ଓଡିଶା

odisha

କୋଭାକ୍ସିନ ନେବା ପରେ କିଶୋରଙ୍କୁ ପାରାସିଟାମଲ, ପେନକିଲରର ଆବଶ୍ୟକତା ନାହିଁ: Bharat Biotech

By

Published : Jan 7, 2022, 10:00 AM IST

କିଶୋର କିଶୋରୀଙ୍କୁ କୋଭାକ୍ସିନ ଟିକା(covaxin) ଦିଆଯାଉଥିବା ବେଳେ ଟିକା ନେବା ପରେ ପାରାସିଟାମଲ କିମ୍ବା ପେନକିଲର(No paracetamol or painkiller needed) ନେବାର କୌଣସି ଆବଶ୍ୟକତା ବୋଲି ଭାରତ ବାୟୋଟେକ(Bharat Biotech) ବୁଧବାର କହିଛି। ଅଧିକ ପଢନ୍ତୁ

କୋଭାକ୍ସିନ ନେବା ପରେ କିଶୋରମାନଙ୍କୁ ପାରାସିଟାମଲ, ପେନକିଲରର ଆବଶ୍ୟକତା ନାହିଁ: Bharat Biotech
କୋଭାକ୍ସିନ ନେବା ପରେ କିଶୋରମାନଙ୍କୁ ପାରାସିଟାମଲ, ପେନକିଲରର ଆବଶ୍ୟକତା ନାହିଁ: Bharat Biotech

ନୂଆଦିଲ୍ଲୀ: ଜାନୁଆରୀ 3ରୁ କିଶୋର କିଶୋରୀଙ୍କ ଟୀକାକରଣ(vaccination for teenager) ଆରମ୍ଭ ହୋଇଛି । ତେବେ ସେମାନଙ୍କୁ କୋଭାକ୍ସିନ ଟିକା(covaxin) ଦିଆଯାଉଥିବା ବେଳେ ଟିକା ନେବା ପରେ ପାରାସିଟାମଲ କିମ୍ବା ପେନକିଲର(No paracetamol or painkiller needed) ନେବାର କୌଣସି ଆବଶ୍ୟକତା ବୋଲି ଭାରତ ବାୟୋଟେକ(Bharat Biotech) ବୁଧବାର କହିଛି।

ଭାରତ ବାୟୋଟେକ୍ ଟ୍ବିଟର ପୋଷ୍ଟରେ କହିଛି ଯେ, ଆମେ କିଛି ଅଭିଯୋଗ ପାଇଛୁ ଯେ କେତେକ ଟିକାଦାନ କେନ୍ଦ୍ରରେ କିଶୋରମାନଙ୍କୁ କୋଭାକ୍ସିନ ଟିକା ଦେବା ପରେ ୩ଟି ପାରାସିଟାମଲ୍ ୫୦୦ ମିଗ୍ରା ଟାବଲେଟ ନେବାକୁ ପରାମର୍ଶ ଦିଆଯାଉଛି । ତେବେ କୋଭାକ୍ସିନ ଟିକା ନେବା ପରେ ପାରାସିଟାମଲ କିମ୍ବା କୌଣସି ପେନକିଲର ନେବା ଜରୁରୀ ନୁହେଁ ବୋଲି ସେ କହିଛନ୍ତି ।

କମ୍ପାନୀ ଆହୁରି କହିଛି ଯେ, ୩୦,୦୦୦ ବ୍ୟକ୍ତିଙ୍କୁ ନେଇ ହୋଇଥିବା କ୍ଲିନିକାଲ୍ ଟ୍ରାଏଲରୁ ଜଣାପଡିଛି, ପ୍ରାୟ ୧୦ ରୁ ୨୦ ପ୍ରତିଶତଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିଲା । ସେଥିମଧ୍ୟରୁ ଅଧିକାଂଶ ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ରହିଥିଲା । ଯାହା ଦିନେ କିମ୍ବା ଦୁଇ ଦିନ ଭିତରେ ଭଲ ମଧ୍ୟ ହୋଇଯାଉଛି । ଏଥିପାଇଁ କୌଣସି ଔଷଧର ଆବଶ୍ୟକତା ପଡିନାହିଁ । କେବଳ ଡାକ୍ତରଙ୍କ ପରାମର୍ଶ ପରେ ଔଷଧ ପାଇଁ ପରାମର୍ଶ ଦିଆଯାଇପାରିବ ବୋଲି ଟିକା ପ୍ରସ୍ତୁତକାରୀ କହିଛନ୍ତି । ତେବେ ଅନ୍ୟ କୋଭିଡ ଟିକା ସହ ପାରାସିଟାମଲ ନେବା ପାଇଁ ପରାମର୍ଶ ଦିଆଯାଇଥିଲା । କିନ୍ତୁ କୋଭାକ୍ସିନ ପାଇଁ ସେପରି କିଛି ଜରୁରୀ ନାହିଁ ।

ABOUT THE AUTHOR

...view details