ଓଡିଶା

odisha

ଖୁବଶୀଘ୍ର ମହାରାଷ୍ଟ୍ରକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ: ସଞ୍ଜୟ ରାଉତ

By

Published : Jul 2, 2023, 8:51 PM IST

ଖୁବଶୀଘ୍ର ମହାରାଷ୍ଟ୍ରକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ । ସିନ୍ଦେ ଗୋଷ୍ଠୀ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ନୂଆ ସମୀକରଣ । ରଦ୍ଦ ହେବ ସିନ୍ଦେ ଓ ତାଙ୍କ ସମର୍ଥିତ ବିଧାୟକଙ୍କ ସଭ୍ୟ ପଦ୍ଦ । ଏପରି ଆଶଙ୍କା ପ୍ରକାଶ କଲେ ଶିବସେନା ନେତା ସଞ୍ଜୟ ରାଉତ । ଅଧିକ ପଢନ୍ତୁ

ଖୁବଶୀଘ୍ର ମହାରାଷ୍ଟ୍ରକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ: ସଞ୍ଜୟ ରାଉତ
ଖୁବଶୀଘ୍ର ମହାରାଷ୍ଟ୍ରକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ: ସଞ୍ଜୟ ରାଉତ

ମୁମ୍ବାଇ: ମହାରାଷ୍ଟ୍ରକୁ ମିଳିବାକୁ ଯାଉଛି ନୂଆ ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ରାଜ୍ୟରେ ଜଣେ ନୂଆ ମୁଖ୍ୟମନ୍ତ୍ରୀ ହେବେ କହିଛନ୍ତି ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ସଞ୍ଜୟ ରାଉତ । ଏନସିପି ନେତା ଅଜିତ ପାଓ୍ବାର ନିଜ ସମର୍ଥିତ ବିଧାୟକଙ୍କ ସହ ଶାସକ ମେଣ୍ଟରେ ମିଶିବା ପରେ ସଞ୍ଜୟ ଆଗାମୀ ରାଜନୈତିକ ଦୃଶ୍ୟପଟ୍ଟ ନେଇ ଏପରି ପୂର୍ବାନୁମାନ କରିଛନ୍ତି । କହିଛନ୍ତି ଏକନାଥ ସିନ୍ଦେ ଓ ତାଙ୍କର 16 ଜଣ ବିଧାୟକ ଏବେ ଅଯୋଗ୍ୟ ଘୋଷିତ ହେବାକୁ ଯାଉଛନ୍ତି ।

ସଞ୍ଜୟ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ କ’ଣ ହେବାକୁ ଯାଉଛି, ତାହା ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଶିବସେନାରୁ ବିଦ୍ରୋହ କରି ବିଜେପି ସମର୍ଥନରେ ସରକାର ଗଠନ କରିଥିବା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ତାଙ୍କର 16 ଜଣ ସମର୍ଥିତ ବିଧାୟକଙ୍କ ପଦ ରଦ୍ଦ ହେବ । ରାଜ୍ୟରେ ଜଣେ ନୂଆ ମୁଖ୍ୟମନ୍ତ୍ରୀ କାର୍ଯ୍ୟଭାର ଗ୍ରହଣ କରିବେ । ଏହି ନୂଆ ସମୀକରଣ ସିନ୍ଦେ ଗୋଷ୍ଠୀ ପାଇଁ ବିପଜ୍ଜନକ ସାବ୍ୟସ୍ତ ହେବାକୁ ଯାଉଥିବା ପରୋକ୍ଷରେ ସଞ୍ଜୟ କହିଛନ୍ତି । ଏହା କେବଳ ତାଙ୍କ ପୂର୍ବାନୁମାନ ନୁହେଁ ବରଂ ତାହା ନିଶ୍ଚିତ ବୋଲି ମଧ୍ୟ ସଞ୍ଜୟ ଦମ୍ଭୋକ୍ତି ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।

ଆଜି ଅପରାହ୍ନରେ ଅତି ନାଟକୀୟ ଭାବେ ମହାରାଷ୍ଟ୍ରର ନୂତନ ଉପମୁଖ୍ୟମନ୍ତ୍ରୀ ଭାବେ ଏନସିପି ନେତା ଅଜିତ ପାଓ୍ବାର ଶପଥ ଗ୍ରହଣ କରିଛନ୍ତି । ଏନସିପି ନେତା ଅଜିତ ତାଙ୍କ ସମର୍ଥକ ବିଧାୟକ ଗୋଷ୍ଠୀ ସହ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟରେ ସାମିଲ ହେବା ସହ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ମଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ରାଜ୍ୟପାଳ ରମେଶ ବୈଶ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଅଜିତ ପାୱାରଙ୍କ ସହ ଏନସିପିର ଅନ୍ୟତନ ବରିଷ୍ଠ ନେତା ଛଗନ ଭୁଜବଳ, ଦିଲୀପ ୱାଲସେ ପାଟିଲ, ହାସନ ମୁଶ୍ରିଫ, ରାମରାଜ ନିମ୍ବଲକର, ଧନଞ୍ଜୟ ମୁଣ୍ଡେ, ଆଦିତ୍ୟ ଟାଟକେରେ, ସଞ୍ଜୟ ବନସୋଡେ ଏବଂ ଅନିଲ ଭାଇଦାସ ପାଟିଲ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ପୂର୍ବରୁ ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଉମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବରେ ଥିବା ବେଳେ ଏବେ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ସଂଖ୍ୟା ଦୁଇରେ ପହଞ୍ଚିଛି । ଶରଦଙ୍କ ଏକାନ୍ତ ଅନୁଗତ ତଥା ନିକଟରେ ଏନସିପି କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଥିବା ପ୍ରଫୁଲ୍ଲ ପଟେଲ ମଧ୍ୟ ଏନଡିଏ ମେଣ୍ଟରେ ସାମିଲ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details