ଓଡିଶା

odisha

Republic Day Parade: CRPF ପ୍ରଜ୍ଞାପନ ମେଢର ନେତୃତ୍ବ ନେବେ ଓଡିଆ ଝିଅ

By

Published : Jan 24, 2022, 10:44 PM IST

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ CRPF ପ୍ରଜ୍ଞାପନ ମେଢର ନେତୃତ୍ବ ନେବେ ଓଡିଆ ଝିଅ । ଓଡିଶାରୁ ସ୍ଥାନ ପାଇନାହିଁ କୌଣସି ପ୍ରଜ୍ଞାପନ ମେଢ । ଅଧିକ ପଢନ୍ତୁ

Republic Day Parade: CRPF ପ୍ରଜ୍ଞାପନ ମେଢର ନେତୃତ୍ବ ନେବେ ଓଡିଆ ଝିଅ
Republic Day Parade: CRPF ପ୍ରଜ୍ଞାପନ ମେଢର ନେତୃତ୍ବ ନେବେ ଓଡିଆ ଝିଅ

ନୂଆଦିଲ୍ଲୀ:ଚଳିତସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ଓଡିଆ ଝିଅଙ୍କ ନେତୃତ୍ବ ଦେଖିବ ସାରା ଦେଶ । ଚଳିତ ବର୍ଷ ପରେଡରେ କେନ୍ଦ୍ରୀୟ ଅର୍ଦ୍ଧ୍ବ ସାମରିକ ବଳ (CRPF) ପକ୍ଷରୁ ପ୍ରଦର୍ଶିତ ହେବାକୁ ଥିବା ପ୍ରଜ୍ଞାପନ ମେଢର ନେତୃତ୍ବ ନେଉଛନ୍ତି ଭୁବନେଶ୍ୱରର ଆରଡି ପ୍ରିୟଦର୍ଶୀ ।

ପ୍ରିୟଦର୍ଶୀ ମୂଳତଃ ଢେଙ୍କାନାଳର ବାସିନ୍ଦା ହୋଇଥିବା ବେଳେ ରାଜଧାନୀରେ ଶିକ୍ଷା ଗ୍ରହଣ କରିଥିଲେ । ପରେ 2017 CRPFରେ ଯୋଗ ଦେଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, CRPF ରେ ଯୋଗଦେବା ପରେ ରିପବ୍ଲିକ୍ ଡେ ପ୍ୟାରେଡରେ ଏହା ତାଙ୍କର ତୃତୀୟ ଷ୍ଟଣ୍ଟ ଏବଂ ପ୍ରଜ୍ଞାପନ ମେଢର ନେତୃତ୍ବ ନେବାରେ ଏହା ତାଙ୍କର ଦ୍ବିତୀୟ ଥର ।

ତେବେ ତାଙ୍କୁ ଏହି ସମ୍ମାନଜନକ ନେତୃତ୍ବ ପାଇଁ ଅବସର ମିଳିଥିବା ଯୋଗୁ ସେ ଗଣମାଧ୍ୟମରେ ଖୁସି ପ୍ରକାଶ କରିଛନ୍ତି । ଏହି ଅପୂର୍ବ ଅବସର ମିଳିବା ତାଙ୍କ ପାଇଁ ଗର୍ବିତ କ୍ଷଣ ଓ ସେ ଜଣେ ଓଡିଆ ଭାବରେ ଦେଶର ରଜପଥରେ ନତୃତ୍ବ ନେଉଥିବାରୁ ବେସ ଉତ୍ସାହିତ ଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି । ଚଳିତ ବର୍ଷର CRPF ପ୍ରଜ୍ଞାପନ ମେଢ ସମ୍ପର୍କରେ ସୂଚନା ଦେଇ ପ୍ରିୟଦର୍ଶୀ କହିଛନ୍ତି, ଏହା ଇଣ୍ଡୋ-ପାକ୍ ଯୁଦ୍ଧର ଥିମ୍ ଉପରେ ଆଧାରିତ । ଗତ ବର୍ଷ ଲଦାଖରେ ଚୀନ ସେନାର ଆକ୍ରୋଶ ଏବଂ ବୈଦୁତିକ ଭୋଟିଂ ମେସିନ୍ (EVM) ମଧ୍ୟ ଚଳିତ ବର୍ଷ ମେଢରେ ପ୍ରଦର୍ଶିତ ହେବାକୁ ଯାଉଛି ।

ତେବେ ଦୁର୍ଭଗ୍ୟର କଥା ଚଳିତ ବର୍ଷ ଓଡିଶା କୌଣସି ପ୍ରଜ୍ଞାପନ ମେଢ ମାଧ୍ୟମରେ ପରେଡରେ ଅଂଶଗ୍ରହଣ କରିବାର ସୁଯୋଗ ପାଇନାହିଁ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ବିଶେଷଜ୍ଞ କମିଟିକୁ ୬ଟି ପ୍ରସ୍ତାବିତ ପ୍ରଜ୍ଞାପନ ଡିଜାଇନ ପଠାଇଥିଲା ଓଡିଶା । ପାଇକ ବିଦ୍ରୋହ ଏବଂ ବୁକ୍ସି ଜଗବନ୍ଧୁ, ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଏବଂ ଚାଖୀ ଖୁଣ୍ଟିଆ, ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ସ୍ୱାଧୀନତା ପରେ ଦେଶର ବିକାଶ, ଓଡିଶା ଏବଂ ହକି, ଓଡିଶା ଏବଂ ପ୍ରାକୃତିକ ବିପର୍ଯ୍ୟୟ ପ୍ରମୁଖ ପ୍ରସଙ୍ଗକୁ ପ୍ରଜ୍ଞାପନ ମେଢରେ ପ୍ରଦର୍ଶିତ କରିବାର ପ୍ରସ୍ତାବିତ ଢାଞ୍ଚାକୁୁ କେନ୍ଦ୍ରର ବିଶେଷଜ୍ଞ କମିଟିକୁ ପଠାଇଥିଲା ଓଡିଶା । ତେବେ ସବୁ ପ୍ରସ୍ତାବିତ ପ୍ରଜ୍ଞାପନ ମେଢ ମଧ୍ୟରୁ ପାଇକ ବିଦ୍ରୋହ ଚୟନର ଶେଷ ପର୍ଯ୍ୟାୟରେ ପହଞ୍ଚିବା ସତ୍ତ୍ବେ ମଧ୍ୟ ଶେଷ ପର୍ଯ୍ୟାୟରେ ପ୍ରଦର୍ଶିତ ତାଲିକାରୁ ବାଦ ପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details