ଓଡିଶା

odisha

Diwali Bonus in Assam: ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି, ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

By

Published : Oct 23, 2022, 4:49 PM IST

Updated : Oct 23, 2022, 6:57 PM IST

ଆସାମରେ ୪ ପ୍ରତିଶତ ବଢିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (Diwali Bonus in Assam) । ଟ୍ବିଟ୍‌ କରି ଦିପାବଳୀ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଜୁଲାଇ ପହିଲାରୁ ପିଛିଲା ଭାବେ ହେବ ଲାଗୁ । ଅଧିକ ପଢନ୍ତୁ

Diwali Bonus in Assam: ସରକାରୀ କର୍ମଚାରୀଙ୍କୁ ଦିପାବଳୀ ଭେଟି, ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା
Diwali Bonus in Assam: ସରକାରୀ କର୍ମଚାରୀଙ୍କୁ ଦିପାବଳୀ ଭେଟି, ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ଗୌହାଟୀ: ଦୀପାବଳିରେ ସରକାରୀ କର୍ମଚାରୀଙ୍କୁ ବଡ ଉପହାର ଦେଇଛନ୍ତି ଆସାମ ସରକାର । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ ୪ ପ୍ରତିଶତ ବୃଦ୍ଧି କରିଛନ୍ତି ଆସାମ ସରକାର (Assam hikes DA for government employees) । ଆଜି (ରବିବାର) ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ପୂର୍ବରୁ ଆସାମର ସରକାରୀ କର୍ମଚାରୀମାନେ ୩୪ ପ୍ରତିଶତ ମହଙ୍ଗା ଭତ୍ତା ପାଉଥିବା ବେଳେ ଚଳିତଥର ଏହି ରାଶି 38 ପ୍ରତିଶତକୁ ବୃଦ୍ଧି ପାଇବ । ଏହି ବର୍ଦ୍ଧିତ ରାଶି ଚଳିତବର୍ଷ ଜୁଲାଇରୁ ପିଛିଲା ଭାବେ କାର୍ଯ୍ୟକରୀ ହେବା ନେଇ ସରକାର ସ୍ପଷ୍ଟ କରିଛନ୍ତି ।

ଏହି ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଟ୍ୱିଟରେ କହିଛନ୍ତି, "ଦୀପାବଳୀ ଅବସରରେ ସେ ଏହି ଘୋଷଣା କରି ବେଶ ଖୁସି । ଏହି ନିଷ୍ପତ୍ତି କର୍ମଚାରୀଙ୍କ ପାଇଁ ଦୀପାବଳି ଭେଟି । ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ସମେତ ଆସାମରେ କାର୍ଯ୍ୟରତ ସର୍ବଭାରତୀୟ ଅଧିକାରୀମାନେ ମଧ୍ୟ ଏହି ନିଷ୍ପତ୍ତିର ସୁଫଳ ପାଇବେ । ଏହି ନିଷ୍ପତି ଜୁଲାଇ ପହିଲାରୁ ପିଚ୍ଛିଲା ଭାବେ ଲାଗୁ ହେବାକୁ ଯାଉଛି ।’’

ସେପ୍ଟେମ୍ବରରେ କେନ୍ଦ୍ର କ୍ୟାବିନେଟ୍ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଥିଲେ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଥିଲେ । ତେବେ ଚଳିତ ଥରର ବୃଦ୍ଧି ହେଉଛି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଦ୍ବିତୀୟ ବୃଦ୍ଧି । ମାର୍ଚ୍ଚ 2022ରେ, କେନ୍ଦ୍ର ସରକାର ମହଙ୍ଗା ଭତ୍ତା (DA) ରେ ୩ ପ୍ରତିଶତ ବୃଦ୍ଧି ଘୋଷଣା କରିଥିଲେ । ଏହି ବୃଦ୍ଧି ନିଷ୍ପତ୍ତି ଚଳିତ ବର୍ଷ ଜାନୁଆରୀ ପହିଲାରୁ କାର୍ଯ୍ୟକାରୀ ହୋଇଥିଲା। ଏହା ପୂର୍ବରୁ ହରିୟାଣା ସରକାର ମଧ୍ୟ କର୍ମଚାରୀମାନଙ୍କୁ ଦୀପାବଳି ବୋନସ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 23, 2022, 6:57 PM IST

ABOUT THE AUTHOR

...view details