ଓଡିଶା

odisha

ଲାଲ ବାହିନୀର ଭାରତ ବନ୍ଦ ଡାକରା, ବିସ୍ଫୋରଣରେ ଉଡାଇଲେ Railway Track

By

Published : Nov 20, 2021, 5:32 PM IST

ଲାଲ ବାହିନୀର ଭାରତ ବନ୍ଦ ଡାକରା ସମୟରେ ଝାଡଖଣ୍ଡ ଲାଟେହାରରେ ବୋମା ବିସ୍ଫୋରଣରେ ଉଡାଇେଲେ ରେଳ ଧାରଣା । ସେହି ରୁଟରେ ରେଳସେବା ବାଧାପ୍ରାପ୍ତ । ମରାମତି ଚାଲିଥିବା ନେଇ ରେଳବାଇର ସୂଚନା । ଅଧିକ ପଢନ୍ତୁ

ଲାଲ ବାହିନୀର ଭାରତ ବନ୍ଦ ଡାକରା, ବିସ୍ଫୋରଣରେ ଉଡାଇଲେ ରେଳ ଧାରଣା
ଲାଲ ବାହିନୀର ଭାରତ ବନ୍ଦ ଡାକରା, ବିସ୍ଫୋରଣରେ ଉଡାଇଲେ ରେଳ ଧାରଣା

ରାଞ୍ଚି: ଭରତ ବନ୍ଦ ଡାକରା ସମୟରେ ବିସ୍ଫୋରଣରେ ଟ୍ରେନ ଲାଇନ (Railway Track) ଉଡାଇଲେ ନକ୍ସଲ । ଛତିଶଗଡର ଲାଟେହାରରେ ବୋମା ବିସ୍ଫୋରଣ କରି ରେଳ ଧାରଣା ଉଡାଇ ସରକାରଙ୍କୁ ଆହ୍ବାନ ଦେଇଛି ଲାଲ ବାହିନୀ । ବିସ୍ଫୋରଣରେ ରେଳ ଧାରଣା କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେହି ରୁଟରେ ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । କିଛି ଟ୍ରେନର ଗତିପଥରେ ପରବର୍ତ୍ତନ କରାଯାଇଥିବା ରେଳବାଇ ପକ୍ଷରୁ ସୂଚନା ମିଳିଛି ।

ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଉକ୍ତ ରୁଟରେ ଚଳାଚଳ କରୁଥିବା ସମସ୍ତ ଟ୍ରେନକୁ ବାତିଲ କରିବା ସହ ରେଳବାଇର ଉଚ୍ଚ ପଦାଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି । ସେହିପରି କିଛି ଗୁରୁତ୍ବପୂର୍ଣ୍ଣ ଟ୍ରେନକୁ ପରିବର୍ତ୍ତିତ ରୁଟରେ ଚଳାଯାଇଥିବା ବେଳେ ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି, ଏବଂ ଖୁବ ଶୀଘ୍ର ରେଳସେବା ସ୍ବାଭିକ ଭାବେ ଆରମ୍ଭ ହେବା ନେଇ କହିଛନ୍ତି ରେଳବାଇ କର୍ତ୍ତୁପକ୍ଷ ।

ନିକଟରେ ଝାଡଖଣ୍ଡ ପୋଲିସ CPI-ମାଓବାଦୀ ପ୍ରଶାନ୍ତ ବୋଷ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଥିଲା । ଏହି ଗିରଫଦାରୀକୁ ବିରୋଧ କରି ନକ୍ସଲମାନେ ଆଜି (20 ନଭେମ୍ବର) ଭାରତ ବନ୍ଦ ଘୋଷଣା କରିଛନ୍ତି। ତେବେ ଲାଲବାହିନୀ ପକ୍ଷରୁ ଭରତ ବନ୍ଦକୁ ସଫଳ କରିବା ପାଇଁ ଟ୍ରେନ ଟ୍ରାକ୍ ଉଡ଼ାଇ ନିଜ ଉପସ୍ଥିତି ଜାହିର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details