ରାୟପୁର: ଅଭିନେତା ଶାହାରୁଖ ଖାନ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ 'ପଠାନ୍'(Pathan Film Controversy ) ଫିଲ୍ମର ଗୀତକୁ ନେଇ ବିବାଦ ଲାଗି ରହିଛି । ଏହି ବିବାଦ ମଧ୍ୟରେ ରଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ (Chhattisgarh CM Bhupesh Baghel) । ବର୍ଣ୍ଣ କୌଣସି ନିର୍ଦ୍ଦିଷ୍ଟ ଧର୍ମ ବା ଜାତିକୁ ଚୟନ କରିନଥାଏ ବୋଲି କହିଛନ୍ତି(Colours can not decide one's caste and religion) । ଜଣେ ବ୍ୟକ୍ତିର ଜାତି କଣ ଧର୍ମ କଣ ତାହା ରଙ୍ଗରୁ ଜଣାପଡିନଥାଏ ବୋଲି ସେ କହିଛନ୍ତି । ଫିଲ୍ମର 'ବେଶରମ ରଙ୍ଗ' ଗୀତରେ ଦୀପିକା ଗେରୁଆ ରଙ୍ଗର ବିକିନି ପିନ୍ଧିଛନ୍ତି । ଯାହାକୁ ନେଇ ଦେଶରେ ବିବାଦ ଘନେଇବାରେ ଲାଗିଛି ।
ଏ ନେଇ ମୁଖ୍ୟମନ୍ତ୍ରୀ ବଘେଲ କହିଛନ୍ତି, "ଗେରୁଆ ରଙ୍ଗ ସେହି ବ୍ୟକ୍ତି ପିନ୍ଧିଥାଏ, ଯିଏକି ଘର, ପରିବାର ଓ ସମାଜକୁ ତ୍ୟାଗ କରିଥାଏ । ମାତ୍ର ବଜରଙ୍ଗୀ ଦଳର ଗୁଣ୍ଡାମାନେ ଏସବୁ ତ୍ୟାଗ ନକରି ମଧ୍ୟ ଗେରୁଆ ବସ୍ତ୍ର ପରିଧାନ କରନ୍ତି ଏବଂ ନିର୍ଯାତନା ଦେଇଥାନ୍ତି । " ସେପଟେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଫିଲ୍ମର ଏହି ଗୀତ ଉପରେ ନିଜ ମନ୍ତବ୍ୟ ରଖିଥିଲେ । ସେ କହିଥିଲେ ଫିଲ୍ମରେ ପିନ୍ଧାଯାଇଥିବା ବସ୍ତ୍ର ନିଶ୍ଚିତ ଆପତ୍ତିଜନକ । ମନରେ ଖରାପ ଚିନ୍ତାଧାରା ରଖାଯାଇ ଗୀତଟି ସୁଟ୍ ହୋଇଥିବା ନେଇ ସେ କହିଥିଲେ । ଗୀତ ରିଲିଜ ହେବାର ୨ ଦିନ ପରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ଏଭଳି ମନ୍ତବ୍ୟ ରଖିଥିଲେ ।