ଓଡିଶା

odisha

ବିଷାକ୍ତ ହେଉଛି ଦିଲ୍ଲୀର ପବନ, ଗୁରୁତର ହେଉଛି ସ୍ବାସ୍ଥ୍ୟ ସମସ୍ୟା

By ETV Bharat Odisha Team

Published : Nov 18, 2023, 9:22 PM IST

Delhi air pollution can lead to depression, anxiety and respiratory problems: ଦିଲ୍ଲୀରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ସତ୍ତ୍ବେ ଖସୁଛି ରାଜଧାନୀ ଦିଲ୍ଲୀରେ ବାୟୁର ମାନ । ଦିଲ୍ଲୀ ଏବଂ ଏହାର ଆଖ ପାଖ ଅଂଚଳରେ ଚାଷୀ ମାନଙ୍କ ନଡା ଜାଳିବା ଏହି ବାୟୁ ପ୍ରଦୂଷଣ ମୁଖ୍ୟ କାରଣ ପାଲଟିଛି । ଅଧିକ ପଢନ୍ତୁ ।

ବିଷାକ୍ତ ହେଉଛି ଦିଲ୍ଲୀର ପବନ, ଗୁରୁତର ହେଉଛି ସ୍ବାସ୍ଥ୍ୟ ସମସ୍ୟା
ବିଷାକ୍ତ ହେଉଛି ଦିଲ୍ଲୀର ପବନ, ଗୁରୁତର ହେଉଛି ସ୍ବାସ୍ଥ୍ୟ ସମସ୍ୟା

ନୂଆଦିଲ୍ଲୀ: ଖସୁଛି ରାଜଧାନୀ ଦିଲ୍ଲୀରେ ବାୟୁର ମାନ, ବିଷାକ୍ତ ହେଉଛି ଦିଲ୍ଲୀର ପବନ । ଦିଲ୍ଲୀରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ସତ୍ତ୍ବେ ମହାନଗରୀ ଦିଲ୍ଲୀରେ ବାୟୁର ଗୁଣବତ୍ତା ସ୍ତର ବିପଦ ଜନକ ରହିଛି । ଏଥିପାଇଁ ଦିଲ୍ଲୀ ସରକାର ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବା ସହ ଡିଜେଲ ଚାଳିତ ଯାନବାହନ ଚଳାଚଳ ଉପରେ କଟକଣା ଲଗାଇଥିଲେ । ଅନ୍ୟ ପକ୍ଷରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ଦିଲ୍ଲୀ-ଏନସିଆର୍ ଅଞ୍ଚଳରେ ଏୟାର କ୍ବାଲିଟି ଇଣ୍ଡେକ୍ସ (AQI) ବା ବାୟୁ ଗୁଣବତ୍ତା ମାନକକୁ ସୁଧାରିବାକୁ କଠୋର ନିଷ୍ପତ୍ତି ନେବାକୁ ଚେତାଇଛନ୍ତି ।

ଦୀପାବଳି ପର ବର୍ଦ୍ଧିତ ବାୟୁ ପ୍ରଦୂଷଣ ପରେ ଆଜି ଦିଲ୍ଲୀରେ ବାୟୁର ଗୁଣବତ୍ତାରେ ସୁଧାର ଆସିଥିଲା ତଥାପି ଏୟାର କ୍ବାଲିଟି ଇଣ୍ଡେକ୍ସ ଅତି ଖରାପ ସ୍ତରକୁ ଖସି ଆସିଛି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମସ୍ତ ଦାବି ଏବଂ ପ୍ରତିଶୃତି ସତ୍ତ୍ବେ ଦିଲ୍ଲୀର ପବନ ବିଷାକ୍ତ ସ୍ତରରେ ରହିଛି । ଦିଲ୍ଲୀ ଏବଂ ଏହାର ଆଖ ପାଖ ଅଞ୍ଚଳରେ ଚାଷୀ ମାନଙ୍କ ନଡା ଜାଳିବା ଏହି ବାୟୁ ପ୍ରଦୂଷଣ ମୁଖ୍ୟ କାରଣ ପାଲଟିଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ମୁତାବକ ଏହି ପ୍ରଦୂଷଣ କେବଳ ଆସ୍ଥମା କିମ୍ବା ଶ୍ବାସରୋଗକୁ ଜନ୍ମ ଦେବା ସହ ଲୋକ ମାନଙ୍କ ମାନସିକ ସ୍ବାସ୍ଥ୍ୟକୁ ମଧ୍ୟ କ୍ଷତି କରିଥାଏ ।

