ଓଡିଶା

odisha

ଗିରଫ ହେଲା ସିରିଜ ଠକ, ଠକାମୀରୁ ବାଦ ପଡିନଥିଲେ କ୍ରିକେଟର ଋଷଭ ପନ୍ତ

By

Published : Aug 1, 2023, 10:23 PM IST

ବିଭିନ୍ନ ପରିଚୟ ଦେଇ ଅନ୍ତର୍ଜାତୀୟ କ୍ରିକେଟର ଋଷଭ ପନ୍ତଙ୍କ ସମେତ ଏକାଧିକ ବ୍ୟବସାୟୀଙ୍କୁ ଠକିଥିବା ଅଭିଯୁକ୍ତକୁ ଗିରଫ । ଅଧିକ ପଢନ୍ତୁ

ପୋଲିସ ଅଧିକାରୀ କହି କ୍ରିକେଟର ରିସଭ ପନ୍ତଙ୍କ ଠାରୁ ଠକେଇ, ଅଭିଯୁକ୍ତ ଗିରଫ
ପୋଲିସ ଅଧିକାରୀ କହି କ୍ରିକେଟର ରିସଭ ପନ୍ତଙ୍କ ଠାରୁ ଠକେଇ, ଅଭିଯୁକ୍ତ ଗିରଫ

ଚଣ୍ଡିଗଡ଼: ବିଭିନ୍ନ ପରିଚୟ ଦେଇ ଅନ୍ତର୍ଜାତୀୟ କ୍ରିକେଟର ଋଷଭ ପନ୍ତଙ୍କ ସମେତ ଏକାଧିକ ବ୍ୟବସାୟୀଙ୍କୁ ଠକିଥିବା ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଅଭିଯୁକ୍ତର ନାମ ମ୍ରିଆଙ୍କ ସିଂ ଓ ସେ ନିଜକୁ ଆଲୋକ କୁମାର ନାମରେ ନାମିତ କରିବା ସହ ଚଣ୍ଡିଗଡ ଏଡିଜିପି ଭାବେ ପରିଚୟ ଦେଉଥିଲା । ଭିନ୍ନ ଭିନ୍ନ ପରିଚୟରେ କ୍ରିକେଟର ପନ୍ତଙ୍କ ସମେତ ଅନ୍ୟ କିଛି ବ୍ୟବସାୟୀଙ୍କୁ ଠକିଥିବା ଏହି ଅଭିଯୁକ୍ତକୁ ମୋହାଲି ପୋଲିସ ଗିରଫ କରିଛି । ଅଭିଯୁକ୍ତଜଣକ ନିଜକୁ ADGP ପ୍ୟାହାର ପୋଲିସ ଅଧିକାରୀ କହି ଜଲନ୍ଧରର ଜଣେ ଟ୍ରାଭେଲ ଏଜେଣ୍ଟଙ୍କଠାରୁ 5.76 ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ତାର ଅନ୍ୟଜଣେ ସହଯୋଗୀ ରାଘବ ଗୋୟଲକୁ ମଧ୍ୟ ପୋଲିସ ଗିରଫ କରିଛି । ଫରିଦାବାଦର ସେକ୍ଟର-17 ବାସିନ୍ଦା ରାଘବ ଗୋୟଲ ମଧ୍ୟ ଏହି ଠକେଇରେ ଅଭିଯୁକ୍ତକୁ ସହଯୋଗ କରି ଆସୁଥିବା ପୋଲିସ ଜାଣିବାକୁ ପାଇଛି । ଉଭୟ ଅଭିଯୁକ୍ତଙ୍କୁ ଏବେ ମୋହାଲି ପୋଲିସ ଦୁଇ ଦିନିଆ ରିମାଣ୍ଡରେ ନେଇଛି ।

