ଓଡିଶା

odisha

ଟମାଟୋ ବିକ୍ରି ପାଇଁ ବାଉନସର ମୁତୟନ କରିଥିଲେ, 2ଜଣଙ୍କୁ ବାନ୍ଧିଲା ପୋଲିସ

By

Published : Jul 11, 2023, 9:48 PM IST

ବାରାଣାସୀରେ ବାଉନସର ମୁତୟନ କରି ବିକ୍ରି କରିଥିଲେ ପରିବା । 2 ଜଣଙ୍କୁ ବାନ୍ଧିଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ସପା ନେତା ଫେରାର । ଯୋଗୀଙ୍କୁ ଟାର୍ଗେଟ କଲେ ଅଖିଳେଶ । ଅଧିକ ପଢନ୍ତୁ

ଟମାଟୋ ବିକ୍ରି ବେଳେ ବାଉନସର ମୁତୟନ ଘଟଣା: 2 ଜଣଙ୍କୁ ବାନ୍ଧିଲା ପୋଲିସ
ଟମାଟୋ ବିକ୍ରି ବେଳେ ବାଉନସର ମୁତୟନ ଘଟଣା: 2 ଜଣଙ୍କୁ ବାନ୍ଧିଲା ପୋଲିସ

ଟମାଟୋ ବିକ୍ରି ବେଳେ ବାଉନସର ମୁତୟନ ଘଟଣା: 2 ଜଣଙ୍କୁ ବାନ୍ଧିଲା ପୋଲିସ

ଲକ୍ଷ୍ନୌ:ବାରାଣାସୀରେ ବାଉନସର ମୁତୟନ କରି ପରିବା ବିକ୍ରି କରି ଚର୍ଚ୍ଚାକୁ ଆସିଥିଲେ ବ୍ୟବସାୟୀ । ସୋସିଆଲ ମିଡିଆରୁ ମୁଖ୍ୟସ୍ରୋତ ଗଣମାଧ୍ୟମ ପର୍ଯ୍ୟନ୍ତ ସବୁଠି ଏହି ଖବର ଚର୍ଚ୍ଚାରେ ଥିଲା । ଦୋକାନ ସମ୍ମୁଖରେ ଦୁଇଜଣ ବାଉନସରଙ୍କୁ ଛିଡା କରାଇ ପରିବା ବିକ୍ରି କରିଥିଲେ ସମ୍ପୃକ୍ତ ବ୍ୟବସାୟୀ । ହେଲେ ସାମାଜବାଦୀ ପାର୍ଟିର ଜଣେ ସ୍ଥାନୀୟ ନେତାଙ୍କ ପ୍ରରୋଚନାରେ ଏପରି କରାଯାଇଥିବା ଜଣାପଡିବା ପରେ ପୋଲିସ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସମ୍ପୃକ୍ତ ସ୍ଥାନୀୟ ରାଜନେତାଜଣଙ୍କ ଏବେ ଫେରାର ରହିଛନ୍ତି । ତାଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଥିବା ପୋଲିସ କହିଛି । ସେ ବାଉନସର ଛିଡା କରାଇ ପରିବା ବିକ୍ରି କରାଇବା ସହ ବିଜେପି ସରକାରର 9 ବର୍ଷ ଶାସନରେ ଦରଦାମ ବୃଦ୍ଧି ନେଇ କଟାକ୍ଷମୂଳକ ପୋଷ୍ଟର ଓ ପ୍ଲାକକାର୍ଡ ମଧ୍ୟ ଲଗାଇଥିଲେ ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବାରାଣାସୀର ସ୍ଥାନୀୟ ବଜାରରେ ରାଜନାରାୟଣ ନାମକ ଜଣେ ବ୍ୟବସାୟୀ ଏବଂ ତାଙ୍କ ପୁଅ ବିକାଶ ପରିବା ଦୋକାନ କରିଛନ୍ତି । ଉକ୍ତ ଦିନ ସ୍ଥାନୀୟ ଜଣେ ସାମାଜବାଦୀ ପାର୍ଟିର ନେତା ଅଜୟ ଯାଦବ ଏହି ଦୋକାନରେ ଦୁଇଜଣ ବାଉନସର ନିୟୋଜିତ କରିଥିଲେ । ଏହା ପରେ ଅଜୟ ନିଜେ ଉପସ୍ଥିତ ରହି ଟମାଟୋ ବିକ୍ରି କରିଥିଲେ । ଘଟଣା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳର ପହଞ୍ଚିଥିଲେ । ମୋଟ 3 ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ପୋଲିସ ବ୍ୟବସାୟୀ ବାପ-ପୁଅଙ୍କୁ ଗିରଫ କରିଥିବା ବେଳେ ଏପରି ଯୋଜନା କରିଥିବା ସମାଜବାଦୀ ପାର୍ଟି ନେତା ଅଜୟ ଯାଦବ ଏବେ ଫେରାର ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ଚର୍ଚ୍ଚାରେ ପରିବା ଦୋକନୀ, ଟମାଟୋ ପାଇଁ ଆଣିଲେ ବାଉନସର

ତେବେ ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ବିରୋଧୀ ସମାଜବାଦୀ ପାର୍ଟି ଯୋଗୀ ସରକାରକୁ ଟାର୍ଗେଟ କରିଛି । ଦଳର ସୁପ୍ରିମୋ ଅଖିଳେଶ ଯାଦବ ଗତକାଲି (ଜୁଲାଇ 10) ରେ ଏକ ଟୁଇଟ୍ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଲେଖିଛନ୍ତି ଯେ ‘‘ଦେଶ-ରାଜ୍ୟରେ ସୁସ୍ଥ ବ୍ୟଙ୍ଗ ବା କଟାକ୍ଷ କରିବାର ସ୍ଥାନ ମଧ୍ୟ ନାହିଁ । କେବଳ କ୍ଷମତା ବଳର ଅନ୍ୟକୁ ଭୟଭୀତ କରାଯାଉଛି । 'ମଦର ଅଫ୍ ଡେମୋକ୍ରାସି' ର କଥା ଏପରି ସ୍ଥିତିରେ ଅର୍ଥହୀନ ପରି ମନେହେଉଛି । ଯଦି ଦେଶର ମୁଖ୍ୟ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଏହା ଗଣତନ୍ତ୍ରର ଅବସ୍ଥା, ତେବେ ଦେଶର ବାକି ସ୍ଥାନରେ ଅବସ୍ଥା କ’ଣ ହେବ ?’’। ସେହିପରି ସେ ଗିରଫ ପରିବା ବ୍ୟବସାୟୀଙ୍କୁ ମଧ୍ୟ ତୁରନ୍ତ ମୁକ୍ତ କରିବା ପାଇଁ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-ଟମାଟୋ ବୋଝେଇ ଗାଡ଼ି ନେଇ ଚମ୍ପଟ୍‌ ମାରିଲେ ଦୁର୍ବୃତ୍ତ


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details