ଓଡିଶା

odisha

ପଞ୍ଜାବ ବିଧାନସଭା ନିର୍ବାଚନ: AAP ଘୋଷଣା କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

By

Published : Nov 12, 2021, 4:36 PM IST

ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ଘୋଷଣା କଲା ନିଜର ପ୍ରଥମ ପର୍ୟ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକା । ଅଧିକ ପଢନ୍ତୁ...

Punjab assembly election 2022 APP Declared first phase candidate list
ପଞ୍ଜାବ ବିଧାନସଭା ନିର୍ବାଚନ: AAP ଘୋଷଣା କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଚଣ୍ଡିଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଆମ ଆଦମୀ ପାର୍ଟି (AAP) । ଶୁକ୍ରବାର ଚଣ୍ଡିଗଡରେ ଆମ ଆଦମୀ ପାର୍ଟି ପଞ୍ଜାବ ବିଧାନସଭା ନର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ୧୦ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି ଆପ ।

ପଞ୍ଜାବ ବିଧାନସଭା ନିର୍ବାଚନ: AAP ଘୋଷଣା କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ପଞ୍ଜାବରେ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଦଳ ଗୁଡିକର ଚାଲିଛି ଜୋରଦାର ପ୍ରସ୍ତୁତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଚଣ୍ଡିଗଡରେ ଆମ ଆଦମୀ ପାର୍ଟି ଘୋଷଣା କରିଛି ନିଜର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକା। ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ପ୍ରଥମ ପର୍ଯ୍ୟାୟରେ ୧୦ ଜଣ ବିଧାୟକଙ୍କ ତାଲିକା ଜାରି କରଛି ଆପ । ତେବେ ଦିଲ୍ଲୀ ପରେ ପଞ୍ଜାବକୁ ନିଜ ଫୋକସରେ ରଖିଥିବା ଆମ ଆଦମୀ ପାର୍ଟି ନିଜର ସଂଗଠନକୁ ମଜବୁତ କରିବା ପାଇଁ ପ୍ରୟାସ କରିଛି । ପଞ୍ଜାବରେ ଆପ ସରକାର ଗଠନ କରିବା ପାଇଁ ଲୋକଙ୍କ ପାଖକୁ ଯାଉଛି ଆପ । ଲୋକଙ୍କୁ ବିଦ୍ୟୁତ, ଶିକ୍ଷା ଓ ସ୍ବାସ୍ଥ୍ୟ ସେବାକୁ ମୁଖ୍ୟ ମୁଦ୍ଦା କରିଛି ଆପ । ପଞ୍ଜାବରେ ବର୍ତ୍ତମାନ ଚରଣଜିତ ଚନ୍ନିଙ୍କ ନେତୃତ୍ବ କଂଗ୍ରେସ ସରକାରଙ୍କ ଦୋଷ ଦୁର୍ବଳତାକୁ ନେଇ ଆପ ଜୋରଦାର ଟାର୍ଗେଟ କରୁଛି ।

ସୂଚନାଥାକି ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସ, ଶିରୋମଣି ଅକାଳିଦଳ, ବିଜେପି, ଆମ ଆଦମୀ ପାର୍ଟି, ପଞ୍ଜାବ ଲୋକ କଂଗ୍ରେସ ପ୍ରମୁଖ ନିର୍ବାଚନୀ ମଇଦାନରେ ଓହ୍ଲାଇବେ। ଆସନ୍ତା ବର୍ଷ ଫେବୃୟାରୀ କିମ୍ବା ମାର୍ଚ୍ଚରେ ପଞ୍ଜାବର ୧୧୭ ଆସନ ବିଶିଷ୍ଟ ବିଧାନସଭାର ନିର୍ବାଚନ ଅନୁଷ୍ଠିତ ହେବ ।

@ANI

ABOUT THE AUTHOR

...view details