ETV Bharat / bharat

Delhi air quality: 8 ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀରେ ବାୟୁର ମାନ, ଗୁଣବତ୍ତା ଉନ୍ନତ

author img

By ETV Bharat Odisha Team

Published : Nov 12, 2023, 9:54 PM IST

Delhi air quality: 8 ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀର ବାୟୁର ମାନ । ଗତ 8 ବର୍ଷ ମଧ୍ୟରେ ଚଳିତ ବର୍ଷ ଦିଲ୍ଲୀରେ ବାୟୁର ଗୁଣବତ୍ତା ଉନ୍ନତ ଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Delhi air quality
Delhi air quality

8 ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀରେ ବାୟୁର ମାନ

ନୂଆଦିଲ୍ଲୀ: 8 ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀରେ ବାୟୁର ମାନ । ଚଳିତ ବର୍ଷ ଦୀପାବଳିରେ ଦିଲ୍ଲୀରେ ବାୟୁର ମାନ ପୂର୍ବ 8 ବର୍ଷ ଅପେକ୍ଷା ବେଶ ଭଲ ସ୍ଥିତିରେ ଥିବା ଦେଖିବାକୁ ମିଳିଛି । ତେବେ ରବିବାର ଅପରାହ୍ନ 4ଟା ସୁଦ୍ଧା ଦିଲ୍ଲୀର ଏୟାର କ୍ବାଲିଟି ଇନଡେକ୍ସ ଅର୍ଥାତ ବାୟୁ ଗୁଣବତ୍ତା ସୂଚକାଙ୍କ 218 ରହିଛି । ଶୀତ ଦିନ ଆରମ୍ଭରୁ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତାରେ ଥିବା ଦିଲ୍ଲୀକୁ ଏବେ ଆଶ୍ୱସ୍ତି ମିଳିଛି । ବର୍ଷା ହେବା ଯୋଗୁ ଜାତୀୟ ରାଜଧାନୀରେ ବାୟୁର ମାନରେ ସୁଧାର ଆସିଥିବା ଦେଖିବାକୁ ମିଳିଛି ।

ତେବେ ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ତଥ୍ୟ ଅନୁଯାୟୀ, ଗତ ବର୍ଷ ଦୀପାବଳିରେ ଦିଲ୍ଲୀର ବାୟୁର ମାନ 312 ଥିବା ବେଳେ 2021ରେ 382, 2020ରେ 414, 2019ରେ 337, 2018ରେ 281, 2017ରେ 319 ଓ 2016ରେ ବାୟୁର ମାନ 431 ରହିଥିଲା । ତେବେ ଏକ୍ୟୁଆଇ ଯଦି 0 ରୁ 50 ମଧ୍ୟରେ ରହେ ତେବେ ଏହାକୁ ଭଲ(good), 51ରୁ 100 ମଧ୍ୟରେ ରହିଲେ ସନ୍ତୋଷଜନକ(satisfactory), 101ରୁ 200 ମଧ୍ୟରେ ରହିଲେ ମଧ୍ୟମ ଧରଣ( moderate), 201ରୁ 300 ମଧ୍ୟରେ ନିମ୍ନ ସ୍ତର(poor), 301ରୁ 400 ମଧ୍ୟରେ ରହିଲେ ଅତି ନିମ୍ନସ୍ତର (very poor) 401ରୁ 450 ମଧ୍ୟରେ ରହିଲେ ଗମ୍ଭୀର (severe) ଏବଂ 450 ଉପରେ ରହିଲେ ଅତି ଗମ୍ଭୀର( severe plus) ଶ୍ରେଣୀରେ ଅନ୍ତର୍ଭୂକ୍ତ ହୋଇଥାଏ । ଏହି ଡାଟା ଅନୁଯାୟୀ କିଛି ଦିନ ହେଲା ଦିଲ୍ଲୀ ବାୟୁର ସ୍ଥିତି ଅତି ଗମ୍ଭୀର ଅବସ୍ଥାରେ ଥିବା ବେଳେ ଏବେ ସେଥିରେ ସୁଧାର ଆସିଥିବା ଦେଖିବାକୁ ମିଳିଛି ।

