ଓଡିଶା

odisha

Atiq Ahmed Murder: ସରକାରଙ୍କୁ ବିରୋଧିଙ୍କ ସମାଲୋଚନା, ୟୁପିରେ ଗ୍ୟାଙ୍ଗଷ୍ଟାର ସହ ଆଇନ ଶୃଙ୍ଖଳାର ହତ୍ୟା ହୋଇଛି

By

Published : Apr 16, 2023, 9:06 AM IST

ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ଭାଇ ଅସରଫର ହତ୍ୟା ପରେ ଯୋଗୀ ସରକାରଙ୍କୁ ଘେରିଲେ ବିରୋଧି । ଉତ୍ତରପ୍ରଦେଶରେ ଗ୍ୟାଙ୍ଗଷ୍ଟାର ସହ ଆଇନ ଶୃଙ୍ଖଳାର ହତ୍ୟା ହୋଇଛି କହିଲେ ବିରୋଧି ସାଂସଦ । ଅଧିକ ପଢନ୍ତୁ

ସରକାରଙ୍କୁ ବିରୋଧିଙ୍କ ସମାଲୋଚନା
ସରକାରଙ୍କୁ ବିରୋଧିଙ୍କ ସମାଲୋଚନା

ଲକ୍ଷ୍ନୌ: ପୋଲିସ ଆଖି ସାମ୍ନାରେ ଯେଉଁଭଳି ଭାବେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ତା'ର ଭାଇକୁ ଗୁଳି କରି ହତ୍ୟା କରାଯାଇଛି ତାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଗତକାଲି ରାତିରେ ଘଟିଥିବା ଏହି ହତ୍ୟାକାଣ୍ଡର ଭିଡିଓ ଫୁଟେଜ ଏବେ ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିଛି । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ବିରୋଧି ଦଳ ନେତାମାନେ ଯୋଗୀ ଆଦିତ୍ୟନାଥ ନେତୃତ୍ବାଧୀନ ଉତ୍ତରପ୍ରଦେଶ ସରକାରକୁ ଟାର୍ଗେଟ କରୁଛନ୍ତି । ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କହିଛନ୍ତି ବର୍ତ୍ତମାନ ୟୁପିରେ ଅପରାଧ ଶୀର୍ଷରେ ପହଞ୍ଚିଛି । ରାଜ୍ୟସଭା ସାଂସଦ କପିଲ ସିବଲ କହିଛନ୍ତି, ଗ୍ୟାଙ୍ଗଷ୍ଟାର ସହ ରାଜ୍ୟରେ ଆଇନ ଶୃଙ୍ଖଳାର ମଧ୍ୟ ହତ୍ୟା ହୋଇଛି ।

ଅଖିଳେଶ ଯାଦବ ଟ୍ବିଟ୍ କରିଛନ୍ତି, ''ଉତ୍ତରପ୍ରଦେଶରେ ଅପରାଧ ଶୀର୍ଷରେ ସ୍ତରରେ ପହଞ୍ଚିଛି । ଅପରାଧିଙ୍କ ମନୋବଳ ବଢିଛି । ଯଦି ପୋଲିସର ସୁରକ୍ଷା ବଳୟ ମଧ୍ୟରେ କାହାକୁ ଖୁଲମଖୁଲା ଗୁଳି ହତ୍ୟା କରାଯାଇପାରୁଛି ତାହାହେଲେ ଏଠି ସାଧାରଣ ଜନତାଙ୍କ ଅବସ୍ଥା କ'ଣ ? ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳାଯାଉଛି । ଏମିତି ଲାଗୁଛି ଯେମିତି କିଛି ଲୋକ ଜାଣିଶୁଣି ଏଭଳି ପରିବେଶ ସୃଷ୍ଟି କରୁଛନ୍ତି ।''

ବହୁଜନ ସମାଜ ପାର୍ଟି (BSP) ସାଂସଦ ଦାନିଶ ଅଲ୍ଲୀ କହିଛନ୍ତି ଯେ, ଦୁଇ ଅହମ୍ମଦ ଭାଇଙ୍କ ନୃଶଂସ ହତ୍ୟା ରାଜ୍ୟରେ ଅରାଜକତା ଶୀର୍ଷରେ ପହଞ୍ଚିଥିବା ଦର୍ଶାଉଛି । ଗଣତନ୍ତ୍ରରେ ଆଇନ ବ୍ୟବସ୍ଥା ବିରୋଧରେ ଏପରି ଜଘନ୍ୟ ଅପରାଧ ପାଇଁ ରାଜ୍ୟ ସରକାର ବରଖାସ୍ତ ହେବା କଥା । ହେଲେ ଆଜିର ନୂଆ ଭାରତରେ ଏହା ସମ୍ଭବ ନୁହେଁ । ରାଷ୍ଟ୍ରୀୟ ଲୋକ ଦଳ(RLD) ମୁଖ୍ୟ ଜୟନ୍ତ ଚୌଧୁରୀ ହତ୍ୟାକାଣ୍ଡ ସମୟର ଭିଡିଓ ରିଟ୍ବିଟ୍ କରି ଯୋଗୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଏହା ସମ୍ଭବ କି ?

ଏହାମଧ୍ୟ ପଢନ୍ତୁ: Atiq Ahmed Murder: ଉତ୍ତରପ୍ରଦେଶରେ ୧୪୪ ଧାରା ଲାଗୁ, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ଭେଟେରାନ ରାଜନେତା ତଥା ସାଂସଦ କପିଲ ସିବଲ କହିଛନ୍ତି ଉତ୍ତରପ୍ରଦେଶରେ ଦୁଇଟି ମର୍ଡର ହୋଇଛି, ଗୋଟିଏ ଅତିକ ଅହମ୍ମଦ ଓ ତା'ର ଭାଇର ଏବଂ ଦ୍ବିତୀୟଟି ଆଇନ ବ୍ୟବସ୍ଥାର । ସେହିପରି AIMIM ସୁପ୍ରିମୋ ଅସାଦୁଦ୍ଦିନ ଓୱେସୀ କହିଛନ୍ତି, ଯେଉଁମାନେ ଏହି 'ଏନକାଉଣ୍ଟର ରାଜ'କୁ ଉତ୍ସବ ଭାବେ ପାଳନ କରୁଛନ୍ତି ସେମାନେ ହିଁ ଅତିକ ଅହମ୍ମଦର ହତ୍ୟା ପାଇଁ ଦାୟୀ । ଅନ୍ୟପଟେ ଅତିକ ଅହମ୍ମଦର ହତ୍ୟା ପରେ କିଛି ବିଜେପି ନେତା ସୋସିଆଲ ମିଡିଆରେ ପ୍ରଶଂସା କରିଛନ୍ତି । ଉତ୍ତରପ୍ରଦେଶ ମନ୍ତ୍ରୀ ସ୍ବତନ୍ତ୍ର ଦେବ ସିଂହ କହିଛନ୍ତି, ପାପ ପୂଣ୍ୟର ହିସାବ ଏହି ଜନ୍ମରେ ହିଁ ହୋଇଥାଏ । କହିରଖୁଛୁ କି, ଗତକାଲି ରାତିରେ ପ୍ରୟାଗରାଜ ପୋଲିସ ଅତିକ ଓ ଅସରଫକୁ ମେଡିକାଲ ଚେକଅପ ପାଇଁ ନେବାବେଳେ କିଛି ଦୁର୍ବୃତ୍ତ ଦୁହିଁଙ୍କୁ ସମସ୍ତଙ୍କ ସାମ୍ନାରେ ଗୁଳି କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details