ଓଡିଶା

odisha

Cabinet ଅନୁମୋଦନ ପରେ ଆସିବ Cryptocurrency Bill

By

Published : Nov 30, 2021, 4:51 PM IST

କ୍ୟାବିନେଟର ଅନୁମୋଦନ ପରେ ସରକାର ଖୁବ୍ ଶୀଘ୍ର କ୍ରିପ୍ଟୋକରେନ୍ସି (cryptocurrency)ଉପରେ ଏକ ବିଲ୍ ଗୃହରେ ଆଗତ କରିବେ ସରକାର । ଗୃହରେ ସୂଚନା ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢନ୍ତୁ

Cabinet  ଅନୁମୋଦନ ପରେ ଗୃହରେ ଆଗତ ହେବ cryptocurrency bill
Cabinet ଅନୁମୋଦନ ପରେ ଗୃହରେ ଆଗତ ହେବ cryptocurrency bill

ନୂଆଦିଲ୍ଲୀ: ପ୍ରଥମେ କ୍ୟାବିନେଟର ଅନୁମୋଦନ ପରେ ସରକାର ଖୁବ୍ ଶୀଘ୍ର କ୍ରିପ୍ଟୋକରେନ୍ସି ଉପରେ ଏକ ବିଲ୍ ଗୃହରେ ଆଗତ କରିବେ (bill on cryptocurrency after Cabinet clears) । ଏନେଇ ଆଜି (ମଙ୍ଗଳବାର) ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ବିହାର ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ପ୍ରଶ୍ନରେ ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (FM Sitharaman)କହିଛନ୍ତି, ଏହା ଏକ ବିପଦପୂର୍ଣ୍ଣ ପ୍ରସଙ୍ଗ ଏବଂ ସମ୍ପୂର୍ଣ୍ଣ ନିୟାମକ ଢାଞ୍ଚା ପରିସରକୁ ଆସିନାହିଁ । ଆରବିଆଇ ଏବଂ ସେବି ମାଧ୍ୟମରେ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନିଆଯାଉଛି । କ୍ୟାବିନେଟରେ ମଞ୍ଜୁରୀ ପାଇବା ପରେ ସରକାର ଏହାକୁ ଗୃହରେ ଆଗତ କରିବେ । ଏହାର ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବାକୁ କୌଣସି ନିଷ୍ପତ୍ତି ନିଆଯାଇଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ ସୁଶୀଲ ।

ସଂସଦର ଶୀତକାଳୀନ ଅଧିବେଶନ (winter session) ପାଇଁ ସରକାରଙ୍କ ଏଜେଣ୍ଡା ଉପରେ 26ଟି ନୂତନ ବିଲ୍ ମଧ୍ୟରେ cryptocurrency ଏବଂ ଅଫିସିଆଲ୍ ଡିଜିଟାଲ୍ ମୁଦ୍ରା ବିଲ୍-2021 ମଧ୍ୟ ସୂଚୀତ ରହିଛି । କିଛି ଦିନ ପୂର୍ବରୁ cryptocurrency କାରବାର ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିବା ସହ ଏହା ସମ୍ପର୍କିତ ଏକ ଆଇନର ଆବଶ୍ୟକତା ଥିବା ମଧ୍ୟ ଇଙ୍ଗିତ ଦେଇଥିଲେ । ପରେ ଶୀତ ଅଧିବେଶନ(winter session)ରେ ଏହା ସମ୍ପର୍କିତ ବିଲ ଆସିବା ଏକ ପ୍ରକାର ସ୍ପଷ୍ଟ ହୋଇଥିବାବେଳେ କେବଳ କ୍ୟାବିନେଟ ମଞ୍ଜୁରୀକୁ ଅପେକ୍ଷା କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

@ANI

ABOUT THE AUTHOR

...view details