ଓଡିଶା

odisha

Gujarat poll: ଖୁଣ୍ଟରେ ବାନ୍ଧି ପିଟିଥିଲା ପୋଲିସ, ପ୍ରତିବାଦରେ ଭୋଟ ବର୍ଜନ କଲେ ମୁସଲିମ ଗ୍ରାମବାସୀ

By

Published : Dec 5, 2022, 6:29 PM IST

ଗୁଜୁରାଟ ଖେଡାରେ ରାସ୍ତା ମଝିରେ ଖୁଣ୍ଟରେ ବାନ୍ଧି ପୋଲିସର ମାଡ ପ୍ରତିବାଦରେ ଭୋଟ ବର୍ଜନ କଲେ ମୁସଲିମ ଗ୍ରାମବାସୀ (Muslims Boycott Polls In Gujarat Village)। ନବରାତ୍ରୀ କାର୍ଯ୍ୟକ୍ରମରେ ପଥର ମାଡ ଅଭିଯୋଗରେ ଗ୍ରାମର ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଥିଲା ପୋଲିସ । ଅଧିକ ପଢନ୍ତୁ

Gujarat poll: ହାତ ବାନ୍ଧି ପିଟିଥିଲା ପୋଲିସ, ପ୍ରତିବାଦରେ ଭୋଟ ଦେଲେନି ମୁସଲିମ ଗ୍ରାମବାସୀ
Gujarat poll: ହାତ ବାନ୍ଧି ପିଟିଥିଲା ପୋଲିସ, ପ୍ରତିବାଦରେ ଭୋଟ ଦେଲେନି ମୁସଲିମ ଗ୍ରାମବାସୀ

ହାଇଦ୍ରାବାଦ: ଗୁଜୁରାଟ ନିର୍ବାଚନ (Gujarat poll) ପାଇଁ ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ଖେଡା ଜିଲ୍ଲାରେ ପୋଲିସର ବର୍ବର କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଭୋଟ ବର୍ଜନ କରିଛି ଏକ ସଂଖ୍ୟାଲଘୁ ଗ୍ରାମ (Muslims Boycott Polls In Gujarat Village)। ଆଜି ବିଧାନସଭା ନିର୍ବାଚନରେ ଗ୍ରାମର କେହି ବାସିନ୍ଦାରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିନାହାନ୍ତି । ଖେଡା ଜିଲ୍ଲାର ଉନ୍ଧେଲା ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି ।

ଚଳିତବର୍ଷ ଅକ୍ଟୋବରରେ ନବରାତ୍ରୀ ପାଳନ ସମୟରେ ଗାରବା ନୃତ୍ୟ ପରିବେଷଣକାରୀଙ୍କ ଉପରେ ପଥର ମାଡ ହୋଇଥିଲା । ଏହି ଅଭିଯୋଗରେ ସ୍ଥାନୀୟ ପୋଲିସ ଗ୍ରାମର ବହୁ ଯୁବକଙ୍କୁ ରାସ୍ତା ମଝିରେ ହାତବାନ୍ଧି କମ୍ବା ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପିଟିଥିଲା । ପରେ ସେମାନଙ୍କୁ ରାସ୍ତା ମଝିରେ ଦୋଷ ସ୍ବୀକାର କରିବା ସହ କ୍ଷମା ପ୍ରାର୍ଥନା କରିବାକୁ ପୋଲିସ କହିଥିଲା । ସାଧା ପୋଷାକରେ କିଛି ପୋଲିସ କର୍ମୀ ଖୁଣ୍ଟରେ ଯୁବକଙ୍କୁ ବାନ୍ଧି ମାଡ ମାରିବାର ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପୋଲିସର ବର୍ବରତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଯାହାକୁ ନେଇ ସେତେବେଳେ ଚର୍ଚ୍ଚା ମଧ୍ୟ ହୋଇଥିଲା । ଏହାକୁ କିଛି ସଂଗଠନ ବିରୋଧ କରିବା ସହ ପୋଲିସର କଙ୍ଗାରୁ କୋର୍ଟ କହି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ (Muslims Boycott Polls In Gujarat Village)।

ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସେତେବେଳେ ଗ୍ରାମବାସୀ ଧାରଣା ଦେଇଥିଲେ । ପୋଲିସ ବର୍ବରତାର ତଦନ୍ତ ପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା । ହେଲେ କମିଟି ଗଠନ ସତ୍ତ୍ବେ ସୁଦ୍ଧା ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ କ୍ଷୋଭ ରହିଥିଲା । ଚଳିତ ନିର୍ବାଚନରେ ଏହାର ପ୍ରତିବାଦ ସ୍ବରୂପ ସେମାନେ ମତଦାନରୁ ବିରତ ରହି ଭୋଟ ବର୍ଜନ କରିଛନ୍ତି (Muslims Boycott Polls In Gujarat Village)।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details