୋଇଛି । ପ୍ରାୟ 12 ହଜାର ପାସ ବଣ୍ଟନ କରାଯାଇଥିଲା । 32 ହଜାର ଅନଲାଇନ ଟିକେଟ ନେଇଥିଲେ । ପଛରେ ବସିଥିବା ଲୋକ ମଧ୍ୟ ସହଜରେ ପରେଡ ଦେଖିପାରୁଛନ୍ତି । ପରେଡ ବିଜୟ ଚୌକରୁ ଲାଲକିଲ୍ଲା ଯାଏଁ ଚାଲିଥିଲା ।

ପରେଡରେ ଭାରତୀୟ ସ୍ଥଳସେନା, ବାୟୁସେନା ଓ ନୌସେନା ସେମାନଙ୍କର ରଣକୌଶଳ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିଥିଲେ । ଭାରତୀୟ ସେନାର ମହିଳା ଅଧିକାରୀ ମଧ୍ୟ ଚିତ୍ତାକର୍ଷକ ଷ୍ଟଣ୍ଟ ପ୍ରଦର୍ଶନ କରିବା ସହ କଣ୍ଟିଜେଣ୍ଟର ନେତୃତ୍ବ ନେଇଥିଲେ । ଭାରତୀୟ ନାରୀଶକ୍ତିର ପରାକ୍ରମ ଦେଖିଛି ବିଶ୍ବ । ଏତତ ବ୍ୟତୀତ ପରେଡରେ ଆତ୍ମନିର୍ଭର ଭାରତ, ଭବିଷ୍ୟତ ଭାରତ, ଭାରତର ଉପଲବ୍ଧି ପ୍ରଦର୍ଶିତ ହୋଇଛି ।

ABOUT THE AUTHOR

...view details