ETV Bharat / bharat

ଆଶ୍ଚର୍ଯ୍ୟ ! YouTube ଦେଖି ଛୁଆ ଜନ୍ମ କଲେ ନାବାଳିକା

author img

By

Published : Oct 18, 2022, 10:50 AM IST

ୟୁଟ୍ୟୁବ ଭିଡିଓ ଦେଖି ଛୁଆ ଜନ୍ମ କଲେ ନାବାଳିକା । ଜନ୍ମ ଦେବା ପରେ ବିଲ୍ଡିଂରୁ ନବଜାତକଙ୍କୁ ଫିଙ୍ଗି ଦେଲେ । ଅଧିକ ପଢନ୍ତୁ

ଆଶ୍ଚର୍ଯ୍ୟ ! YouTube ଦେଖି ଛୁଆ ଜନ୍ମ କଲେ ନାବାଳିକା
ଆଶ୍ଚର୍ଯ୍ୟ ! YouTube ଦେଖି ଛୁଆ ଜନ୍ମ କଲେ ନାବାଳିକା

ମୁମ୍ବାଇ: ମହାରାଷ୍ଟ୍ର ପୁନେରୁ ସମସ୍ତଙ୍କୁ ଚକିତ କଲାପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ନାବାଳିକା ୟୁଟ୍ୟୁବ ଦେଖି ଛୁଆ ଜନ୍ମ ଦେଇଛନ୍ତି(Minor Girl Delivers Baby Watching YouTube) । ପ୍ରସବ ପରେ ନାବାଳିକା ନିଜ ଜନ୍ମିତ ଶିଶୁକୁ ବିଲ୍ଡିଂରୁ ଫିଙ୍ଗି ଦେଇଛନ୍ତି । ସୋସାଇଟି ନିକଟରୁ ନବଜାତକର ମୃତଦେହ ମିଳିବା ପରେ ପୁରା ଘଟଣା ଉପରୁ ପରଦା ହଟିଛି । ଏନେଇ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ ହୋଇଛି ।

ଆଶ୍ଚର୍ଯ୍ୟ ! YouTube ଦେଖି ଛୁଆ ଜନ୍ମ କଲେ ନାବାଳିକା
ଆଶ୍ଚର୍ଯ୍ୟ ! YouTube ଦେଖି ଛୁଆ ଜନ୍ମ କଲେ ନାବାଳିକା

ସୂଚନା ଅନୁଯାୟୀ, ପୁନେ ଅନ୍ତର୍ଗତ କୋଣ୍ଡୱେ ଧୱାଡେ ଅଞ୍ଚଳର ଏହି ଘଟଣା । ଏଠାରେ ରହୁଥିବା ଜଣେ ନାବାଳିକାର ପେଟରେ ଯନ୍ତ୍ରଣା ହେବାରୁ ବାପାମାଆ ତାଙ୍କୁ ନିକଟସ୍ଥ ଘରୋଇ ହସ୍ପିଟାଲକୁ ନେଇଥିଲେ । ପରୀକ୍ଷା ନିରୀକ୍ଷା ପରେ ନାବାଳିକା ଗର୍ଭବତୀ ଥାଇପାରନ୍ତି ବୋଲି ଡାକ୍ତର ଜଣାଇବା ସହ ସୋନୋଗ୍ରାଫି ପାଇଁ ପରାମର୍ଶ ଦେଇଥିଲେ । ମାତ୍ର ନାବାଳିକାଙ୍କ ମାଆ ଏହାକୁ ବିଶ୍ବାସ କରିନଥିଲେ । ଝିଅକୁ ନେଇ ଘରକୁ ଫେରି ଯାଇଥିଲେ ।

ଏହାମଧ୍ୟ ପଢନ୍ତୁ: ଭିଡିଓ କଲ୍‌ରେ ମହିଳାଙ୍କ ଡେଲିଭରି କଲେ ନର୍ସ, ଦୁନିଆ ଦେଖିବା ଆଗରୁ ଆଖି ବୁଜିଲା ଶିଶୁ

ଏହାର କିଛି ଦିନ ପରେ ସୋସାଇଟି ଅଞ୍ଚଳରେ ଗୋଟିଏ ମୃତ ନବଜାତ ପଡିଥିବାର ଦେଖିବାକୁ ମିଳିଥିଲା । ପୋଲିସ ଛାନଭିନରୁ ସମ୍ପୃକ୍ତ ନାବାଳିକା ପୂର୍ବଦିନ ରାତିରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଥିଲା । ଏ ବାବଦରେ ନାବାଳିକାଙ୍କୁ ପଚରାଉଚରା କରିବାରୁ ପ୍ରଥମେ ସେ ଏହାକୁ ଖଣ୍ଡନ କରିଥିଲେ । ପରେ ସେ ୟୁଟ୍ୟୁବ ଭିଡିଓ ଦେଖି ଛୁଆ ଜନ୍ମ କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ(Minor Girl Delivers Baby Watching YouTube) । ଏନେଇ ଉତ୍ତମ ନଗର ଥାନାରେ(Uttam Nagar Police Station) ମାମଲା ରୁଜୁ ହୋଇଛି । ମହିଳା କମିଶନ ମଧ୍ୟ ଘଟଣାକୁ ଗୁରୁତର ସହ ନେଇଛନ୍ତି । ଏହି ମାମଲାରେ ଅଭିଯୁକ୍ତ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.