ETV Bharat / international

ଜୁନ 21ରୁ ଆମେରିକା ଯିବେ ପ୍ରଧାନମନ୍ତ୍ରୀ, ସ୍ବାଗତ ପାଇଁ ମୋଦିଜୀ କି ଥାଳି ପ୍ରସ୍ତୁତ

author img

By

Published : Jun 12, 2023, 11:09 AM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ନେଇ ସ୍ବାଗତ ପ୍ରସ୍ତୁତିରେ ଲାଗି ପଡିଛି ଆମେରିକା । ସଂଯୁକ୍ତ ରାଷ୍ଟ୍ର ଆମେରିକା ଗସ୍ତ ପୂର୍ବରୁ ନ୍ୟୁ ଜର୍ସି ସ୍ଥିତ ଏକ ରେସ୍ତୋରାଁ ଏକ ବିଶେଷ ସ୍ବତନ୍ତ୍ର ମୋଦିଜୀ କି ଥାଳି ପ୍ରସ୍ତୁତ କରିଛନ୍ତି । ଅଧିକ ପଢନ୍ତୁ

modi ji thali ahead of US visit
ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 21 ଜୁନରୁ ଆମେରିକା ଗସ୍ତ କରିବେ । ମୋଦିଙ୍କ ସ୍ବାଗତ ନେଇ ପ୍ରସ୍ତୁତ ହେଉଛି ଆମେରିକା । ନ୍ୟୁ ଜର୍ସି ରେସ୍ତୋରାଁ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ପୂର୍ବରୁ ସ୍ବତନ୍ତ୍ର ବିଶେଷ ମୋଦିଜୀ କି ଥାଳି ଲଞ୍ଚ କରିଛି । ରେସ୍ତୋରାଁର ମାଲିକ ଶ୍ରୀପଦ କୁଲକର୍ଣ୍ଣି ଯିଏକି ଜଣେ ଭାରତୀୟ ସେ ଏହି ସ୍ବତନ୍ତ୍ର ଥାଳି ଏଠାରେ ଥିବା ଭାରତୀୟ ସମୂଦାୟଙ୍କ ଡିମାଣ୍ଡକୁ ନେଇ ପ୍ରସ୍ତୁତ ହୋଇଥିବା କହିଛନ୍ତି ।

  • #WATCH | A New Jersey-based restaurant launches 'Modi Ji' Thali for PM Narendra Modi's upcoming State Visit to the US. Restaurant owner Shripad Kulkarni gives details on the Thali. pic.twitter.com/XpOEtx9EDg

    — ANI (@ANI) June 11, 2023 " class="align-text-top noRightClick twitterSection" data=" ">

ରେସ୍ତୋରାଁର ମାଲିକ ଶ୍ରୀପଦ କୁଲକର୍ଣ୍ଣି ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିଲେ ସେ 'ମୋଦିଜୀ କି ଥାଳି'ରେ ଥିବା ବିଭିନ୍ନ ବ୍ୟଞ୍ଜନ ବିଷୟରେ ସୂଚନା ଦେଇଛନ୍ତି । ଜାରି ଭିଡିଓରେ ଶ୍ରୀପଦ କୁଲକର୍ଣ୍ଣି କହିଛନ୍ତି, ଏହି ରଙ୍ଗୀନ ଥାଳିରେ ଥିବା ଖାଦ୍ୟ ସମସ୍ତଙ୍କୁ ପସନ୍ଦ ଆସିବ । ଏଥିରେ ଥିବା ବ୍ୟଞ୍ଜନ ଗୁଡିକ ହେଲା ଖେଚୁଡି, ରସଗୋଲା, ସୋରିଷ ଶାଗ, କାଶ୍ମୀର ଦମ ଆଳୁ, ଇଟିଲି, ଢୋକଲା, ଛାଚ ଓ ପାମ୍ପଡ ଓ ଚାହା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ନେଇ ପ୍ରସ୍ତୁତ ସ୍ବତନ୍ତ୍ର ମୋଦିଜୀ କି ଥାଳିରେ ଥିବା ବ୍ୟଞ୍ଜନକୁ ଅନେକ ଲୋକ ଖାଇ ସାରିଲେଣି । ଏହାକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଏଥିରେ ଥିବା ପ୍ରତିଟି ଖାଦ୍ୟ ସ୍ବାଦିଷ୍ଟ ହୋଇଥିବା କହିଛନ୍ତି । ଭାରତୀୟ ସମୂଦାୟଙ୍କୁ ଏହା ଖୁବ ପସନ୍ଦ ଆସିବ ବୋଲି କହିଛନ୍ତି । ମୋଦିଜୀ କି ଥାଳିର ଦର ନେଇ କୌଣସି ସୂଚନା ମିଳିନାହିଁ ।

ଗତବର୍ଷ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଦିଲ୍ଲୀର ଏକ ରେସ୍ତୋରାଁ ଏକ ସ୍ବତନ୍ତ୍ର ଥାଳି ପ୍ରସ୍ତୁତ କରିଥିଲା । ଯେଉଁଥିରେ ଉଭୟ ଆମିଷ ଓ ନିରାମିଷର 56 ପ୍ରକାର ବ୍ୟଞ୍ଜନ ରହିଥିଲା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ଜୁନ 21ରୁ 24 ଯାଏଁ ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ହ୍ବାଇଟ ହାଉସରେ ରାଷ୍ଟ୍ରପତି ଜୋ ବାଇଡେନ ଏକ ନୈଷ୍ୟ ଭୋଜିର ଆୟୋଜନ କରୁଛନ୍ତି । ନିମନ୍ତ୍ରଣ ଅନୁସାରେ 22 ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା କଂଗ୍ରେସର ସଂଯୁକ୍ତ ସଂସଦକୁ ସମ୍ବୋଧନ କରିବେ । ପରେ ପ୍ରବାସୀ ଭାରତୀୟଙ୍କ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ସମ୍ବୋଧିତ କରିବେ ।

ଏହା ବି ପଢନ୍ତୁ...2024 Lok Sabha polls: ‘ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଉତ୍ସାହୀ ନୁହନ୍ତି ନୀତିଶ’

ଏହା ବି ପଢନ୍ତୁ...PM Modi to Address US Congress: ଆମେରିକା କଂଗ୍ରେସକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନିକଟରେ ସଂଯୁକ୍ତ ରାଷ୍ଟ୍ର 2019ରେ ଭାରତ ସରକାରଙ୍କ ସୁପାରିଶ ପରେ 2023ରେ ଅନ୍ତର୍ଜାତୀୟ ମାଣ୍ଡିଆ ଦିବସ ଘୋଷଣା କରିଥିଲା । ଏହି ଉପଲବ୍ଧିର ଉତ୍ସବ ପାଳନ ଏବଂ ମାଣ୍ଡିଆ ବିଷୟରେ ସଚେତନତା ସୃଷ୍ଚି କରିବାକୁ ରେସ୍ତୋରାଁ ମିଲେଟରୁ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରିଛି । ରେସ୍ତୋରାଁର ମାଲିକ ଖୁବଶ୍ରୀଘ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କକୁ ଏକ ଥାଳି ପ୍ରଦାନ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.