କିପରି ଠକିଲେ ଷ୍ଟାର କ୍ରିକେଟର ପନ୍ତ :-

ପୋଲିସର କହିବା ଅନୁଯାୟୀ ଅଭିଯୁକ୍ତ କେବଳ କ୍ରିକେଟ୍ ମାଧ୍ୟମରେ ହିଁ ଅନ୍ତର୍ଜାତୀୟ ଷ୍ଟାର କ୍ରିକେଟର ଋଷଭ ପନ୍ତଙ୍କୁ ଜାଣିଥିଲା । ଉଭୟ ଜୋନାଲ କ୍ରିକେଟ୍ ଏକାଡେମୀ କ୍ୟାମ୍ପରେ ପରସ୍ପରକୁ ଭେଟିଥିଲେ । ଅଭିଯୁକ୍ତ ପନ୍ତଙ୍କୁ ଜଣେ ବ୍ଯବସାୟୀ ଭାବେ ପରିଚୟ ଦେଇଥିଲା । 2021 ମସିହାରେ, ଅଭିଯୁକ୍ତ ପନ୍ତଙ୍କୁ ସୁଲଭ ମୂଲ୍ୟରେ ମହଙ୍ଗା ଘଣ୍ଟା ଏବଂ ମୋବାଇଲ୍ ଦେବାକୁ କହିଥିଲା । ଏଥିପାଇଁ ସେ ପନ୍ତଙ୍କଠାରୁ ପ୍ରଚୁର ପରିମାଣର ଟଙ୍କା ମଧ୍ୟ ନେଇଥିଲେ । ପରେ ସେ ସେପରି କିଛି ବ୍ୟବସାୟ କରୁନଥିବା ଜଣାପଡିବା ପରେ ପନ୍ତ ଠକାମୀର ଶିକାର ହୋଇଥିବା ଜଣାପଡିଥିଲା ।

ସେହିଭଳି ଅଭିଯୁକ୍ତ ଜଣଙ୍କ ଗୋଟଏ ପରି ଗୋଟିଏ ସିରିଜ ଠକେଇ ଜାରି ରଖିଥିଲା । ମୁମ୍ବାଇର ଜଣେ ବ୍ୟବସାୟୀଙ୍କୁ ମଧ୍ୟ ପ୍ରତାରଣା କରିବାରେ ସଫଳ ହୋଇଥିଲା ଅଭିଯୁକ୍ତ । ବ୍ୟବସାୟୀଙ୍କ ସହ ସୋସିଆଲ ମିଡିଆରେ ଯୋଗାଯୋଗ କରିଥିଲା ଅଭିଯୁକ୍ତ । ପରେ କୌଣସି ଏକ ମାମଲାରେ ପ୍ରାୟ 6 ଲକ୍ଷ ଟଙ୍କା ଠକିବା ପରେ ଅଭିଯୁକ୍ତ ଫୋନ ଉଠାଇବା ବନ୍ଦ କରି ଦେଇଥିଲା । ତେବେ ମୋହାଲି ପୋଲିସ ଏହି ଅଭିଯୋଗକାରୀ ବ୍ୟବସାୟୀଙ୍କ ନାମ ପ୍ରକାଶ କରିନାହିଁ ।

ଏହା ମଧ୍ୟ ପଢନ୍ତୁ :- ଦେବାଳିଆ କଲା ଚାଇନା ଆପ୍: 712 କୋଟିର ସାଇବର ଠକେଇ, 9 ଗିରଫ

ଏହା ସହିତ ଜଲନ୍ଧରର ଜଣେ ବ୍ୟକ୍ତି ମଧ୍ୟ ଏହି ଅଭିଯୁକ୍ତ ଦ୍ବାରା ସମାନ ଢଙ୍ଗରେ ଠକାମୀର ଶିକାର ହୋଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଏହି ଅଭିଯୁ୍କ୍ତ ବିଭିନ୍ନ ପରିଚୟ ଦେଇ ଜଣାଶୁଣା ବ୍ୟବସାୟୀ, କ୍ରିକେଟର ଏବଂ ଟ୍ରାଭେଲ ଏଜେଣ୍ଟମାନଙ୍କୁ ତାର ଠକାମୀର ଶିକାର କରିଛି । ଏବେ ଏହି ମୁଖ୍ୟ ଅଭିଯୁକ୍ତ ଓ ତାର ସହଯୋଗୀ ଗିରଫ ହେବା ପରେ ଏମାନଙ୍କ ଚେର କେତେ ଯାଏଁ ଲମ୍ବିଛି, ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details