ଏହା ମଧ୍ୟ ପଢନ୍ତୁ ....Delhi air quality: 8 ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀରେ ବାୟୁର ମାନ, ଗୁଣବତ୍ତା ଉନ୍ନତ

ବାୟୁ ପ୍ରଦୂଷଣର ସବୁଠାରୁ ଅଧିକ କୁପ୍ରଭାବ ଆସ୍ଥମା, ଷ୍ଟ୍ରୋକ୍ , ହୃଦରୋଗ ଭଳି ଦୁରାରୋଗ୍ୟଗ୍ରସ୍ତଙ୍କ ଉପରେ ପଡିଥାଏ । ନିକଟ ଏକ ଷ୍ଟଡିରୁ ଜଣା ପଡିଛି ଯେ ବାୟୁ ପ୍ରଦୂଷଣର ପାର୍ଟିକୁଲେଟ ମ୍ୟାଟର 2.5 ହେବା ଦ୍ବାରା ସାଧାରଣତଃ ହୃଦ-ଶ୍ବାସ ରୋଗ ହୋଇଥାଏ । ଏହା ସହ ବାୟୁ ପ୍ରଦୂଷଣ ବିଭିନ୍ନ ମାନସିକ ଅସୁସ୍ଥତା ଯେମିତିକି ଅବସାଦ, ଆଙ୍ଗଜାଇଟି(ଅନିୟନ୍ତ୍ରିତ ଉତ୍କଣ୍ଠା ) ଏପରିକି ଡାଇବେଟିସକୁ ନିମନ୍ତ୍ରଣ କରିଥାଏ । ସେହିପରି ଶିଶୁ ଏବଂ ନବ ଜାତକଙ୍କ ଉପରେ ମଧ୍ୟ ଏହାର କୁପ୍ରଭାବ ପଡୁଛି । ଭାରତରେ ଯେଉଁ ଗର୍ଭବତୀ ମହିଳା ପିଏମ୍ 2.5 ପ୍ରଦୂଷଣର ସମ୍ମୁଖୀନ ହେଉଛନ୍ତି ସେମାନେ ପ୍ରିମାଚ୍ୟୁଅର ଶିଶୁଙ୍କୁ ଜନ୍ମ ଦେଉଛନ୍ତି ।

ସେହିପରି ବିଦେଶରେ ଯେଉଁ ଗର୍ଭବତୀ ମହିଳା ପିଏମ୍ 2.5 ପ୍ରଦୂଷଣର ସମ୍ମୁଖୀନ ହେଉଛନ୍ତି ସେମାନେ ସ୍ନାୟୁଗତ ବିକୃତିର ଶିକାର ହେଉଛନ୍ତି ବୋଲି ନୂଆଦିଲ୍ଲୀ ଏମ୍ସର ସେଣ୍ଟର ଫର କମ୍ୟୁନିଟି ମେଡିସିନର ଆଡିସନାଲ ପ୍ରଫେସର ଡ. ହର୍ଷଲ ସାଲଭେ ଚିନ୍ତା ପ୍ରକଟ କରିଛନ୍ତି। ଦିଲ୍ଲୀ ସରକାର ଏକ ଛ ଜଣିଆ ସ୍ବତନ୍ତ୍ର ଟାସ୍କ ଫୋର୍ସ ବାୟୁ ପ୍ରଦୂଷଣ ଉପରେ ରୋକ ଲଗାଇବା ଉପରେ ବିଭିନ୍ନ କାର୍ଯ୍ୟ କରୁଛନ୍ତି । ଏହା ମଧ୍ୟରେ ଆଇଆଇଟି କାନପୁରର ବୈଜ୍ଞାନିକ ମାନେ ଦିଲ୍ଲୀରେ କୃତ୍ରିମ ବର୍ଷା କରାଇବାର ଯୋଜନା କରିଛନ୍ତି, ଯାହା ଦ୍ବାରା ରାଜଧାନୀରେ ବିଷାକ୍ତ ସ୍ମଗ୍କୁ କମା ଯାଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details