ETV Bharat / bharat

One Nation One Poll: ବିରୋଧ କରିବ କଂଗ୍ରେସ, CWC ବୈଠକ ପରେ ଚିଦାମ୍ବରମଙ୍କ ସୂଚନା

author img

By ETV Bharat Odisha Team

Published : Sep 16, 2023, 9:44 PM IST

ଏକକ ନିର୍ବାଚନ ଏଜେଣ୍ଡାକୁ ବିରୋଧ କରିବ କଂଗ୍ରେସ । ଆଜି ଦଳର CWC ବୈଠକ ପରେ ସୂଚନା ଦେଲେ ଚିଦାମ୍ବରମ । ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ କଲେ ସମାଲୋଚନା । ଅଧିକ ପଢନ୍ତୁ

One Nation One Poll' idea: ବିରୋଧ କରିବ କଂଗ୍ରେସ ,CWC ବୈଠକ ପରେ ଚିଦାମ୍ବରମ ଦେଲେ ସୂଚନା
One Nation One Poll' idea: ବିରୋଧ କରିବ କଂଗ୍ରେସ ,CWC ବୈଠକ ପରେ ଚିଦାମ୍ବରମ ଦେଲେ ସୂଚନା

ହାଇଦ୍ରାବାଦ: ଏକକ ନିର୍ବାଚନ ଏଜେଣ୍ଡାକୁ ବିରୋଧ କରିବ କଂଗ୍ରେସ । ଆଜି ହାଇଦ୍ରାବାଦରେ ବସିଥିବା ଦଳର କାର୍ଯ୍ୟକାରିଣୀ ବୈଠକରେ ଏହି ବହୁଚର୍ଚ୍ଚିତ ଏକକ ନିର୍ବାଚନ ଏଜେଣ୍ଡାକୁ ଖାରଜ କରାଯାଇଥିବା ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ପି.ଚିଦାମ୍ବରମ । ସେହିପରି ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ପୂର୍ବରୁ କଂଗ୍ରେସ ସଂସଦୀୟ କମିଟି ମୁଖ୍ୟ ସୋନିଆ ଗାନ୍ଧୀ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଗୃହରେ ଆଲୋଚନା ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିର ମଧ୍ୟ କୌଣସି ଉତ୍ତର ଆସନାହିଁ । ମଣିପୁରରେ 150 ରୁ ଅଧିକ ଜୀବନ ଯାଇଥିବା ମଧ୍ୟ ସେ ଅଭିଯୋଗ କରି ମଧ୍ୟ ଚିଦାମ୍ବରମ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷିଛନ୍ତି ।

ଆଜି (ଶନିବାର) ହାଇଦ୍ରାବାଦରେ ଦଳର 2 ଦିନିଆ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ପ୍ରଥମ ଦିନର ବୈଠକ ଶେଷ ହେବା ପରେ ଦଳର ଦୁଇ ବରିଷ୍ଠ ନେତା ଚିଦାମ୍ବରମ ଓ ଜୟରାମ ରମେଶ ପ୍ରେସମିଟ କରି ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମରେ ତଥ୍ୟ ରଖିଛନ୍ତି । ସରକାରଙ୍କ ପ୍ରକ୍ରିୟା ମଧ୍ୟରେ ଥିବା ଏକକ ନିର୍ବାଚନ ଏଜେଣ୍ଡାକୁ ଦଳ ଖାରଜ କରିବା ସହ ବିରୋଧ କରିବା ନେଇ ନିଷ୍ପତ୍ତି ଗ୍ରହଣ କରିଛି । ସେହିପରି ପ୍ରଧାନମନ୍ତ୍ରୀ ନିକଟରେ ଏକାଧିକ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଏକାଧିକ ବିଦେଶ ଗସ୍ତ କରିଛନ୍ତି । ଏସିଆନ ସମ୍ମିଳନୀରେ ଅଂଶଗ୍ରହଣ କରିବା ପରେ ଜି20 ରେ ବ୍ୟସ୍ତ ରହିଲେ । ହେଲେ ମଣିପୁର ଗସ୍ତ କରିବା ପାଇଁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କୁ ମାତ୍ର ଦୁଇ ଘଣ୍ଟା ସମୟ ମିଳି ପାରିଲାନାହିଁ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ସେହିପରି ହେବାକୁ ଥିବା ସ୍ବତନ୍ତ୍ର ଅଧିବେଶରେ ଗୃହରେ ଏକାଧିକ ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏବେ ପର୍ଯ୍ୟନ୍ତ ଉକ୍ତ ଚିଠିର କୌଣସି ପ୍ରତିଉତ୍ତର ମଧ୍ୟ ଆସିଲା ନାହିଁ ବୋଲି ଚିଦାମ୍ବରମ କହିଥିଲେ । ସେ ମଧ୍ୟ ଅନ୍ୟ ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଛନ୍ତି । ଦେଶର ଅର୍ଥନୀତି ଭୁଶୁଡି ପଡିଛି । ରିଜର୍ଭ ବ୍ୟାଙ୍କ ସୁଧ ହାର ମଧ୍ୟ ବୃଦ୍ଧି କରିବାରେ ଲାଗିଛି । ଦେଶର ସାମ୍ପ୍ରତିକ ରାଜନୈତିକ ସ୍ଥିତି, ବାହ୍ୟ ଓ ଆଭ୍ୟନ୍ତରୀଣ ନିରପତ୍ତା ସହ ଅନ୍ୟ ଏକାଧିକ ପ୍ରସଙ୍ଗରେ କଂଗ୍ରେସ ବିଚାର କରୁଛି । ଏ ସମସ୍ତ ପ୍ରସଙ୍ଗରେ ଦଳ ଏକ ସକଳ୍ପ ମଧ୍ୟ ପାରିତ କରିବା ନେଇ ଉଭୟ ନେତା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଭୋପାଳରେ ପ୍ରଥମ ରାଲି ସ୍ଥଗିତ ରଖିଲା ‘ଇଣ୍ଡିଆ’ ମେଣ୍ଟ: ବିଜେପି କହିଲା ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ଭୟ

ହାଇଦ୍ରାବାଦରେ ଆଜିଠୁ କଂଗ୍ରେସର କେନ୍ଦ୍ରୀୟ କାର୍ଯ୍ୟକାରିଣୀ(CWC) ଦୁଇ ଦିନିଆ ବୈଠକ ଆରମ୍ଭ ହୋଇଛି । ୨୦୨୪ ଲୋକସଭା ନିର୍ବାଚନ ସହ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ମଧ୍ୟ ରହିଛି । ତେଣୁ ବୈଠକରେ ଏହି ପ୍ରସଙ୍ଗରେ ରଣନୀତି ପ୍ରସ୍ତୁତ କରିବ ଦଳ । ଆଜି ପ୍ରଥମ ଦିନରେ ଏକକ ନିର୍ବାଚନ ପ୍ରସଙ୍ଗକୁ ଦଳ ଖାରଜ କରିବା ସହ ଏହାକୁ ବିରୋଧ କରିବା ନେଇ ନିଷ୍ପତ୍ତି ନେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.