ଏହାମଧ୍ୟ ପଢନ୍ତୁ..Diwali 2023: ଫୁଟିଲା ନାହିଁ ବାଣ, ଆଲୋକମାଳରେ ସଜେଇ ହୋଇଛି ରାଜଧାନୀ

ତେବେ ଦିପାବଳୀର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀରେ ବାୟୁର ମାନରେ ସୁଧାର ଦେଖିବାକୁ ମିଳିଥିଲା । ଶନିବାର ଦିନ ଦିିଲ୍ଲୀରେ ବାୟୁର ମାନ 220ରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା । ଆଜି ମଧ୍ୟ ଦିଲ୍ଲୀରେ ବାୟୁ ଗୁଣବତ୍ତା ଭଲ ରହିଛି । ତେବେ 8 ବର୍ଷ ମଧ୍ୟରେ ଦିଲ୍ଲୀରେ ପ୍ରଥମ ଥର ପାଇଁ ବାୟୁର ମାନ ନିମ୍ନ ସ୍ତର ମଧ୍ୟରେ ରହିଛି । ତେବେ ଶୁକ୍ରବାର ଦିନ ଦିଲ୍ଲୀରେ ବର୍ଷା ହୋଇଥିବାରୁ ଏହି ସୁଧାର ଦେଖିବାକୁ ମିଳିଛି ।

ଏହାମଧ୍ୟ ପଢନ୍ତୁ..Delhi pollution: ଦିଲ୍ଲୀକୁ ପ୍ରକୃତିରାଣୀର ଆର୍ଶୀବାଦ, ବର୍ଷା ପାଇଁ ପ୍ରଦୂଷଣରୁ ସାମାନ୍ୟ ଆଶ୍ବସ୍ତି

ଏହାପୂର୍ବରୁ ଦିଲ୍ଲୀର ଏନସିଆର ସମେତ ଅନ୍ୟାନ୍ୟ ସ୍ଥାନ ଗୁଡିକରେ ବାୟୁ ଅତିମାତ୍ରାରେ ପ୍ରଦୂଷିତ ହୋଇଯାଇଥିଲା । ବାୟୁ ପ୍ରଦୂଷଣ ପାଇଁ ଅସ୍ତବ୍ୟସ୍ତ ଥିଲା ଜୀବନ । ଘରୁ ବାହାରିବାକୁ ମୁସ୍କିଲ ହୋଇ ପଡ଼ିଥିଲା । ନିଶ୍ବାସପ୍ରଶ୍ବାସ ସହ ଚର୍ମ, ଆଖିରେ ଯନ୍ତ୍ରଣା ଅନୁଭବ କରୁଥିଲେ ରାଜଧାନୀ ବାସୀ ।ଏହି ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ବର୍ଷା ଏକାମାତ୍ର ଭରସା ଥିବାବେଳେ କୃତ୍ରିମ ବର୍ଷା କରାଯିବା ନେଇ ସରକାର ଯୋଜନା କରୁଥିଲେ । ହେଲେ ଶୁକ୍ରବାର ଦିନ ଦିଲ୍ଲୀର ଅନେକ ସ୍ଥାନରେ ଅଚାନକ ବର୍ଷା ହୋଇଥିଲା । ଯାହା ପରେ ବାୟୁରେ ପ୍ରଦୂଷଣର ମାତ୍ରା ହ୍ରାସ ପାଇଥିଲା । ସାମାନ୍ୟ ବର୍ଷା ହେବା ପରେ ଭାସମାନ ପ୍ରଦୂଷଣ ମାନ କଣିକା ତଳକୁ ଖସି ଯାଇଥିଲା । ଫଳରେ ବାୟୁ ପ୍ରଦୂଷଣରୁ ସାମାନ୍ୟ ଆଶ୍ବସ୍ତି ଲାଭ କରିଛନ୍ତି ଦିଲ୍ଲୀବାସୀ ।

ଅନ୍ୟପଟେ ଦୀପାବଳିରେ ବାଣଫୁଟାକୁ କଡାକଡି ଭାବେ ବନ୍ଦ କରାଯାଇଥିବା ବେଳେ ଲୋକମାନେ ମଧ୍ୟ ବେଶ ସଚେତନ ଥିବା ଦେଖିବାକୁ ମିଳିଛି । ବିଭିନ୍ନ ଆଲୋକରେ ଦିଲ୍ଲୀ ସଜେଇ ହୋଇଥିବା ବେଳେ କେଉଁଠି ବି ବାଣ ଫୁଟିବାର ଶବ୍ଦ ଶୁଣାଯାଉନଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.