ଓଡିଶା

odisha

ବିଧାନସଭାରେ ଗେମ ଖେଳିଲେ ବିଧାୟକ, ଭିଡିଓ ସେୟାର କରି ଅଖିଳେଶଙ୍କ କଟାକ୍ଷ

By

Published : Sep 24, 2022, 10:45 PM IST

ଉତ୍ତରପ୍ରଦେଶ ବିଧାନସଭାରେ ମୌସୁମୀ ଅଧିବେଶନ ଚାଲିଥିବା ବେଳେ ମୋବାଇଲରେ ଗେମ ଖେଳିଲେ ବିଧାୟକ ରାକେଶ ଗୋସ୍ବାମୀ । ଭାଇରାଲ ଭିଡିଓ ସେୟାର କରି କଟାକ୍ଷ କଲେ ସପା ମୁଖ୍ୟ ଅଖିଳେଶ ଯାଦବ । ଅଧିକ ପଢନ୍ତୁ

ବିଧାନସଭାରେ ଗେମ ଖେଳିଲେ ବିଧାୟକ, ଭିଡ଼ିଓ ସେୟାର କରି ଅଖିଳେଶଙ୍କ କଟାକ୍ଷ
ବିଧାନସଭାରେ ଗେମ ଖେଳିଲେ ବିଧାୟକ, ଭିଡ଼ିଓ ସେୟାର କରି ଅଖିଳେଶଙ୍କ କଟାକ୍ଷ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭାରେ ଚାଲିଛି ମୌସୁମୀ ଅଧିବେଶନ । ଅଧିବେଶନ ଚାଲିଥିବା ବେଳେ ବିଧାନସଭା ମଧ୍ୟରେ ମହୋବା ଜିଲ୍ଲାର ସଦର ବିଧାୟକ ମୋବାଇଲରେ ଗେମ (MLA seen playing Teen Patti ) ଖେଳୁଥିବା ନଜର ଆସିଛନ୍ତି । ଏହି ଭିଡ଼ିଓ ଭାଇରାଲ ହେବା ପରେ ବିରୋଧୀ ତାଙ୍କୁ ଟାର୍ଗେଟ କରିଛନ୍ତି । ସପା (Samajwadi Party)ର ମୁଖ୍ୟ ଅଖିଳେଶ ଯାଦବ (Akhilesh Yadav ) ନିଜ ସୋସିଆଲ ମିଡ଼ିଆରେ ଏହି ଭାଇରାଲ ଭିଡ଼ିଓ ସେୟାର କରି ବିଧାୟକଙ୍କୁ କଟାକ୍ଷ କରିବା ସହ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ବିଧାନସଭାରେ ଗେମ ଖେଳିଲେ ବିଧାୟକ, ଭିଡ଼ିଓ ସେୟାର କରି ଅଖିଳେଶଙ୍କ କଟାକ୍ଷ

ସପାର କହିବା ଅନୁସାରେ ଯେଉଁଠାରେ ଦରବୃଦ୍ଧି, ବେରୋଜଗାର ଓ ବିକାଶର ସମ୍ପର୍କରେ ଆଲୋଚନା କରାଯିବା କଥା, ସେଠାରେ ସଦର ବିଧାୟକ ରାକେଶ ଗୋସ୍ବାମୀ ମୋବାଇଲରେ ଗେମ ଖେଳିବା ଦ୍ବାରା ଗୃହର ସମ୍ମାନ କ୍ଷୁର୍ଣ୍ଣ ହୋଇଛି । ବିଧାୟକଙ୍କ ଏହି କାର୍ଯ୍ୟ ଦ୍ବାରା ସ୍ଥାନୀୟ ଲୋକେ ମଧ୍ୟ ତାଙ୍କୁ ନେଇ କ୍ଷୋଭ ପ୍ରକାଶ କରିବା ସହ ସୋସିଆଲ ମିଡ଼ିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଯେଉଁଠି ଲୋକଙ୍କ ସମସ୍ୟା ମୁଦ୍ଦା ଉଠାଯାଇ ଏହାର ସମାଧାନ କରାଯିବା କଥା ସେହି ସ୍ଥାନକୁ ବିଧାୟକ ଏକ ମନୋରଞ୍ଜନ ସ୍ଥାନ ବୋଲି ଭାବିଥିବା ସପା ଅଭିଯୋଗ କରିଛି ।

ଏହା ବି ପଢନ୍ତୁ- Terrorist Attack: ପୁଲୱାମାରେ ଆତଙ୍କୀ ହାମଲା, ୨ ପ୍ରବାସୀ ଶ୍ରମିକ ଆହତ

ବିଧାୟକ ରାକେଶ ଗୋସ୍ବାମୀ

ବିଧାୟକ ଅନଲାଇନରେ ଏଭଳି ଗେମ ଖେଳିବା ଗୃହ ପ୍ରତି ତାଙ୍କର ଅବହେଳାକୁ ଦର୍ଶାଇଛି । ବିଧାୟକ ନିଜ ମୋବାଇଲରେ 'ତିନ ପତି' ଗେମ ଖେଳୁଥିବା ନଜର ଆସିଥିଲେ । ଅନ୍ୟପଟେ ଭାରତୀୟ ଜନତା ପାର୍ଟି (BJP) ଝାନ୍ସୀ ସଦର ଆସନର ବିଧାୟକ ରବି ଶର୍ମା ବିଧାନସଭା ଅଧିବେଶନ ଚାଲିଥିବା ସମୟରେ ଗୃହରେ ହାତରେ ତମ୍ବାଖୁ ଧରି ନିଜ ଟେବୁଲ ତଳେ ଦଳୁଥିବାର ନଜର ଆସିଛନ୍ତି । ଏ ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି ।

ABOUT THE AUTHOR

...view details