ଓଡିଶା

odisha

ବର୍ଷାରେ ଭାସୁଛି ଉତ୍ତର ଭାରତ, ଏକାଧିକ ରାଜ୍ୟର ମନ୍ତ୍ରୀ ଓ ଅଧିକାରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ

By

Published : Jul 10, 2023, 4:00 PM IST

ଉତ୍ତର ଭାରତ ସମେତ ଏକାଧିକ ରାଜ୍ୟରେ ବର୍ଷା ବିତ୍ପାତ ଜାରି । ଏକାଧିକ ରାଜ୍ୟର ମନ୍ତ୍ରୀ ଓ ଅଧିକାରୀଙ୍କ ସହ କଥା ହୋଇ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ । ଏବେ ବି ହିମାଚଳରେ ସ୍ଥିତି ଗମ୍ଭୀର । ଅଧିକ ପଢନ୍ତୁ

ବର୍ଷା ବିତ୍ପାତ: ଏକାଧିକ ରାଜ୍ୟର ମନ୍ତ୍ରୀ ଓ ଅଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ବର୍ଷା ବିତ୍ପାତ: ଏକାଧିକ ରାଜ୍ୟର ମନ୍ତ୍ରୀ ଓ ଅଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ଉତ୍ତର ଭାରତ ସମେତ ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଥିବା ବର୍ଷା ବିତ୍ପାତ ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି (ସୋମବାର) ପ୍ରଧାନମନ୍ତ୍ରୀ ଏକାଧିକ ରାଜ୍ୟର ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀଙ୍କ ସହ ବର୍ଷା ସ୍ଥିତି ନେଇ ଆଲୋଚନା କରିଛନ୍ତି । ବର୍ତ୍ତମାନର ତାଜା ସ୍ଥିତି ଓ ଜାରି ରହିଥିବା ଉଦ୍ଧାର ଅପରେସନ ସମ୍ପର୍କରେ ମନ୍ତ୍ରୀ ଓ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ କରି ସୂଚନା ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ କହିଛି,‘‘ବର୍ଷା ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଏକାଧିକ ରାଜ୍ୟର ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରି ସ୍ଥିତି ସମ୍ପର୍କରେ ଅବଗତ ହୋଇଛନ୍ତି । ସ୍ଥାନୀୟ ପ୍ରଶାସନ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖାଯିବା ସହ ସେମାନଙ୍କ ସୁବିଧା ପ୍ରତି ଧ୍ୟାନ ଦିଆଯାଉଛି । ’’

ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD)ର ପୂର୍ବାନୁମାନ ଅନୁସାରେ ଗତ 48 ଘଣ୍ଟା ମଧ୍ୟରେ ସର୍ବାଧିକ ଉତ୍ତର ଭାରତ ଓ ପଶ୍ଚିମ ଭାରତରେ ବର୍ଷା ହୋଇଛି । ଲଗାଣ ବର୍ଷାରେ ସର୍ବାଧିକ ହିମାଚଳ ପ୍ରଦେଶ କ୍ଷତିଗ୍ରସ୍ତ ହୋଇଛି । ହିମାଚଳ ପ୍ରଦେଶରେ ଗତ 24 ଘଣ୍ଟା ମଧ୍ୟରେ 14ଜଣଙ୍କ ମୃତ୍ୟୁ ହୋଇଛି । ରାଜଧାନୀ ଶିମଲା, କୁଲୁ, ମନାଲି ଓ ମାଣ୍ଡିରେ ଯୋଗାଯୋଗ ପ୍ରଭାବିତ ହେବା ସହ ଅନେକ ଘର, ରାସ୍ତା, ପୋଲ, କଲଭର୍ଟ ଭାସିଯାଇଛି । ଉତ୍ତରାଖଣ୍ଡରେ ମଧ୍ୟ ସ୍ଥିତି ସଙ୍ଗୀନ ରହିଛି ।

ଏହା ମଧ୍ୟ ପଢନ୍ତୁ:-ହିମାଚଳରେ ସ୍ଥିତି ଅଣାୟତ; ବ୍ରିଜ ଉପରେ ଲହଡି, ମନ୍ଦିରରେ ପଶିଲା ପାଣି


ଆଜି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁକୁ ରାଜ୍ୟବାସୀଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ସହ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ସେହିପରି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ମଧ୍ୟ ଏକ ହେଲ୍ପଲାଇନ ନମ୍ବର (1100, 1070 ଓ 1077) ଜାରି କରିଛି । ବର୍ଷା ଓ ବନ୍ୟା ସମ୍ପର୍କିତ ସାହାଯ୍ୟ ପାଇବା ପାଇଁ ରାଜ୍ୟବାସୀ ଏହି ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରିପାରିବେ । କେବଳ ଉତ୍ତରାଖଣ୍ଡ କିମ୍ବା ହିମାଚଳ ପ୍ରଦେଶ ନୁହେଁ ବରଂ ଦିଲ୍ଲୀ ହରିୟାଣା, ପଞ୍ଜାବ, ଉତ୍ତର ପ୍ରଦେଶ, ପୂର୍ବ ରାଜସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଦିଲ୍ଲୀରେ ଗତ ପ୍ରାୟ 40 ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details