ହାଇଦ୍ରାବାଦ: ଦେଶରେ ବଢୁଥିବା ଓମିକ୍ରନ ସଂକ୍ରମଣ ମଧ୍ୟରେ ବୁଷ୍ଟର ଡୋଜକୁ ନେଇ ବଡ ଦାବି କରିଛି ସ୍ବଦେଶୀ ଟିକା ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାୟୋଟେକ । ସଂସ୍ଥା ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ବୁଷ୍ଟର ଡୋଜ ଉଭୟ ଡେଲ୍ଟା ଓ ଓମିକ୍ରନ ଭ୍ୟାରିଏଣ୍ଟ ବିରୋଧରେ ଆଣ୍ଟିବଡି ପ୍ରସ୍ତୁତ କରିବାରେ ପ୍ରାୟ ଶତ ପ୍ରତିଶତ ସଫଳ ବୋଲି ଦାବି କରିଛି ସଂସ୍ଥା ।
ଆଜି (ବୁଧବାର) ଏକ ସଦ୍ୟତମ ଟ୍ରାଏଲରୁ ମିଳିଥିବା ଫଳାଫଳ ଆଧାରରେ ସଂସ୍ଥା ଦ୍ବାରା ବିକଶିତ କୋଭାକ୍ସିନ ବୁଷ୍ଟର ଡୋଜ SARS-CoV-2 ଭୁତାଣୁର ଡେଲ୍ଟା ଭ୍ୟାରିଏଣ୍ଟ ବିରୋଧରେ ଶତ ପ୍ରତିଶତ ଓ ନୂତନ ଭାବେ ଚିହ୍ନଟ ହୋଇଥିବା ଓମିକ୍ରନ ବିରୋଧରେ ୯୦ ପ୍ରତିଶତ ଆଣ୍ଟିବଡି ପ୍ରସ୍ତୁତ କରିବାରେ ସକ୍ଷମ ବୋଲି ସଂସ୍ଥା ପକ୍ଷରୁ ଦାବି କରାଯାଇଛି ।