ଓଡିଶା

odisha

ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡ଼ି ୫ ମୃତ

By

Published : Oct 5, 2022, 7:37 PM IST

ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ : ପାଣିରେ ବୁଡ଼ି ୫ମୃତ

ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ (Accident during idol immersion in Nasirabad ) । ଜୟପୁରର ନସିରାବାଦର ନାନ୍ଦଳା ଗାଁରେ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡ଼ିଗଲେ ଶ୍ରଦ୍ଧାଳୁ । ଘଟଣାସ୍ଥଳରେ ୫ମୃତ । ଅଧିକ ପଢ଼ନ୍ତୁ

ଜୟପୁର:ଜୟପୁର ନସିରାବାଦର ନନ୍ଦଳା ଗାଁରେ ଅଘଟଣ । ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ଶ୍ରଦ୍ଧାଳୁ । (5 Drowned in Nasirabad on Vijaydashmi) । ଏହି ଘଟଣାରେ ୫ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଏସପି ଚୁନାରାମ ଜାଟ ସେଠାରେ ପହଞ୍ଚି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ପୂର୍ବତନ ବିଧାୟକ ମହେନ୍ଦ୍ର ସିଂ ଗୁଜେର, ଅତିରିକ୍ତ ପୋଲିସ ଅଧୀକ୍ଷକ ଘନଶ୍ୟାମ ଶର୍ମା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ପରେ ଗ୍ରାମବାସୀଙ୍କ ସହାୟତାରେ ସମସ୍ତ ମୃତଦେହ ପାଣି ଭିତରୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା । ଏ ସମ୍ପର୍କରେ ଉପ-ବିଭାଗୀୟ ଅଧିକାରୀ ରାକେଶ ଗୁପ୍ତା ଏନେଇ ଦୁଃଖ ପ୍ରକାଶ କରିବାସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ କଲେ ଦୁଃଖପ୍ରକାଶ : ଏହି ଘଟଣାକୁ ନେଇ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଶୋକ ଟ୍ୱିଟ୍ କରି ଲେଖିଛନ୍ତି, ''ଅଜମେରର ନସିରବାଦ ଅଞ୍ଚଳର ନନ୍ଦଳା ଗ୍ରାମରେ ପ୍ରତିମା ବୁଡ଼ ପକାଇବା ସମୟରେ ପାଣିରେ ବୁଡ଼ିଯିବା କାରଣରୁ 5 ଜଣଙ୍କ ମୃତ୍ୟୁ ହୋଇଛି (idol immersion in Nandla village) । ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ। ତେଣୁ ମୁଁ ଶୋକସନ୍ତପ୍ତ ପରିବାରକୁ ମୋର ଗଭୀର ସମବେଦନା ଜଣାଉଛି (Five people died due to drowning)।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details