ଓଡିଶା

odisha

ନୂଆ ସଂସଦ ଭବନ ଧ୍ବଜାରୋହଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେନି ଖଡଗେ

By ETV Bharat Odisha Team

Published : Sep 17, 2023, 7:03 AM IST

ନୂଆ ସଂସଦ ଭବନ ଧ୍ବଜାରୋହଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେନି କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ, ରାଜ୍ୟସଭା ସଚିବ ପି.ସି ମୋଦିଙ୍କୁ ଚିଠି ଲେଖି କଲେ ଅଗଗତ । ଅଧିକ ପଢନ୍ତୁ

ନୂଆ ସଂସଦ ଭବନ ଧ୍ବଜାରୋହଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେନି ଖଡଗେ, ରାଜ୍ୟସଭା ସଚିବଙ୍କୁ ଲେଖିଲେ ଚିଠି
ନୂଆ ସଂସଦ ଭବନ ଧ୍ବଜାରୋହଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେନି ଖଡଗେ, ରାଜ୍ୟସଭା ସଚିବଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ: 18 ତାରିଖରୁ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବ । ଗଣେଶ ପୂଜା ଅବସରରେ ଏହି ନୂଆ ସଂସଦ ଭବନରେ ପ୍ରଥମ ଥର ଅଧିବେଶନ କାର୍ଯ୍ୟ ହେବ । ତେବେ ଆଜି(ରବିବାର) ଏହି ନୂତନ ସୌଧରେ ଧ୍ବଜାରୋହଣ କାର୍ଯ୍ୟକ୍ରମ ରହିଛି । ତେବେ ଏଥିରେ ଅଂଶଗ୍ରହଣ କରିବେନି କଂଗ୍ରେହ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ । ଖଡଗେ ଏନେଇ ରାଜ୍ୟସଭା ସଚିବ ପି.ସି ମୋଦିଙ୍କୁ ଚିଠି ଲେଖି ଅଗଗତ କରିଛନ୍ତି । ଏବେ କଂଗ୍ରେସର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ ହାଇଦ୍ରାବାଦରେ ଆରମ୍ଭ ହୋଇଛି । ଆଜି ଏହି ବୈଠକରେ ଖଡଗେ ଉପସ୍ଥିତ ରହିବା କାରଣରୁ ଦିଲ୍ଲୀରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ।

ଖଡଗେ ରାଜ୍ୟସଭା ସଚିବଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି,‘‘ନୂତନ ତଥା ଗଠିତ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ବୈଠକ ଗତକାଲି ଏବଂ ଆଜି ଯଥା 16 ଏବଂ 17 ତାରିଖରେ ହାଇଦ୍ରାବାଦରେ ଧାର୍ଯ୍ୟ କରାଯାଇଛି । କାର୍ଯ୍ୟସୂଚୀ ବହୁ ପୂର୍ବରୁ ସ୍ଥିର ହୋଇଥିଲା । ମୁଁ ଏହି କାର୍ଯ୍ୟକ୍ରମ ପାଇଁ ହାଇଦ୍ରାବାଦରେ ଅଛି । ଆଜି ସଂଧ୍ୟାରେ ଦିଲ୍ଲୀ ଫେରିବାକୁ ଥିବା କାରଣରୁ ସଂସଦ ଧ୍ବଜାରୋହଣ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବି ନାହଁ ।

ଏହା ମଧ୍ୟ ପଢନ୍ତୁ :- One Nation One Poll: ବିରୋଧ କରିବ କଂଗ୍ରେସ, CWC ବୈଠକ ପରେ ଚିଦାମ୍ବରମଙ୍କ ସୂଚନା

ଗତକାଲି(ଶନିବାର) ହାଇଦ୍ରାବାଦରେ ଦଳର 2 ଦିନିଆ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ଦଳ ସରକାରଙ୍କ ପ୍ରକ୍ରିୟା ମଧ୍ୟରେ ଥିବା ଏକକ ନିର୍ବାଚନ ଏଜେଣ୍ଡାକୁ ଦଳ ଖାରଜ କରିବା ସହ ବିରୋଧ କରିବା ନେଇ ନିଷ୍ପତ୍ତି ଗ୍ରହଣ କରିଛି । ସେହିପରି ପ୍ରଧାନମନ୍ତ୍ରୀ ନିକଟରେ ଏକାଧିକ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଏକାଧିକ ବିଦେଶ ଗସ୍ତ କରିଛନ୍ତି । ଏସିଆନ ସମ୍ମିଳନୀରେ ଅଂଶଗ୍ରହଣ କରିବା ପରେ ଜି20 ରେ ବ୍ୟସ୍ତ ରହିଲେ । ହେଲେ ମଣିପୁର ଗସ୍ତ କରିବା ପାଇଁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କୁ ମାତ୍ର ଦୁଇ ଘଣ୍ଟା ସମୟ ମିଳି ପାରିଲାନାହିଁ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ପ୍ରଥମ ଦିନର ବୈଠକ ପରେ ଦଳର ଦୁଇ ହେଭିଓ୍ବେଟ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ଓ ଜୟରାମ ରମେଶ ପ୍ରେସମିଟ କରି ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମରେ ତଥ୍ୟ ରଖିବା ସହ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details