ଓଡିଶା

odisha

International Yoga Day: ଜାତିସଂଘ ମୁଖ୍ୟାଳୟରେ ଯୋଗ ଅଧିବେଶନ ନେତୃତ୍ବ ନେବେ ମୋଦି

By

Published : Jun 16, 2023, 1:54 PM IST

Updated : Jun 16, 2023, 2:07 PM IST

ଜୁନ 21 ତାରିଖ ଅନ୍ତର୍ଜାତୀୟ ଯୋଗ ଦିବସରେ ଜାତିସଂଘ ମୁଖ୍ୟାଳୟରେ ଯୋଗ ଅଧିବେଶନ ନେତୃତ୍ବ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

PM Modi to lead yoga session at UNHQ on June 21
PM Modi to lead yoga session at UNHQ on June 21

ନୂଆଦିଲ୍ଲୀ: ଭାରତ ପାଇଁ ଐତିହାସିକ ଦିନ ହେବାକୁ ଯାଉଛି ଜୁନ 21 ତାରିଖ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଜାତିସଂଘ ମୁଖ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସର ନେତୃତ୍ବ ନେବାକୁ ଯାଉଛନ୍ତି । ଜାତିସଂଘ 2014ରେ ଜୁନ 21 ତାରିଖରୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରିଥିଲା । ଚଳିତ ବର୍ଷ ଏହା ନବମ ଅନ୍ତର୍ଜାତୀୟ ଯୋଗ ଦିବସ । ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ବସ୍ତରରେ ଯୋଗକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । ଜାତିସଂଘ ମୁଖ୍ୟାଳୟରେ ପ୍ରଥମ ଥର ପାଇଁ ଯୋଗ ଅଧିବେଶନର ନେତୃତ୍ବ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବେ । ଅନ୍ତର୍ଜାତୀୟ ଯୋଗ ଦିବସରେ ଜାତିସଂଘ ମହାସଭା ମଞ୍ଚରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିବେ । 21 ଜୁନ ସକାଳ 8ଟାରୁ9ଟା ଯାଏ ଜାତିସଂଘ ମୁଖ୍ୟାଳୟ ଉତ୍ତର ଲନରେ ଯୋଗ ଅଧିବେଶନ ହେବ । ଏହି ଠାରେ ଗତବର୍ଷ ଡିସେମ୍ବରରେ ଜାତିର ଜନକ ମାହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନା ହୋଇଥିଲା । ଐତିହାସିକ ଯୋଗ ଅଧିବେଶନରେ ଜାତିସଂଘର ଶୀର୍ଷ ଅଧିକାରୀ, ରାଷ୍ଟ୍ରଦୂତ, ସଦସ୍ୟ ଦେଶ ପ୍ରତିନିଧିଙ୍କ ସହିତ ପ୍ରବାସୀ ସମୁଦାୟର ପ୍ରମୁଖ ସଦସ୍ୟ ଅଂଶଗ୍ରହଣ କରିବେ ।

ଜାତିସଂଘ ମହାସଭାର 77ତମ ଅଧିବେଶନ ଅଧ୍ୟକ୍ଷ ସାବା କୋରୋସି ଟ୍ବିଟ କରି କହିଛନ୍ତି, "ଆସନ୍ତା ସପ୍ତାହରେ UNHQ ଉତ୍ତର ଲନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସଂଯୁକ୍ତ ରାଷ୍ଟ୍ର ନବମ ଅନ୍ତର୍ଜାତୀୟ ଯୋଗ ଦିବସରେ ଭାଗ ନେବା ନେଇ ମୁଁ ଉତ୍ସାହିତ ।" ପ୍ରଧାନମନ୍ତ୍ରୀଙ୍କ ସହ ଏକ ଫଟୋ ମଧ୍ୟରେ ନିଜ ଟ୍ବିଟରରେ ସେୟାର କରିଛନ୍ତି ସାବା କୋରୋସି ।

ଏହା ବି ପଢନ୍ତୁ...ଜୁନ 21ରୁ ଆମେରିକା ଯିବେ ପ୍ରଧାନମନ୍ତ୍ରୀ, ସ୍ବାଗତ ପାଇଁ ମୋଦିଜୀ କି ଥାଳି ପ୍ରସ୍ତୁତ

ଅନ୍ତର୍ଜାତୀୟ ଯୋଗ ଦିବସ:2015ରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଥିଲା । ରୋଗ ପାଇଁ ଯୋଗ ସହ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯୋଗ ଯେ କେତେ ଜରୁରୀ ସେ ନେଇ ଲୋକଙ୍କୁ ସଚେତନ କରାଇବା ଦିନର ମୁଖ୍ୟ ଉଦ୍ଦେଶ୍ୟ । ସେବେଠୁ ପ୍ରତିବର୍ଷ ଜୁନ 21କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ ହୋଇ ଆସୁଛି । ଯୋଗ ଶଦ୍ଦ ସଂସ୍କୃତ ଶଦ୍ଦରୁ ଆସିଛି ଯାହାର ଅର୍ଥ ଯୋଗ ଦେବା ବା ଏକାଠୀ ହେବା । ଶରୀର ଓ ଚେତନାର ପ୍ରତୀକ ଯୋଗ । ଆଜି ଏହି ଯୋଗକୁ ବିଭିନ୍ନ ପ୍ରକ୍ରିୟାରେ ଅଭ୍ୟାସ କରାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ 21ରୁ 24 ଯାଏ ଆମେରିକା ଗସ୍ତ କରିବେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ଜୁନ 22ରେ ଜୋ ବାଇଡେନଙ୍କ ସହ ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀଙ୍କର ଏକ ନୈଶ୍ୟ ଭୋଜନର ବ୍ୟବସ୍ଥା ହୋଇଛି । ସେହିଦିନ ଆମେରିକା କଂଗ୍ରେସର ସଂଯୁକ୍ତ ସଂସଦକୁ ସମ୍ବୋଧନ କିରବେ । ପରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବେ ।

Last Updated : Jun 16, 2023, 2:07 PM IST

ABOUT THE AUTHOR

...view details