ଓଡିଶା

odisha

ରାଜସ୍ଥାନ ମନ୍ତ୍ରୀଙ୍କ ବିବାଦୀୟ ବୟାନ, ରାହୁଲ ଗାନ୍ଧୀଙ୍କୁ ଶ୍ରୀରାମଙ୍କ ସହ କଲେ ତୁଳନା

By

Published : Oct 18, 2022, 11:45 AM IST

ରାହୁଲ ଗାନ୍ଧୀଙ୍କୁ ଶ୍ରୀରାମଙ୍କ ସହ ତୁଳନା କଲେ ରାଜସ୍ଥାନ ମନ୍ତ୍ରୀ । କହିଲେ ରାହୁଲ କନ୍ୟାକୁମାରୀ ଠାରୁ କାଶ୍ମୀର ଯାଏଁ ପଦଯାତ୍ରା କରୁଛନ୍ତି । ଏତିକି ଲମ୍ବା ଯାତ୍ରା ପ୍ରଭୁ ରାମ ମଧ୍ୟ କରିନାହାନ୍ତି ।'' ଅଧିକ ପଢନ୍ତୁ

ରାହୁଲ ଗାନ୍ଧୀଙ୍କୁ ଶ୍ରୀରାମଙ୍କ ସହ ତୁଳନା କଲେ ରାଜସ୍ଥାନ ମନ୍ତ୍ରୀ
ରାହୁଲ ଗାନ୍ଧୀଙ୍କୁ ଶ୍ରୀରାମଙ୍କ ସହ ତୁଳନା କଲେ ରାଜସ୍ଥାନ ମନ୍ତ୍ରୀ

ଜୟପୁର:ବିବାଦୀୟ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହୁଥିବା ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ ପରସାଦୀ ଲାଲ୍ ମୀନା ପୁଣିଥରେ ନିଜର ଅମାନିଆ ତୁଣ୍ଡ ପାଇଁ ବିବାଦରେ ଛନ୍ଦି ହୋଇଛନ୍ତି । ରାଜସ୍ଥାନ ମନ୍ତ୍ରୀ ପ୍ରଭୁ ଶ୍ରୀରାମଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତୁଳନା କରିଛନ୍ତି । ରାହୁଲଙ୍କ ଭାରତ ଯୋଡ଼ ଯାତ୍ରାକୁ ପ୍ରଶଂସା କରିବାକୁ ଯାଇ ମନ୍ତ୍ରୀ କହିଛନ୍ତି, ''ଶ୍ରୀରାମ ଅଯୋଧ୍ୟାରୁ ଶ୍ରୀଲଙ୍କା ଯାଏଁ ବନବାସ ଯାତ୍ରା କରିଥିଲେ । ହେଲେ ରାହୁଲ କନ୍ୟାକୁମାରୀ ଠାରୁ କାଶ୍ମୀର ଯାଏଁ ପଦଯାତ୍ରା କରୁଛନ୍ତି । ଏତିକି ଲମ୍ବା ଯାତ୍ରା ପ୍ରଭୁ ରାମ ମଧ୍ୟ କରିନାହାନ୍ତି ।'' ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଏହି ବୟାନକୁ ନେଇ ଏବେ ଚାରିଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ରାଜସ୍ଥାନ ମନ୍ତ୍ରୀଙ୍କ ବିବାଦୀୟ ବୟାନ, ରାହୁଲ ଗାନ୍ଧୀଙ୍କୁ ଶ୍ରୀରାମଙ୍କ ସହ କଲେ ତୁଳନା

ସୂଚନା ଅନୁଯାୟୀ, ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ ଲାଲ୍ ମୀନା(Rajasthan Minister Parsadi Lal Meena) ଦୌସା ଜିଲ୍ଲାର ଲାଲସୋଟ ଠାରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ରାହୁଲ ଗାନ୍ଧୀଙ୍କୁ ରାମଚନ୍ଦ୍ରଙ୍କ ସହ ତୁଳନା କରିଛନ୍ତି । ରାହୁଲଙ୍କ ଭାରତ ଯୋଡ଼ ଯାତ୍ରାକୁ ସେ ଐତିହାସିକ କହିଛନ୍ତି । ତାଙ୍କର କହିବାନୁଯାୟୀ, ପ୍ରଭୁ ଶ୍ରୀରାମ ଏତେ ଲମ୍ବା ପଦଯାତ୍ରା କରିନଥିଲେ, ଯେତିକି ରାହୁଲ ଗାନ୍ଧୀ କରିବାକୁ ଯାଉଛନ୍ତି । ଆଜି ପର୍ଯ୍ୟନ୍ତ ଏତେ ଲମ୍ବା ଯାତ୍ରା ଇତିହାସରେ କେହି କରିନାହାନ୍ତି କିମ୍ବା କରିପାରିବେ ନାହିଁ ।''

ଏହାମଧ୍ୟ ପଢନ୍ତୁ: ଆଶ୍ଚର୍ଯ୍ୟ ! YouTube ଦେଖି ଛୁଆ ଜନ୍ମ କଲେ ନାବାଳିକା

ଏହି ସମୟରେ କଂଗ୍ରେସ ମନ୍ତ୍ରୀ ବିଜେପି ସରକାରକୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି । ବିଜେପି ଦେଶରେ ସାମ୍ପ୍ରଦାୟିକ ହିଂସା ବିସ୍ତାର କରୁଛି । ଏହି ବାତାବରଣ ସୁଧାରିବାକୁ ରାହୁଲ ଗାନ୍ଧୀ ଚାଲି ଚାଲି ଯାତ୍ରା କରୁଛନ୍ତି । ସେ ଯାତ୍ରା ମାଧ୍ୟମରେ ଶାନ୍ତି, ଭାଇଚାରା, ପ୍ରେମ, ସୌହାର୍ଦ୍ଧ୍ୟର ବାର୍ତ୍ତା ଦେଉଛନ୍ତି । ପ୍ରକାଶଥାଉ କି, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡ଼ ଯାତ୍ରା ଜାରି ରହିଛି । ୧୫୦ ଦିନର ଏହି ଯାତ୍ରାରେ ୧୨ ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଦେଇ ଯାତ୍ରା କରିବେ କଂଗ୍ରେସ କର୍ମୀ । ରାହୁଲଙ୍କ ନେତୃତ୍ବରେ ମୋଟ ୧୧୮ କଂଗ୍ରେସ ନେତା ଓ କର୍ମୀ ପ୍ରତିଦିନ ୬ରୁ ୭ ଘଣ୍ଟା ପଦଯାତ୍ରା କରୁଛନ୍ତି । ତେବେ ୧୫୦ ଦିନ ଏହି ଯାତ୍ରା ମଧ୍ୟରେ କଂଗ୍ରେସ ନେତା କୌଣସି ହୋଟେଲରେ ରହୁନାହାନ୍ତି । ଅତି ସାଧାରଣ ଭାବେ ସେମାନେ ଯାତ୍ରା କରୁଛନ୍ତି । କଣ୍ଟେନରରେ ରାହୁଲ ଗାନ୍ଧୀ ଓ ଅନ୍ୟାନ୍ୟ ନେତାଙ୍କ ରାତ୍ରି ରହଣୀ ପାଇଁ ବ୍ୟବସ୍ଥା କରାଯାଇଛି ।

ABOUT THE AUTHOR

...view details