ଓଡିଶା

odisha

Terror Funding: ୩ ବର୍ଷରେ ସାମ୍ନାକୁ ଆସିଛି 64ଟି ମାମଲା

By

Published : Dec 7, 2021, 10:02 PM IST

୩ ବର୍ଷରେ ସାମ୍ନାକୁ ଆସିଛି 64ଟି terror founding ମାମଲା
୩ ବର୍ଷରେ ସାମ୍ନାକୁ ଆସିଛି 64ଟି terror founding ମାମଲା ()

୩ବର୍ଷ ମଧ୍ୟରେ ମୋଟ 64ଟି terror funding ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇଛି ଜାତୀୟ ତଦନ୍ତକାରୀ ସଂସ୍ଥା (NIA) । ଗୃହରେ ସୂଚନା ଦେଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ଯାନନ୍ଦ ରାୟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: 2018ରୁ ଆଜି ପର୍ଯ୍ୟନ୍ତ ମୋଟ 64ଟି ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ (terror funding) ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜାତୀୟ ଅନୁସନ୍ଧାନ ଏଜେନ୍ସି (NIA) । ଆଜି ଏନେଇ ଗୃହରେ ଉତ୍ତର ରଖିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ।

ଲୋକସଭାରେ ତୃଣମୂଳ କଂଗ୍ରେସ ସାଂସଦ ସଜଦା ଅହମ୍ମଦଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ଗତ 3ବର୍ଷ ମଧ୍ୟରେ ଆତଙ୍କବାଦୀ ପାଣ୍ଠି ସମ୍ପର୍କିତ 64 ଟି ମାମଲା ଜାତୀୟ ଅନୁସନ୍ଧାନ ଏଜେନ୍ସି ଦ୍ବାରା ଠାବ କରାଯାଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି । ସେହିପରି ମନି ଲଣ୍ଡରିଂ ଆକ୍ଟ 2002 (PMLA) ଅନୁଯାୟୀ,ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ବାରା ଅନ୍ୟ ଆର୍ଥିକ ଚଞ୍ଚକତା ମାମଲାର ତଦନ୍ତ ମଧ୍ୟ ଚାଲିଛି ।

ନିତ୍ୟାନନ୍ଦ ରାୟ ଲୋକସଭାକୁ ଆହୁରି ସୂଚନା ଦେଇଛନ୍ତି ଯେ ମନି ଲଣ୍ଡରିଂ ଆକ୍ଟ, 2002 ଅନୁଯାୟୀ ମୋଟ 24 ଟି ମାମଲାରେ ଚାର୍ଜସିଟ ଦାଖଲ କରାଯାଇଛି।ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣର ମୁକାବିଲାର ସମନ୍ବୟ ପାଇଁ ଭାରତ ସରକାର ଗୃହ ମନ୍ତ୍ରଣାଳୟରେ ଏକ ପୃଥକ ସେଲ ମଧ୍ୟ କାର୍ଯ୍ୟକାରୀ କରିଛନ୍ତି । cell for combating of funding of Terrorist (CFT) ନାମରେ ଏହି ପୃଥକ ସେଲ ଏହି ସମ୍ପର୍କିତ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details