ETV Bharat / bharat

ଦେବାଳିଆ କଲା ଚାଇନା ଆପ୍: 712 କୋଟିର ସାଇବର ଠକେଇ, 9 ଗିରଫ

author img

By

Published : Jul 23, 2023, 7:32 AM IST

712 କୋଟି ଟଙ୍କାର ଠକେଇ କରିଥିବା ଏକ ଗ୍ୟାଙ୍ଗକୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ । ଏହି ଗ୍ୟାଙ୍ଗ ପାଖାପାଖି 712କୋଟି ଟଙ୍କାର ଠକେଇ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ

712କୋଟିର ସାଇବର ଠକେଇ
712କୋଟିର ସାଇବର ଠକେଇ

ହାଇଦ୍ରାବାଦ: ପୋଲିସ ପଞ୍ଝାରେ ସାଇବର ଲୁଟେରା ଗ୍ୟାଙ୍ଗ । ଦୀର୍ଘ ଦିନ ଧରି ଲୁଟ୍ କରି ଆସୁଥିବା ଏକ ବଡ ଧରଣର ରାକେଟର ପର୍ଦ୍ଦାଫାସ ହୋଇଛି । 712 କୋଟି ଟଙ୍କାର ଠକେଇ କରିଥିବା ଏହି ଗ୍ୟାଙ୍ଗକୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ । ତେବେ ଏହି ଗ୍ୟାଙ୍ଗର ବିଦେଶ ଲିଙ୍କ ଥିବାବେଳେ ଆତଙ୍କୀ ଲିଙ୍କ ଥିବା ମଧ୍ୟ ସନ୍ଦେହ କରାଯାଉଛି । ଏଥିରେ ସାମିଲ ଥିବା 9ଜଣ ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ସାଇବର ଥାନା ପୋଲିସ ଗିରଫ କରିଥିବା ଜଣାପଡିଛି । ମୁମ୍ବାଇ, ଲକ୍ଷ୍ନୌ, ଗୁଜୁରାଟ ଏବଂ ହାଇଦ୍ରାବାଦ ଆଦି ସ୍ଥାନରେ ଏହି ଗ୍ୟାଙ୍ଗ ସକ୍ରିୟ ରହିଥିବା ପୋଲିସ ସୂତ୍ରରୁ ଜଣାପଡିଛି । ସେମାନଙ୍କ ଠାରୁ 17ଟି ମୋବାଇଲ, 2ଟି ଲାପଟପ୍ ଜବତ କରାଯାଇଛି । ଏହାସହ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଡେବିଟ୍ କାର୍ଡ ଆଦି ଜବତ କରିଛି ପୋଲିସ ।

ଏହି ସାଇବର ଅପରାଧ ରାକେଟର ଚେର ହାଇଦ୍ରାବାଦ, ଗୁଜୁରାଟ ଓ ଲକ୍ଷ୍ନୌରୁ ଆରମ୍ଭ କରି ଚୀନ ଓ ଦୁବାଇ ପର୍ଯ୍ୟନ୍ତ ଲମ୍ବିଥିଲା । ସୂଚନା ଅନୁସାରେ, ସେମାନେ ଗ୍ରାହକଙ୍କୁ ପ୍ରଥମେ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଫସାଉଥିଲେ ଓ ପରେ ଲୁଟ୍ କରୁଥିଲେ । ଏହିପରି ଭାବେ ବର୍ତ୍ତମାନ ସୁଦ୍ଧା ଏହି ଗ୍ୟାଙ୍ଗ ପାଖାପାଖି 712କୋଟି ଟଙ୍କାର ଠକେଇ କରିଥିବା ଜଣାପଡିଛି । ଏହି ଗ୍ୟାଙ୍ଗର ପାଖାପାଖି 61ଟି ବ୍ୟାଙ୍କ ଆକାଉଣ୍ଟ ଥିବା ପୋଲିସ ଜାଣିବାକୁ ପାଇଛି ।

ଜଣେ ସଫ୍ଟୱେର କର୍ମଚାରୀ ଏନେଇ ଅଭିଯୋଗ ଆଣିଥିଲେ । ତାଙ୍କ ଠାରୁ ପ୍ରାୟ 82ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ଶୁକ୍ରବାର ସେ ଅଭିଯୋଗ କରିଥିଲେ । ସେହିପରି ଚିକଡପଲ୍ଲୀ ଅଞ୍ଚଳର ଅନ୍ୟ ଜଣେ ବ୍ୟକ୍ତିଙ୍କଠାରୁ 17ଲକ୍ଷ ଟଙ୍କା ଠକେଇ ହୋଇଥିବା ପୋଲିସ ଜାଣିବାକୁ ପାଇଛି । ଅଭିଯୋଗ ଅନୁସାରେ, ରାଧିକା ମାର୍କେଟିଂ ନାମକ ଏକ ସଂସ୍ଥା ପ୍ରଥମେ ସାଧାରଣ ଲୋକଙ୍କୁ ନିଜ ଜାଲରେ ଫସାଇ ସେମାନଙ୍କ ନାଁରେ ଚାଇନିସ୍ ଇନଭେଷ୍ଟମେଣ୍ଟ ଆପରେ ଆକାଉଣ୍ଟ ଖୋଲିଥିଲେ । ଏହାସହ ପ୍ରତ୍ୟେକ ଆକାଉଣ୍ଟକୁ 2ଲକ୍ଷ ଲେଖାଏଁ ଦେବାର ପ୍ରଲୋଭନ ଦେଖାଇଥିଲେ ।


ଏହା ବି ପଢନ୍ତୁ...କାଳ ହେଲା କ୍ରିପ୍ଟୋ କରେନ୍ସି ଲୋଭ, ଇଞ୍ଜିନିୟରଙ୍କଠାରୁ ଲୁଟିନେଲେ ୪୫ ଲକ୍ଷ ଟଙ୍କା

ପୋଲିସ କମିଶନର କହିଛନ୍ତି," ଅଭିଯୁକ୍ତମାନେ ଠକେଇ କରିବା ପରେ ସମସ୍ତ ଅର୍ଥରାଶିକୁ କ୍ରିପ୍ଟୋ କରେନ୍ସିରେ ରୂପାନ୍ତର କରୁଥିଲେ। ଏନେଇ ସେମାନେ କ୍ରିପ୍ଟୋ ୱାଲେଟ ଜରିଆରେ ଏହି ମୁଦ୍ରା ଚୀନକୁ ପଠାଉଥିବା ଜଣାପଡିଛି । ଏହାସହ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହୃତ ' ହେଜ୍ ବୋଲା' ଆପ୍ ମଧ୍ୟ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ଜାଣିବାକୁ ମିଳିଛି ।" ତେବେ ସେମାନେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିଲେ ନା ନାହିଁ ସେନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଏହାସହ ସମସ୍ତ ନାଗରିକଙ୍କୁ ଏଭଳି ଠକେଇର ଶିକାର ନହେବା ପାଇଁ ସଚେତନ ରହିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.