ଓଡିଶା

odisha

Pathaan controversy: ଫିଲ୍ମକୁ ନେଇ ଅନାବଶ୍ୟକ ମନ୍ତବ୍ୟ ନଦେବାକୁ ମୋଦିଙ୍କ ପରାମର୍ଶ

By

Published : Jan 18, 2023, 5:04 PM IST

ବଲିଉଡ ଫିଲ୍ମକୁ ଲଗାତାର ବିରୋଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ନେତାଙ୍କୁ ଅନାବଶ୍ୟକ ମନ୍ତବ୍ୟଠୁ ଦୂରରେ ରହିବାକୁ କହିଛନ୍ତି । ଅଧିକ ପଢନ୍ତୁ

ଫିଲ୍ମକୁ ନେଇ ଅନାବଶ୍ୟକ ମନ୍ତବ୍ୟଠୁ ଦୂରରେ ରହିବାକୁ ମୋଦିଙ୍କ ପରାମର୍ଶ
ଫିଲ୍ମକୁ ନେଇ ଅନାବଶ୍ୟକ ମନ୍ତବ୍ୟଠୁ ଦୂରରେ ରହିବାକୁ ମୋଦିଙ୍କ ପରାମର୍ଶ

ନୂଆଦିଲ୍ଲୀ: ଶାହାରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ପଠାନ ଫିଲ୍ମକୁ ନେଇ ବିବାଦ ଲାଗି ରହିଛି । କିଛି ଦୃଶ୍ୟ ପାଇଁ ଚଳଚ୍ଚିତ୍ରକୁ ସମାଲୋଚନା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି କର୍ମୀଙ୍କୁ ଚଳଚ୍ଚିତ୍ରକୁ ନେଇ ଅନବଶ୍ୟକ ମନ୍ତବ୍ୟ ଦେବାଠୁ ଦୂରରେ ରହିବାକୁ କହିଛନ୍ତି । ମଙ୍ଗଳବାର ବିଜେପି କାର୍ଯ୍ୟକାରିଣୀ ବୈଠକରେ ଦଳର ନେତା ଓ ଛୋଟ ବଡ ନେତାଙ୍କୁ ପରାମର୍ଶ ଦେଇଛନ୍ତି । ବିନା କୌଣସି ଦଳର ନେତାଙ୍କ ନାଁ ନ ନେଇ ଅନାବଶ୍ୟକ ଫିଲ୍ମ ଉପରେ ମନ୍ତବ୍ୟ ଦେବାଠୁ ଦୂରରେ ରହିବାକୁ କହିଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ପିଏମ ମୋଦି ବୈଠକରେ କହିଛନ୍ତି, "ସବୁ ଦିନ କାମ କରିବା ପରେ କିଛି ନେତା ଫିଲ୍ମ ଉପରେ ଅନାବଶ୍ୟକ ବୟାନ ଦେଉଛନ୍ତି । ଏହାପରେ ନ୍ୟୁଜ ଚ୍ୟାନେଲରେ ପୁରା ଦିନ ଏହାକୁ ନେଇ ତର୍କ ବିତର୍କ ଲାଗି ରହୁଛି ।" ବିଶେଷ କରି ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫିଲ୍ମର ଏକ ସଙ୍ଗୀତରେ ଅଭିନେତ୍ରୀ ଦୀପିକା ପିନ୍ଧିଥିବା ପୋଷାକକୁ ନେଇ ବିବାଦ ଲାଗି ରିହଛି । ବିଭିନ୍ନ ନେତା ଏହାକୁ ନେଇ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି । ଫିଲ୍ମ ପଠାନକୁ ନେଇ ବିଜେପି ନେତା ଯେପରି ରାମ କଦମ ଓ ନରୋତ୍ତମ ମିଶ୍ର ଦୀପିକା ପିନ୍ଧିଥିବା ଗେରୁଆ ପୋଷାକକୁ ନେଇ ମନ୍ତବ୍ୟ ଦେଇଥିଲେ ।

ଏହା ବି ପଢନ୍ତୁ...ଆଜି ୩ ରାଜ୍ୟରେ ବାଜିବ ନିର୍ବାଚନୀ ବିଗୁଲ, ଅପରାହ୍ନରେ ତାରିଖ ଘୋଷଣା

ଫିଲ୍ମର 'ବେସରମ ରଙ୍ଗ' 2022 ଡିସେମ୍ବର 12 ତାରିଖରେ ରିଲିଜ ହୋଇଥିଲା । ଯେଉଁଥିରେ ଦୀପିକା ଗେରୁଆ ରଙ୍ଗର ପୋଷାକ ପିନ୍ଧିଥିଲେ । ଏହାକୁ ନେଇ ବିଜେପିର ବଡ଼ବଡ଼ ନେତା ଓ କର୍ମକର୍ତ୍ତା ଫିଲ୍ମ ବିରୋଧରେ ମୋର୍ଚ୍ଚା ଆରମ୍ଭ କରିଥିଲେ । ମଧ୍ୟପ୍ରେଦଶ ମନ୍ତ୍ରୀ ନରୋତ୍ତମ ମିଶ୍ର, ପ୍ରଜ୍ଞା ସିଂ ଠାକୁର ଅଭିନେତ୍ରୀଙ୍କ ପୋଷାକ ପରିଧାନ ଉପରେ ଆପତ୍ତି ଉଠାଇଥିଲେ । ବିଜେପି ନେତାମାନେ କହିଥିଲେ ଗେରୁଆ ରଙ୍ଗ ଆମ ଦେଶର ମର୍ଯ୍ୟଦା । ଜାତୀୟ ପତାକାରେ ମଧ୍ୟ ଏହି ରଙ୍ଗ ଅଛି । ଏହି ରଙ୍ଗକୁ ଏପରି ଭାବେ ସଙ୍ଗୀରେ ଦର୍ଶାଇବା ଆପତ୍ତିଜନକ ।

ଫିଲ୍ମ ପଠାନକୁ ନେଇ କଣ ଥିଲା ବିବାଦ:ପଠାନ ଫିଲ୍ମର ପ୍ରଥମ ସଙ୍ଗୀତ 'ବେସରମ ରଙ୍ଗ'ରେ ଅଭିନେତ୍ରୀ ଦୀପିକା ପାଦୁକୋନ ଗେରୁଆ ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିବାଦ ସୃଷ୍ଟି ହୋଥିଲା । ଜଣେ ଅଭିନେତ୍ରୀ ଗେରୁଆ ରଙ୍ଗର ପୋଷାକକୁ ଏପରି ଭାବେ ପିନ୍ଧିବା ଗ୍ରହଣୀୟ ନୁହେଁ । ଗୀତରୁ ଏହାକୁ ହଟାଇବାକୁ ଦାବି ହୋଇଥିଲା ।

ABOUT THE AUTHOR

...view details